BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଟାଟା ଷ୍ଟିଲ୍ କଳିଙ୍ଗନଗର ଏବଂ ନୀଳାଚଳ ଇସ୍ପାତ ନିଗମରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

କାର୍ଯ୍ୟକ୍ରମରେ ୫୦୦ରୁ ଅଧିକ ଲୋକଙ୍କ ଅଂଶଗ୍ରହଣ

କଳିଙ୍ଗନଗର  : ଟାଟା ଷ୍ଟିଲ୍ କଳିଙ୍ଗନଗର ଓ ନୀଳାଚଳ ଇସ୍ପାତ ନିଗମ (ଏନଆଇଏନଏଲ୍‌) ପକ୍ଷରୁ ଶନିବାର ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ କର୍ମଚାରୀ ଓ ସେମାନଙ୍କ ପରିବାରବର୍ଗଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ଏବଂ ନିରୋଗୀ ଜୀବନଶୈଳୀକୁ ପ୍ରୋତ୍ସାହିତ କରିବା ପାଇଁ ଲକ୍ଷ୍ୟ ରଖାଯାଇଥିଲା।

ଏହି ଅବସରରେ, କଳିଙ୍ଗନଗର ଟାଉନସିପର ୱେଲନେସ୍ କର୍ନର୍ ବ୍ୟାନର୍ ଅଧୀନରେ ଯଏଣ୍ଟ ଡିପାର୍ଟମେଣ୍ଟାଲ୍ କାଉନସିଲ୍‌, ଷ୍ଟିଲ୍ ଏବଂ ମିଲ୍ସ୍ ଏବଂ ଅକ୍ୟୁପେସନାଲ୍ ହେଲଥ ସେଣ୍ଟର୍ ଦ୍ୱାରା ଏକ ଯୋଗ ଅଧିବେଶନ ଆୟୋଜିତ ହୋଇଥିଲା। ଟାଟା ଷ୍ଟିଲ୍ କଳିଙ୍ଗନଗରର ଚିଫ୍‌, କୋଲ୍ଡ ରୋଲିଂ ମିଲ୍‌, ପ୍ରବୀଣ ଥାମ୍ପୀ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସେ ଗତ ସପ୍ତାହରେ ଆୟୋଜିତ ‘ସର୍ବୋତ୍ତମ ଯୋଗ ଆସନ’ ପ୍ରତିଯୋଗିତାର ବିଜେତାଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ସିକ୍ୟୁରିଟି ବିଭାଗ ମଧ୍ୟ ସେମାନଙ୍କ ଟ୍ରେନିଂ ଗ୍ରାଉଣ୍ଡରେ ପୃଥକ୍ ପୃଥକ୍ ଯୋଗ ଅଧିବେଶନ ଆୟୋଜନ କରିଥିଲା। ଏଥିରେ କମ୍ପାନୀର କର୍ମଚାରୀ ଓ ସେମାନଙ୍କ ପରିବାର୍ବର୍ଗଙ୍କ ମଧ୍ୟରେ ସୁସ୍ଥ ଜୀବନଶୈଳୀକୁ ପ୍ରୋତ୍ସାହିତ କରିବା ପାଇଁ ସଂସ୍ଥାର ପ୍ରତିଶ୍ରୁତି ପ୍ରଦର୍ଶିତ ହୋଇଥିଲା।

ଏହି ଅବସରରେ ୨୫୦ରୁ ଅଧିକ କର୍ମଚାରୀ ଏବଂ ସେମାନଙ୍କ ପରିବାରର୍ବର୍ଗ ଅଂଶଗ୍ରହଣ କରି, ଉତ୍ସାହର ସହିତ ଯୋଗ ଅଧିବେଶନରେ ଏକତା ଏବଂ କଲ୍ୟାଣ ଭାବନାକୁ ବଢ଼ାଇଥିଲେ।

ସେହିଭଳି, ନୀଳାଚଳ ଇସ୍ପାତ ନିଗମ ଲିମିଟେଡ୍ (ଏନଆଇଏନଏଲ୍‌) ପକ୍ଷରୁ ମଧ୍ୟ ପ୍ଲାଣ୍ଟ୍‌, ଏବଂ ଟାଉନସିପରେ ଆୟୋଜିତ ବିଭିନ୍ନ ଯୋଗ ଅଧିବେଶନରେ ୨୫୦ରୁ ଅଧିକ କର୍ମଚାରୀ ଏବଂ ସେମାନଙ୍କ ପରିବାର୍ବର୍ଗ ଅଂଶଗ୍ରହଣ କରିଥିଲେ।

ଟାଟା ଷ୍ଟିଲ୍ କଳିଙ୍ଗନଗର ଏବଂ ଏନଆଇଏନଏଲ୍ ଦ୍ୱାରା ଆୟୋଜିତ ଏପରି କାର୍ଯ୍ୟକ୍ରମ ପାଳନ ସଂସ୍ଥା କର୍ମଚାରୀଙ୍କ ସ୍ୱାସ୍ଥ୍ୟ ଓ ସୁଖସମ୍ବୃଦ୍ଧି ପାଇଁ ପ୍ରତିବଦ୍ଧତାର ଏକ ପ୍ରମାଣ।