BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଛାତ୍ରଛାତ୍ରୀଙ୍କ ସ୍ବପ୍ନକୁ ସାକାର କରୁଛି ଟାଟା ଷ୍ଟିଲ୍‌ ଫାଉଣ୍ଡେସନର ଜ୍ୟୋତି ଫେଲୋସିପ୍

୨୪ ହଜାର ଛାତ୍ରଛାତ୍ରୀ ହୋଇଛନ୍ତି ଉପକୃତ

ଭୁବନେଶ୍ୱର : ଯାଜପୁର ଜିଲ୍ଲା ମାନପୁରସ୍ଥିତ ସରକାରୀ ହାଇସ୍କୁଲ୍‌ର ଅଷ୍ଟମ ଶ୍ରେଣୀ ମେଧାବୀ ଛାତ୍ରୀ ନିବେଦିତା ପି ନାଏକ I ଆର୍ଥିକ ସ୍ଥିତି ଭଲ ନଥୁବାରୁ ତାଙ୍କ ପାଠ ପଢା ଖର୍ଚ୍ଚ ତୁଲାଇବା ପରିବାର ପକ୍ଷେ କଷ୍ଟକର ହୋଇପଡିଥିଲା I ସେତେବେଳେ ମେଧାବୀ ଛାତ୍ରଛାତ୍ରୀଙ୍କୁ ବୃତ୍ତି ଦେଇ ସେମାନଙ୍କ ଭବିଷ୍ୟତ ଗଢୁଥୁବା ଟାଟା ଷ୍ଟିଲ ଜ୍ୟୋତି ଫେଲୋଶିପ ସମ୍ପର୍କରେ ଜାଣିବାକୁ ପାଇଥିଲେ ନିବେଦିତାI ଜ୍ୟୋତି ଫେଲୋସିପ ପାଇବା ପାଇଁ ହେଉଥିବା ଏଣ୍ଟ୍ରାସରେ କୃତକାର୍ଯ୍ୟ ହେବା ପରେ ସେ ଶିକ୍ଷା ବୃଦ୍ଧି ପାଇବାକୁ ମନୋନୀତ ହୋଇଛନ୍ତି।

ଏ ସମ୍ପର୍କରେ ନିବେଦିତା କହିଛନ୍ତି, “ ଏଣ୍ଟ୍ରାସରେ ବହୁତ ଆଶାୟୀ ଥିଲେ। କିନ୍ତୁ ଏଣ୍ଟ୍ରାସରେ ଉତ୍ତୀର୍ଣ୍ଣ ହେବା ନେଇ ମୁଁ ନିଶ୍ଚିତ ଥିଲି I ଏତେ ପିଲାମାନଙ୍କ ମଧ୍ୟରୁ ମୋତେ ଚୟନ କରିଥିବାରୁ ମୁଁ ଟାଟା ଷ୍ଟିଲ୍‌ ଫାଉଣ୍ଡେସନକୁ କୃତଜ୍ଞତା ଜଣାଉଛି I ମୁଁ ଭବିଷ୍ୟତରେ ବହୁତ ଆଗକୁ ବଢିବାକୁ ଆଶା ରଖୁଛି।”
ସେହିପରି ଅନ୍ୟ ଜଣେ ଛାତ୍ରୀ ହେଉଛନ୍ତି, ଯାଜପୁର ରୋଡ୍‌ସ୍ଥିତ ଭିଏନ୍ ସ୍ବୟଂଶାସିତ କଲେଜର ତୃତୀୟ ବର୍ଷର ଛାତ୍ରୀ କବିତା ମୁଣ୍ଡା I ଜ୍ୟୋତି ଫେଲୋସିପ୍ ପାଇଁ ମନୋନୀତ ହୋଇଥିବାରୁ ସେ ମଧ୍ଯ ଖୁସିବ୍ୟକ୍ତ କରିଛନ୍ତି I “ଜ୍ୟୋତି ଫେଲୋସିପ୍ ପାଇବା ଯୋଗୁ ମୋ ହଷ୍ଟେଲ ଫି ଓ ପାଠପଢ଼ା ଖର୍ଚ୍ଚ ଦେଇପାରୁଛି। ତେଣୁ ମୁଁ ଏବେ ମୋ କ୍ୟାରିୟର ଉପରେ ଧ୍ୟାନ ଦେଉଛି ଏବଂ ଉଚ୍ଚ ଶିକ୍ଷା ପାଇଁ ଆଶା ରଖୁଛି I ଏହା କେବଳ ଏକ ଶିକ୍ଷାବୃତ୍ତି ନୁହେଁ ବରଂ ପିଲାଙ୍କ ମନରେ ବିଶ୍ବାସ ଜହ୍ଲେଇବାର ପ୍ରୟାସ ବୋଲି କବିତା କହିଛନ୍ତି ।”

ଟାଟା ଷ୍ଟିଲ୍‌ ଫାଉଣ୍ଡେସନର ଏହି ପ୍ରମୁଖ କାର୍ଯ୍ୟକ୍ରମ ଓଡ଼ିଶାର ଗ୍ରାମୀଣ ଓ ଆଦିବାସୀ ଅଂଚଳରେ ଅଧାରୁ ପାଠପଢ଼ା ଛାଡ଼ୁଥିବା ପିଲାମାନଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା ଉପରେ ଗୁରୁତ୍ବ ଦେଉଛି I ଶିକ୍ଷା କ୍ଷେତ୍ରରେ ଉନ୍ନତି ଆଣିବାରେ ସହାୟକ ହେବା ହିଁ ଏହାର ଉଦ୍ଦେଶ୍ୟ I ଗତ ଦଶନ୍ଧି ମଧ୍ୟରେ ଏହା ରାଜ୍ୟର ୧୦ରୁ ଅଧୂକ ଜିଲ୍ଲାରେ ୨୪,୦୦୦ରୁ ଅଧିକ ପିଲାଙ୍କ ପାଖରେ ପହଂଚିପାରିଛି। ୨୦୨୪-୨୫ ଆରୂଥକ ବର୍ଷରେ ୫,୮୬୪ ଛାତ୍ରଛାତ୍ରୀଙ୍କୁ ଏହି ଫେଲୋସିପ୍ ପ୍ରଦାନ କରାଯାଇଛି । ସେହିପରି ୨୦୨୩-୨୪ ଆର୍ଥିକ ବର୍ଷରେ ୪,୯୭୮ ଛାତ୍ରଛାତ୍ରୀ ଏହାଦ୍ବାରା ଉପକୃତ ହୋଇଛନ୍ତି ।
ଫାଉଣ୍ଡେସନ ତରଫରୁ ପ୍ରଦାନ କରାଯାଉଥିବା ସହାୟତା ଯୋଗୁ ପାଠ୍ୟ ଉପକରଣ କ୍ରୟ କରିବା ଏବଂ ଠିକ୍ ସମୟରେ ଟ୍ୟୁସନ୍ ଫି ଦେବା ପାଇଁ ମେଧାବୀ ଛାତ୍ରଛାତ୍ରୀ ସମର୍ଥ ହୋଇପାରୁଛନ୍ତି।

ଏହି ଫେଲୋସିପ ମୋତେ ହଷ୍ଟେଲ ଫି’ ଦେବାପାଇଁ ସାହାଯ୍ୟ କରିଛି ବୋଲି କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ ମଧୁବନ ଗ୍ରାମର ବିଜୟ କୁମାର ସୋରେନ କହିଛନ୍ତି I ବିଜୟ ବ୍ରହ୍ମପୁରର ଏମ୍‌ସ୍କେସିଜି ମେଡିକାଲ୍ କଲେଜରେ ଏମ୍‌ବିବିଏସ ପଢୁଛନ୍ତି I ଉଚ୍ଚ ଶିକ୍ଷା ପାଇଁ ଅଭିଳାଷ ରଖୁଥୁବା ଛାତ୍ରଛାତ୍ରୀଙ୍କ ଜୀବନକୁ ଜ୍ୟୋତି ଫେଲୋସିପ୍ କିଭଳି ପ୍ରଭାବିତ କରୁଛି, ବିଜୟଙ୍କ ଯାତ୍ରା ହିଁ ତାହା ଦର୍ଶାଉଛି।

ଟାଟା ଷ୍ଟିଲ୍‌ ଫାଉଣ୍ଡେସନର ଏହି ପ୍ରତିଭା ଆଧାରିତ ଶିକ୍ଷାବୃତ୍ତି କାର୍ଯ୍ୟକ୍ରମ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିର ଆରୂଥକ ଅନଗ୍ରସର ବର୍ଗର ପିଲାମାନଙ୍କୁ ଆରୂଥକ ଓ କ୍ଷେତ୍ରଭିଭିକ ସହାୟତା ପ୍ରଦାନ କରୁଛି, ଯାହା ସେମାନଙ୍କୁ ନିଜର ଉଚ୍ଚ ଆକାଂକ୍ଷା ପୂରଣ କରିବାରେ ସ‌ହଯୋଗ କରୁଛି।
ଏହି ଫେଲୋସିପ ସ୍କୁଲ୍‌ରୁ ଅଧାରୁ ପଢ଼ା ଛାଡ଼ୁଥିବା ପିଲା (ଡ୍ରପ ଆଉଟ) ହାର ହ୍ରାସ କରିବାରେ ସହାୟକ ହେଉଛି I ସେହିପରି ଅଧୂକ ସଂଖ୍ୟାରେ ଛାତ୍ରୀମାନେ ଯେମିତି ଏହାର ସୁବିଧା ପାଇପାରିବେ, ସେଥ‌ିପାଇଁ ଛାତ୍ରୀମାନଙ୍କ ପାଇଁ କଟ୍ ଅଫ୍ ମାର୍କ ୧୦% କମ୍‌ ରଖାଯାଇଛି।