BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଶିକ୍ଷା ଭିତ୍ତିଭୂମିର ଉନ୍ନତି ଓ ଛାତ୍ରମାନଙ୍କ ସାମଗ୍ରିକ ବିକାଶ ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନ୍‌ର ଅବଦାନ ଗୁରୁତ୍ଵପୂର୍ଣ୍ଣ

  • ଟାଟା ଷ୍ଟିଲ୍ ଫାଉଣ୍ଡେସନ୍‌ ଦ୍ୱାରା ବ୍ୟାସନଗର ସ୍ୱୟଂଶାସିତ ମହାବିଦ୍ୟାଳୟ ପାଇଁ ପୁନଃର୍ନିର୍ମିତ ଚିତ୍ତବିନୋଦନ କେନ୍ଦ୍ର ଉତ୍ସର୍ଗୀକୃତ

  • କୋରେଇ ବିଧାୟକ ଆକାଶ ଦାସନାୟକଙ୍କ ଦ୍ଵାରା ଉଦଘାଟିତ

ଯାଜପୁର ରୋଡ୍‌ : ବ୍ୟାସନଗର ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରମାନଙ୍କ ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନ୍‌ (ଟିଏସଏଫ୍‌) ଦ୍ୱାରା ପୁନଃର୍ନିର୍ମିତ ଚିତ୍ତବିନୋଦନ କେନ୍ଦ୍ର ଗୁରୁବାର ଉତ୍ସର୍ଗୀକୃତ କରାଯାଇଛି। ସ୍ଥାନୀୟ ଅଞ୍ଚଳରେ ଶିକ୍ଷା ଭିତ୍ତିଭୂମିର ବିକାଶ ପାଇଁ ଟିଏସଏଫ୍‌ ଦ୍ଵାରା ନିଆ ଯାଇଏଥିବା ପଦକ୍ଷେପରେ ୪,୫୦୦ ବର୍ଗଫୁଟ୍‌ ଅଞ୍ଚଳରେ ନିର୍ମିତ ଏହି କେନ୍ଦ୍ର ଛାତ୍ରମାନଙ୍କ ପାଇଁ ବହୁତ ସହାୟକ ହେବ।

ଏହି କେନ୍ଦ୍ରଟିକୁ କୋରେଇ ବିଧାୟକ ଆକାଶ ଦାସନାୟକ ଉଦଘାଟନ କରିଥିଲେ ଏବଂ କହିଥିଲେ ଯେ ଆମ ଛାତ୍ରମାନେ ହେଉଛନ୍ତି ଓଡ଼ିଶାର ଭବିଷ୍ୟତ। ଏହି ସୁନ୍ଦର ଚିତ୍ତବିନୋଦନ କେନ୍ଦ୍ର ଦେଖି ମୁଁ ଅତ୍ୟନ୍ତ ଖୁସି। ଏହା ଗୋଟିଏ ଅବ୍ୟବହୃତ ସ୍ଥାନକୁ ଛାତ୍ରମାନଙ୍କ ହିତ ପାଇଁ ପ୍ରସ୍ତୁତ କରାଯାଇଛି । ଶିକ୍ଷା ଭିତ୍ତିଭୂମିର ଉନ୍ନତି ଓ ଛାତ୍ରମାନଙ୍କ ସାମଗ୍ରିକ ବିକାଶ ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନ୍‌ର ଅବଦାନ ଗୁରୁତ୍ଵପୂର୍ଣ୍ଣ ବୋଲି ସେ ପ୍ରକାଶ କରିଥିଲେ।

ଏହି ଅବସରରେ ସମ୍ମାନିତ ଅତିଥିଭାବେ ଅତିରିକ୍ତ ଜିଲ୍ଲାପାଳ ସପନ କୁମାର ନନ୍ଦ ସପନ କୁମାର ନନ୍ଦ, ବ୍ୟାସନଗର ସ୍ୱୟଂଶାସିତ ମହାବିଦ୍ୟାଳୟ ଅଧକ୍ଷ ଡ଼ଃ ଶରତ କୁମାର ମଲ୍ଲିକ ଏବଂ ଟାଟା ଷ୍ଟିଲ୍ ଫାଉଣ୍ଡେସନ୍‌, କଳିଙ୍ଗନଗର ଇମ୍ପ୍ୟାକ୍ଟ କ୍ଲଷ୍ଟର ମୁଖ୍ୟ ଦେବାଞ୍ଜନ ମୁଖାର୍ଜୀ ପ୍ରମୁଖ ଉପସ୍ଥିତ ଥିଲେ।

୨୦୧୨ ମସିହାରେ ନିର୍ମିତ ହୋଇଥିବା ଏହି ଇନଡୋର୍‌ ଷ୍ଟାଡିୟମ୍‌ କମ୍ପ୍ଲେକ୍ସର ଭିତର କାର୍ଯ୍ୟ ଅଧା ରାହିଯାଇଥିଲା ଫଳରେ ଏହା ଦୀର୍ଘଦିନ ଧରି ଅବ୍ୟବହୃତ ହୋଇ ରହିଥିଲା। ଏବେ ଏହା ଛାତ୍ରମାନଙ୍କ ଚିତ୍ତବିନୋଦନ ଓ ସାମାଜିକ କାର୍ଯ୍ୟକଳାପ ପାଇଁ ଅନେକ ପ୍ରକାର ସୁବିଧା ସହ ଏହାକୁ ପ୍ରସ୍ତୁତ କରାଯାଇଛି।
ଅନ୍ୟତମ ଅତିଥି ଭାବେ, ଟାଟା ଷ୍ଟିଲ୍ ଫାଉଣ୍ଡେସନ୍‌ କଳିଙ୍ଗନଗର ଇମ୍ପ୍ୟାକ୍ଟ କ୍ଲଷ୍ଟର, ମୁଖ୍ୟ, ଶ୍ରୀ ଦେବାଞ୍ଜନ ମୁଖାର୍ଜୀ, କହିଥିଲେ ଯେ, “ଏହି ସୁବିଧା ପ୍ରଦାନ କରି ଆମେ ଗର୍ବିତ। ଏହା ଦୁଇଟି ଲକ୍ଷ୍ୟ ପୂରଣ କରିଛି ।

ଗୋଟିଏ ପଟରେ ଛାତ୍ରମାନଙ୍କ ପାଇଁ ଉଚ୍ଚ-ଗୁଣମାନର ମନୋରଞ୍ଜନ ସ୍ଥଳ ପ୍ରଦାନ କରିବା ସହିତ ଦୀର୍ଘସ୍ଥାୟୀ ଭିତ୍ତିଭୂମି ଗଠନକୁ ମଧ୍ୟ ଏକାଠି କରିଛି। ଛାତ ଉପରେ ବର୍ଷାଜଳ ଅମଳ ପ୍ରଣାଳୀ ସ୍ଥାପନ ଆମର ଦୀର୍ଘମିଆଦି ମୂଲ୍ୟ ସୃଷ୍ଟି ପାଇଁ ଥିବା ପ୍ରତିବଦ୍ଧତାକୁ ପ୍ରଦର୍ଶିତ କରୁଛି, ଯାହା ଛାତ୍ରମାନଙ୍କ ସାମଗ୍ରିକ ବିକାଶ ସହିତ ସ୍ଥାନୀୟ ପରିବେଶ ପ୍ରତି ଅନୁକୂଳ ହୋଇଥିବା ବେଳେ ଉଦ୍ୟମ, ଭୂଗର୍ଭ ଜଳ ପୁନରୁଦ୍ଧାର କରିବା କ୍ଷେତ୍ରରେ ସହାୟକ ହେବ ।

ପୁନଃର୍ନିର୍ମାଣ କାର୍ଯ୍ୟରେ ସମ୍ପୂର୍ଣ୍ଣ ରିକ୍ରିଏସନ୍‌ ହଲ୍‌ଗୁଡ଼ିକୁ ଆଧୁନିକ ରୂପ ଦିଆଯାଇଛି, ଚେଞ୍ଜିଂ ରୁମ୍‌ ଓ ଟଏଲେଟ୍‌ ସୁବିଧା ପ୍ରଦାନ କରାଯାଇଛି, ଏବଂ ଏହି କେନ୍ଦ୍ରର ଛାତକୁ ଜଳରୋଧୀ କରାଯାଇଛି ଯାହା ଭବିଷ୍ୟତରେ ଏହି ଚିତ୍ତବିନୋଦନ କେନ୍ଦ୍ର କୋଠରୀର ଦୀର୍ଘସ୍ଥାୟୀତାକୁ ସୁନିଶ୍ଚିତ କରିବ । ଏଥି ସହ ଟିଏସଏଫ୍‌ ଦ୍ୱାରା ସ୍ଥାୟୀ ଭିତ୍ତିଭୂମି ବିକାଶ, ଭୂଗର୍ଭ ଜଳ ପୁନରୁଦ୍ଧାର ଅଭିଯାନକୁ ସମର୍ଥନ କରିବା ପାଇଁ ବିଶେଷ ଭାବେ ଛାତ ଉପରେ ବର୍ଷାଜଳ ଅମଳ ପ୍ରଣାଳୀ ସ୍ଥାପନ ପାଇଁ ଡିଜାଇନ୍‌ କରାଯାଇଛି ।