BREAKING
‘ଯୁଧିଷ୍ଠିର ଥିଏଟର’ର ଦ୍ୱିତୀୟ ବାର୍ଷିକ ନାଟ୍ୟୋତ୍ସବରେ ମଞ୍ଚସ୍ଥ ହେଲା ‘ଶୁକ ଶାରୀ କଥା’ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର

ଟାଟା ଷ୍ଟିଲ ଫାଉଣ୍ଡେସନ୍ ପକ୍ଷରୁ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜୟନ୍ତୀ ପାଳିତ

ବ୍ରାହ୍ମଣିପାଳ: ଟାଟା ଷ୍ଟିଲ ଫାଉଣ୍ଡେସନ୍, ବାବା ତିଲକା ମାଝି କ୍ଲବ୍, ବ୍ରାହ୍ମଣିପାଳ ଏବଂ ଆଦିବାସୀ ସାମାଜିକ ଶିକ୍ଷା ଓ ସାଂସ୍କୃତିକ ସଂଘ,(ଏଏସଇଏସିଏ) କଳିଙ୍ଗନଗର ଦ୍ୱାରା ଓଲଚିକି ଲିପିର ଜନକ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜୟନ୍ତୀ ସୋମବାର ବ୍ରାହ୍ମଣିପାଳ ଠାରେ ପାଳିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ତେଲକୋଇ ବିଧାୟକ ଡଃ ଫକୀର ମୋହନ ନାୟକ ମୁଖ୍ୟ ଅତିଥି ଏବଂ ଜଣାଶୁଣା ସାନ୍ତାଳୀ ଲେଖକ ଓ ସାନ୍ତାଳୀ ଉଇକିପିଡିଆ ପ୍ରତି ବିଶେଷ ଅବଦାନ ରଖିଥିବା ଶ୍ରୀ ଅଶ୍ୱିନୀ ଭଞ୍ଜନ ମୁର୍ମୁ ସମ୍ମାନିତ ଅତିଥିଭାବେ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସ୍ଥାନୀୟ ଆଦିବାସୀ ନେତା, ମହିଳା, ଯୁବକ ଏବଂ ଛାତ୍ରଛାତ୍ରୀଙ୍କ ସମେତ ୫୦୦ରୁ ଅଧିକ ଜନସାଧାରଣ ଯୋଗ ଦେଇ ସାନ୍ତାଳ ସମ୍ପ୍ରଦାୟର ସମୃଦ୍ଧ ଭାଷାଗତ ଓ ସାଂସ୍କୃତିକ ପରମ୍ପରାକୁ ପାଳନ କରିଥିଲେ।

ଏହି ଅବସରରେ କଳିଙ୍ଗନଗର ଅଞ୍ଚଳର ଓଲଚିକି ଭାଷା ସଂରକ୍ଷଣ ଓ ପ୍ରଚାରରେ ଅତୁଳନୀୟ ଅବଦାନ ରଖୁଥିବା ଓଲଚିକି ଭାଷା ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରାଯାଇଥିଲା। ଏଥିସହ ଓଲଚିକି ଭାଷା ଶିକ୍ଷାର୍ଥୀମାନେ କଳିଙ୍ଗନଗରର ଆଦିବାସୀ ଅଞ୍ଚଳରେ ଓଲଚିକି ଭାଷାର ପ୍ରୟୋଗକୁ ବୃଦ୍ଧି କରିବା ଉପରେ ଏକ ନାଟକ ପ୍ରଦର୍ଶନ କରିଥିଲେ। ଏହି ଉଦ୍ୟମ ଆଦିବାସୀ ଯୁବସମାଜରେ ଭାଷାଗତ ପରିଚୟ ପ୍ରତି ସଚେତନ କରିଥିଲା।

ଏହି ଅବସରରେ ବିଧାୟକ ଡଃ ନାୟକ ଆଦିବାସୀ ଭାଷା ସଂରକ୍ଷଣରେ ଟାଟା ଷ୍ଟିଲ ଫାଉଣ୍ଡେସନର ନିରନ୍ତର ପ୍ରୟାସକୁ ପ୍ରଶଂସା କରିଥିଲେ। ଟାଟା ଷ୍ଟିଲ ଫାଉଣ୍ଡେସନ୍ ଆଦିବାସୀ ଲୋକମାନଙ୍କ ଭାଷାଗତ ବିବିଧତା, ସାଂସ୍କୃତିକ ଗର୍ବ ଓ ଶିକ୍ଷାକୁ ପ୍ରୋତ୍ସାହିତ କରିବା ସହିତ ବିକାଶକୁ ବଜାୟ ରଖିବା ପାଇଁ ପ୍ରତିଶ୍ରୁତିବଦ୍ଧ।