BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

କୃଷି ବିଭାଗର ସମସ୍ତ କାର୍ଯ୍ଯାଳୟ ପରିସରରେ ବୃକ୍ଷରୋପଣ

ସେପ୍ଟେମ୍ବର ୧୭ରେ ରାଜ୍ଯର ସମସ୍ତ ଜିଲ୍ଲାରେ ୨୩ ଲକ୍ଷ ଚାରା ରୋପଣ ଲକ୍ଷ୍ଯ

ଭୁବନେଶ୍ୱର: ମା ପାଇଁ ବୃକ୍ଷଟିଏ (ଏକ ପେଡ଼୍ ମା କେ ନାମ) ପ୍ରୟାସର ଅଂଶସ୍ୱରୂପ ଓଡ଼ିଶା ସରକାରଙ୍କ ପକ୍ଷରୁ ଆସନ୍ତା ୧୭ ତାରିଖରେ ୭୫ ଲକ୍ଷ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ଏହି ମହତ ପ୍ରୟାସରେ ସହଭାଗୀ ହୋଇ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ସମସ୍ତ କାର୍ଯ୍ୟାଳୟ ତଥା ମୃତ୍ତିକା ସଂରକ୍ଷଣ ଓ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ସମେତ ସାରା ରାଜ୍ୟରେ ୨୩ ଲକ୍ଷରୁ ଅଧିକ ଚାରା କାର୍ଯ୍ୟାଳୟ ପରିସର ଓ ଅନ୍ୟାନ୍ୟ ଉପଲବ୍ଧ ସ୍ଥାନରେ ରୋପଣ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି।

ସମସ୍ତ ଜିଲ୍ଲାର କୃଷି ବିଭାଗ ଅଧିକାରୀମାନଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ଅତି କମ୍ ରେ ଗୋଟିଏ ଚାରାରୋପଣ କରିବାକୁ କୃଷି ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ପରାମର୍ଶ ଦେଇଛନ୍ତି । ସମସ୍ତ ୨୩ ଲକ୍ଷ ଚାରା ମୃତ୍ତିକା ସଂରକ୍ଷଣ ଓ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ଦ୍ୱାରା ଯୋଗାଇ ଦିଆଯିବ। ଏଥିସହିତ ଚାରାରୋପଣର ଫଟୋ ଉଠାଇ ଏହାକୁ MeriLiFE ପୋର୍ଟାଲରେ ଅପଲୋଡ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆସନ୍ତୁ ସମସ୍ତଙ୍କ ମିଳିତ ପ୍ରୟାସରେ ପୃଥିବୀକୁ ପୁଣିଥରେ ସବୁଜିମା ଭେଟି ଦେବା ବୋଲି ଡ. ପାଢ଼ୀ କହିଛନ୍ତି।