BREAKING
‘ଯୁଧିଷ୍ଠିର ଥିଏଟର’ର ଦ୍ୱିତୀୟ ବାର୍ଷିକ ନାଟ୍ୟୋତ୍ସବରେ ମଞ୍ଚସ୍ଥ ହେଲା ‘ଶୁକ ଶାରୀ କଥା’ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର

ବିଶ୍ବ ଭେଟେରାନ ଟେବୁଲ୍ ଟେନିସ ଚମ୍ପିୟାନ ସିପରେ ଭାରତ ଟିମରେ ଓଡ଼ିଶାରୁ ଦୁଇଜଣ ଖେଳାଳି

ଭୁବନେଶ୍ବର – ଓମାନର ମସ୍କଟ ଠାରେ ଅନୁଷ୍ଠିତ ହେବାକୁ ଯାଉଥିବା ବିଶ୍ବ ଭେଟେରାନ ଟେବୁଲ୍ ଟେନିସ ଚମ୍ପିୟାନ ସିପ ପାଇଁ ଭାରତୀୟ ଟିମ୍ ରେ ଓଡ଼ିଶାର ଦୁଇ ଜଣ ଖେଳାଳି ଡି ଦେବଦତ୍ତ ମହାନ୍ତି ଓ ତ୍ରୈଲୋକ୍ୟ ନାଥ ରାଉତ ଅଂଶଗ୍ରହଣ କରିବେ। ୧୫ ରୁ ୨୧ ପର୍ଯ୍ୟନ୍ତ ଏହି ଚମ୍ପିୟାନ ସିପ ଅନୁଷ୍ଠିତ ହେବ। ଏହି ଦୁଇ ଖେଳାଳି ୧୪ ତାରିଖରେ ଭୁବନେଶ୍ୱରୁ ବାହାରି ଭାୟା ମୁମ୍ବାଇ ହୋଇ ଓମାନ ଅଭିମୁଖେ ଯାତ୍ରା କରିବେ।ଏଥିରେ ବିଶ୍ଵର ୧୦୦ ଟିରୁ ଉର୍ଦ୍ଧ୍ବ ଦେଶର ଖେଳାଳି ଅଂଶଗ୍ରହଣ କରିବେ। ଏହି ଦୁଇ ଖେଳାଳି ଭୁବନେଶ୍ୱରର ବାସିନ୍ଦା ଅଟନ୍ତି। ଉଭୟ ଖେଳାଳି ଜାତୀୟ ସ୍ତରରେ ଖେଳି ସ୍ବର୍ଣ୍ଣ ପଦକ ଜିତିବା ସହିତ ଆନ୍ତର୍ଜାତୀୟ ଖେଳ ପାଇଁ ମନୋନୀତ ହୋଇଛନ୍ତି। ଏହି ଆନ୍ତର୍ଜାତୀୟ ଚମ୍ପିୟାନ ସିପରେ ଭାରତର ତଥା ଓଡ଼ିଶାର ନାମ ଟେକ ରଖିବା ପାଇଁ ଯଥେଷ୍ଟ ଭଲ ପ୍ରଦର୍ଶନ କରି ପଦକ ଜିତିବାର ଲକ୍ଷ ରହିଛି ବୋଲି ଉଭୟ ଖେଳାଳି କହିଛନ୍ତି।