ସ୍ୱାମୀ ଶଙ୍କରାନନ୍ଦ ଗିରିଙ୍କ ସ୍ୱନକ୍ଷତ୍ର ଉତ୍ସବ ପାଳିତ
ଭୁବନେଶ୍ୱର: ଭିଏସ୍ଏସ୍ ନଗର ସ୍ଥିତ ପ୍ରଭୁଜୀ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ସ୍ୱାମୀ ଶଙ୍କରାନନ୍ଦ ଗିରିଙ୍କ ସ୍ୱନକ୍ଷତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଅଛି।କାର୍ଯ୍ୟକ୍ରମ ଆରମ୍ଭରେ ବେଦଧ୍ୱନି ଓ ସ୍ୱାଗତ ସଂଗୀତ ଗାନ କରାଯାଇଥିଲା।ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ଅଲେଖ ଚରଣ ନାୟକ ସମବେତ କ୍ରିୟାଯୋଗୀ ସାଧୁସନ୍ଥ ଏବଂ ନିମନ୍ତ୍ରିତ ଅତିଥିମାନଙ୍କୁ ସ୍ୱାଗତ ଜଣାଇଥିଲେ।
ପୂଜ୍ୟ ସ୍ୱାମୀଜୀଙ୍କ ଜୀବନାଦର୍ଶନ ଉପରେ ରାଜ୍ୟ ଏବଂ ରାଜ୍ୟ ବାହାରୁ ବହୁ ବରେଣ୍ୟ ସାଧୁସନ୍ଥ ନିଜର ଭାଷଣ ପ୍ରଦାନ କରି ଦୀର୍ଘ ନିରାମୟ ଜୀବନ କାମନା କରିଥିଲେ। କ୍ରିୟାଯୋଗ ଫାଉଣ୍ଡେସନ୍ ଟ୍ରଷ୍ଟର ସହସମ୍ପାଦିକା ପ୍ରୀତିନନ୍ଦା ମହାପାତ୍ର ଏବଂ କୋଷାଧ୍ୟକ୍ଷ ଶୋଭାକର ଦାସ ଫତେସିଂହ ପ୍ରମୁଖ ଉପସ୍ଥିତ ରହିବା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମର ମୁଖ୍ୟ ତପସ୍ୱିନୀ ମହାପାତ୍ରଙ୍କ ତତ୍ତ୍ୱାବଧାନରେ ଆୟୋଜନ ହୋଇଥିଲା।
ଏଥିରେ ପ୍ରଭୁଜୀ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଛାତ୍ରଛାତ୍ରୀବୃନ୍ଦ ସମ୍ବଲପୁରୀ ନୃତ୍ୟ ଆଧାରିତ ମଥୁରାଗମନ ଓ ଶ୍ରୀମନ୍ଦିର ନାଟ୍ୟ ନୃତ୍ୟଉପରେ ଆଧାରିତ ଗୀତିନାଟ୍ୟ ପ୍ରଦର୍ଶିତ କରିଥିଲେ।
ବିଦ୍ୟାଳୟର ଶିକ୍ଷକ କିଷୁଚାନ୍ଦ ପୃଷ୍ଟି ଶିକ୍ଷୟିତ୍ରୀ ବାରିଜା ପଶୁପାଳକ ମଞ୍ଚ ପରିଚାଳନା କରିଥିବାବେଳେ ରମେଶ ଚନ୍ଦ୍ର ସାହୁ ଅନୁଷ୍ଠାନ ତରଫରୁ ଧନ୍ୟବାଦ ଅର୍ପଣ କରିଥିଲେ।ସମସ୍ତ ସାଧୁସନ୍ଥମାନେ ପ୍ରସାଦ ସେବନ କରି ଶୁଭାଶୀର୍ବାଦ ପ୍ରଦାନ କରିଥିଲେ।