BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ସୁରକ୍ଷା ପକ୍ଷରୁ ୭୬ତମ ସ୍ବାଧୀନତା ଦିବସ ପାଳିତ

ଭୁବନେଶ୍ୱର: ସୁରକ୍ଷା ପରିବାର ପକ୍ଷରୁ ସ୍ଥାନୀୟ ଚନ୍ଦ୍ରଶେଖରପୁର ସ୍ଥିତ ପ୍ରୋଜେକ୍ଟ ୱାଟର ପରିସରରେ ୭୫ତମ ସ୍ବାଧୀନତା ଦିବସର ପୂର୍ତ୍ତି ଆଜାଦ୍ କି ଅମୃତ ଉତ୍ସବ ମନାଇବା ସହ ପବିତ୍ର ୭୬ତମ ସ୍ୱାଧୀନତା ଦିବସ ମହୋତ୍ସବ ମହା ଆଡମ୍ବରରେ ପାଳନ କରାଯାଇଛି l
ଅନୁଷ୍ଠାନର ଉପଦେଷ୍ଟା ସୁଧାଂଶୁ ମହାପାତ୍ରଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି ଜାତୀୟ ପର୍ବରେ ମୁଖ୍ୟ ଅତିଥିଭାବେ ସ୍ଥାନୀୟ କର୍ପୋରେଟର ଶ୍ରୀମତୀ ମୋନାଲିସା ସାହୁ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ, ସେ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ଆଜି ଆମେ ଆମ ଦେଶର ୭୫ତମ ଜନ୍ମଜୟନ୍ତୀ ପୂର୍ତ୍ତି ଅବସରରେ ପୃଥିବୀ ର ସର୍ବବୃହତ୍ତମ ଗଣତାନ୍ତ୍ରିକ ଅନୁଷ୍ଠାନ ଗୁଡିକର ମୂଲ୍ୟବୋଧର ଅବକ୍ଷେ୍ୟ ଆମ ସମସ୍ତଙ୍କୁ ବିଚଳିତ କରୁଛି, ଯଦି ଏହି ଗଣତାନ୍ତ୍ରିକ ଅନୁଷ୍ଠାନ ଗୁଡିକର ଅବକ୍ଷେ୍ୟକୁ ପ୍ରତିରୋଧ କରାନଯାଏ ତେବେ ଆଗାମୀ ଦିନରେ ଆମ୍ଭମାନଙ୍କୁ ଆଉ ଏକ ସ୍ୱାଧୀନତା ସଂଗ୍ରାମ ଅବତୀର୍ଣ୍ଣ ହେବାକୁ ପଡିପାରେ, ତେଣୁ ଆଜିର ଦିନରେ ଆମେ ସମସ୍ତେ ଆମ ଦେଶର ଗଣତାନ୍ତ୍ରିକ ଅନୁଷ୍ଠାନ ଗୁଡିକର ମୂଲ୍ୟବୋଧର କ୍ଷତି ନ ପହଞ୍ଚାଇବାକୁ ସଂକଳ୍ପ ନେବାକୁ ଆହ୍ୱାନ କରିଥିଲେ l
ବିଜୁ ଜନତା ଦଳର ଭୁବନେଶ୍ବର ଜିଲ୍ଲା ସମ୍ପାଦକ ଶ୍ରୀଯୁକ୍ତ ମନୋଜ ସାହୁ ଆଜିର କାର୍ଯ୍ୟକ୍ରମ ରେ ଅନ୍ୟତମ ଅତିଥିଭାବେ ଯୋଗଦାନ କରିଥିଲେ l
ଅନୁଷ୍ଠାନର ସମ୍ପାଦକ କେଶବ ରଣା କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିବାବେଳେ ନିର୍ଦ୍ଧେଶିକା ଶ୍ରୀମତୀ ମିଲି ରଣା ଧନ୍ୟବାଦ ଅର୍ପଣ କରିଥିଲେ ଅନୁଷ୍ଠାନର ବରିଷ୍ଠ ସଭ୍ୟ ଦେବ ଚୋଧୁରୀ, ପଦ୍ମଲୋଚନ ସାହୁ, ରାଜେନ୍ଦ୍ର ମଲ୍ଲିକ, କୈଳାଶ ଜେନା, କମଲ ନନ୍ଦୀ, ବିଚିତ୍ରାନନ୍ଦ ରାଉତରାୟ, ଲକ୍ଷ୍ମୀଧର ଭଦ୍ର,ଲୋଚନ ସିଂ, ବାଦଲ ଜେନା, ସମୀର ମହାନ୍ତି, ସଞ୍ଜୟ ନାୟକ, ଶ୍ରୀମତୀ ପ୍ରଭାତୀ ପାଣି, ଶ୍ରୀମତୀ ରୁନୁବାଳା ପ୍ରଧାନ ଓ ଶ୍ରୀମତୀ ଲକ୍ଷ୍ମୀ ସିଂ ପ୍ରମୁଖ ଯୋଗଦାନକରି କାର୍ଯ୍ୟକ୍ରମଟିକୁ ସଫଳ ମଣ୍ଡିତ କରିଥିଲେ। ଏହି ଅବସରରେ ଅନୁଷ୍ଠାନ ପରିସରରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଥିଲା।