BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

କର୍ମଚାରୀ ରାଜ୍ୟ ବୀମା ( ଇଏସଆଇ) ହସ୍ପିଟାଲରେ ଉଚ୍ଚ ବିଶେଷଜ୍ଞ ବହିଃ ବିଭାଗ (ସୁପର ସ୍ପେଶାଲିଟି ଓପିଡ଼ି) ଚିକିତ୍ସାର ଶୁଭ ଉଦଘାଟନ

ଭୁବନେଶ୍ୱର: କର୍ମଚାରୀ ରାଜ୍ୟ ବୀମା ଯୋଜନା ଏକ ବହୁମୁଖୀ ସ୍ୱାସ୍ଥ୍ୟ ବୀମା ଓ ସାମାଜିକ ସୁରକ୍ଷା ଯୋଜନା ଯେଉଁଥିରେ ସଂଗଠିତ କ୍ଷେତ୍ରରେ କର୍ମଚାରୀମାନଙ୍କୁ ସାମାଜିକ ସୁରକ୍ଷା ପ୍ରଦାନ କରାଯାଇଥାଏ। ବୀମାଭୁକ୍ତ କର୍ମଚାରୀ ତଥା ସେମାନଙ୍କ ନିର୍ଭରଶୀଳ ପରିବାର ସଦସ୍ୟମାନେ ମଧ୍ୟ ଏହି ବୀମା ସେବା ପାଇଥାନ୍ତି। ଏହି ଯୋଜନା ଓଡ଼ିଶାରେ ୧୯୬୦ ମସିହାରୁ କାର୍ଯ୍ୟକାରୀ ହୋଇଆସୁଛି । ବର୍ତ୍ତମାନ ଏହି ଯୋଜନାରେ ଓଡ଼ିଶାରେ ୪ ଗୋଟି ହସ୍ପିଟାଲ ଓ ୫୩ ଟି ଡିସପେନ୍ସାରୀ ମାଧ୍ୟମରେ ପ୍ରାୟତଃ ୧୦ ଲକ୍ଷ ବୀମାଭୁକ୍ତ କର୍ମଚାରୀଙ୍କୁ ଚିକିତ୍ସା ଯୋଗାଇ ଦିଆଯାଉଛି । ଏତଦ୍ ବ୍ୟତୀତ ଆଉ ୫ ଟି ନୂତନ ଡାକ୍ତରଖାନା ଖୋଲାଯିବାର ପ୍ରସ୍ତାବ ରହିଛି| ହିତାଧିକାରୀମାନଙ୍କୁ ସମ୍ପୂର୍ଣ ଚିକିତ୍ସା ସେବା ଯୋଗାଇଦେବା କର୍ମଚାରୀ ରାଜ୍ୟ ବୀମା ଯୋଜନାର ମୂଳ ଲକ୍ଷ୍ୟ ।

ସାଂପ୍ରତିକ ସ୍ଥିତି ଅନୁସାରେ କିଡନୀ, ହୃଦରୋଗ ଇତ୍ୟାଦି ବହୁମାତ୍ରାରେ ଦେଖାଯାଉଛି। ଏଥିନିମନ୍ତେ ହିତାଧିକାରୀମାନଙ୍କ ଉନ୍ନତ ଚିକିତ୍ସା ନିମନ୍ତେ ୧୨ ଟି Secondary Care ଓ ୧୫ ଟି Tertiary Care ସହ ଚୁକ୍ତି କରାଯାଇଛି। ବୀମାଭୁକ୍ତ କର୍ମଚାରୀଙ୍କୁ ଅଧିକ ଚିକିତ୍ସା ସେବା ଯୋଗାଇବାପାଇଁ ପ୍ରତ୍ୟକ ଜିଲ୍ଲା ସ୍ତରରେ Secondary Care ସହ ଖୁବଶୀଘ୍ର ଚୁକ୍ତି କରାଯାଉଛି । ନିକଟରେ ପ୍ରଥମ କରି ଭୁବନେଶ୍ୱରରେ କର୍ମଚାରୀ ରାଜ୍ୟ ବୀମା ( ଇ .ଏସ. ଆଇ) ହସ୍ପିଟାଲରେ ଡ଼ାଏଲେସିସ ୟୁନିଟ (Dialysis Unit) ଖୋଲାଯାଇଛି।

ଏହି ବୀମାଭୁକ୍ତ କର୍ମଚାରୀମାନଙ୍କର ସୁବିଧାପାଇଁ  ଇ .ଏସ. ଆଇ ହସ୍ପିଟାଲ, ଭୁବନେଶ୍ୱରରେ ଆଜି ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ମନ୍ତ୍ରୀ ଶ୍ରୀ ଗଣେଶ ରାମ ସିଂଖୁଣ୍ଟିଆ ଉଚ୍ଚ ବିଶେଷଜ୍ଞ ବହିବିଭାଗ (Super Specialty OPD) ଚିକିତ୍ସାର ଶୁଭ ଉଦଘାଟନ କରିଛନ୍ତି।  ଏହି ସେବା ହାଇ-ଟେକ ମେଡ଼ିକାଲ କଲେଜ ଓ ହସପିଟାଲ,  ଭୁବନେଶ୍ୱରଙ୍କ ସହଭାଗିତାରେ କାର୍ଯ୍ୟକାରୀ ହେବ। ଏଥିରେ ଉଚ୍ଚ ବିଶେଷଜ୍ଞ ଚିକିତ୍ସା ଯଥା –ଇଉରୋଲୋଜି (Urology), କାର୍ଡିଓଲୋଜି (Cardiology), ଅଙ୍କଲୋଜି (Oncology), ନ୍ୟୁରୋସର୍ଜରୀ (Neurosurgery), ନେଫ୍ରୋଲୋଜି (Nephrology),ନିଉରୋଲୋଜି (Neurology)ଏବଂ ଏଣ୍ଡୋକ୍ରାଇନୋଲୋଜି (Endocrinology) ର ସୁବିଧା ରହିଛି।

ଏହି ସେବା ମଧ୍ୟ ବୀମାଭୁକ୍ତ କର୍ମଚାରୀ ତଥା ସେମାନଙ୍କ ପରିବାର ସଦସ୍ୟ ମାନଙ୍କ ନିମନ୍ତେ ବିନା ଦେୟରେ ଉପଲବ୍ଧ। ରାଜ୍ୟ ସରକାର ବୀମାଭୁକ୍ତ କର୍ମଚାରୀ ମାନଙ୍କୁ ସମସ୍ତ ଚିକିତ୍ସା ସୁବିଧା ବିନା ବାଧାରେ ଯୋଗାଇ ଦେବାକୁ ପ୍ରତିଶୃତିବଦ୍ଧ।