BREAKING
‘ଯୁଧିଷ୍ଠିର ଥିଏଟର’ର ଦ୍ୱିତୀୟ ବାର୍ଷିକ ନାଟ୍ୟୋତ୍ସବରେ ମଞ୍ଚସ୍ଥ ହେଲା ‘ଶୁକ ଶାରୀ କଥା’ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର

ଭୁବନେଶ୍ୱର ସାଇନ୍ସ ସିଟି ନିର୍ମାଣ ପାଇଁ ନିଆଯିବ ପରାମର୍ଶ, ପାଟନାସ୍ଥିତ ଅବଦୁଲ କଲାମ ସାଇନ୍ସ ସିଟିରୁ ଆସିବେ ସ୍ୱତନ୍ତ୍ର ଅଧିକାରୀ

ଭୁବନେଶ୍ୱର: ରାଜ୍ୟରେ ସାଇନ୍ସ ସିଟି ନିର୍ମାଣ ପାଇଁ ପ୍ରକ୍ରିୟା ଜାରି ରହିଛି। ଏଥିନିମନ୍ତେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ପକ୍ଷରୁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଉଛି। ଏହି ମର୍ମରେ ବିଭାଗୀୟ ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଏବଂ ଅନ୍ୟ ବରିଷ୍ଠ ଅଧିକାରୀ ମାନେ ଅନ୍ୟ ରାଜ୍ୟକୁ ଯାଇ ସେଠାରେ ଥିବା ସାଇନ୍ସ ସିଟିର ନିର୍ମାଣ ଶୈଳୀ ଓ କାର୍ଯ୍ୟଦକ୍ଷତା ମଧ୍ୟ ଅନୁଧ୍ୟାନ କରୁଛନ୍ତି। ଗତ ସପ୍ତାହରେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ବିହାର ଗସ୍ତ କରି ପାଟନା ସ୍ଥିତ ଡକ୍ଟର ଏପିଜେ ଅବଦୁଲ କଲାମ ବିଜ୍ଞାନ ସିଟି ପରିଦର୍ଶନ କରିଥିଲେ। ଏଥିସହ ଏହି ଗସ୍ତ ସମୟରେ ସେ ବିହାରର ଦୁଇ ଉପମୁଖ୍ୟମନ୍ତ୍ରୀ ଶ୍ରୀ ବିଜୟ କୁମାର ସିହ୍ନା ଏବଂ ଶ୍ରୀ ସମ୍ରାଟ ଚୌଧୁରୀଙ୍କୁ ସାକ୍ଷାତ କରି ଏହି ପ୍ରସଙ୍ଗରେ ମଧ୍ୟ ଆଲୋଚନା କରିଥିଲେ।

ଆମ ରାଜ୍ୟରେ ଭୁବନେଶ୍ୱରରେ ୧୦୦ ଏକର ଯାଗାରେ ନିର୍ମାଣ ହେବାକୁ ଥିବା ଉକ୍ତ ସାଇନ୍ସ ସିଟିରେ ଆଧୁନିକ ପ୍ରଦର୍ଶନୀ, ନୀମଜ୍ଜିତ ଶିକ୍ଷଣ ସ୍ଥାନ ଏବଂ ଗବେଷଣା ସୁବିଧା ସହିତ ବୈଜ୍ଞାନିକ ଅଧ୍ୟୟନ ଓ ଉଦ୍ଭାବନକୁ ପ୍ରୋତ୍ସାହନ ଦେବା ତଥା ବୈଜ୍ଞାନିକ ଅନୁସନ୍ଧିତ୍ସା, ଉଦ୍ଭାବନ ଓ ଶିକ୍ଷା ପାଇଁ ବିଶେଷ ଧ୍ୟାନ ଦିଆଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ସାଇନ୍ସ ସିଟି ନିର୍ମାଣ ପାଇଁ ଏକ ଉଚ୍ଚ ସ୍ତରୀୟ କମିଟି ଗଠନ କରାଯିବ ଏବଂ ବିହାର ରାଜ୍ୟର ସ୍ୱତନ୍ତ୍ର ଅଧିକାରୀମାନଙ୍କୁ ଆମ ରାଜ୍ୟକୁ ଆମନ୍ତ୍ରଣ କରାଯିବ । ଆବଶ୍ୟକ କ୍ରମେ ସେମାନଙ୍କ ପରାମର୍ଶ ମଧ୍ୟ ନିଆଯିବ ବୋଲି ମନ୍ତ୍ରୀ ସୂଚନା ଦେଇଥିଲେ।