ରାଜ୍ୟର ମହିଳାମାନେ ଆଗକୁ ବଢ଼ିଲେ ହିଁ ପ୍ରକୃତ ଉନ୍ନତି ଆସିବ
ରାୟଗଡ଼ାରେ ସୁଭଦ୍ରା ଶକ୍ତିମେଳା'
ରାୟଗଡ଼ା : ରାଜ୍ୟର ମହିଳାମାନେ ଆଗକୁ ବଢ଼ିଲେ ହିଁ ପ୍ରକୃତ ଉନ୍ନତି ଆସିବ। ସେହି ଧାରାରେ ରାୟଗଡ଼ା ଜିଲ୍ଲାର ୧୨,୭୮୩ଟି ଏସ୍ଏଚ୍ଜିରେ ୧ ଲକ୍ଷ ୫୨ ହଜାର ମହିଳା ସାମିଲ ହୋଇଛନ୍ତି। ମହିଳା ଓ ଶିଶୁମାନଙ୍କ ବିକାଶ ପାଇଁ ସରକାରୀ ବଜେଟରେ ପ୍ରାଥମିକତା ଦିଆଯାଇଛି। ମହିଳାମାନେ ସ୍ୱୟଂ ସହାୟକ ଗୋଷ୍ଠୀର କେବଳ ଲାଭାର୍ଥୀ ନୁହନ୍ତି, ବରଂ ସେମାନେ ଓଡ଼ିଶା ବିକାଶ ଯାତ୍ରାରେ ଅଂଶୀଦାର ହୋଇ ରୋଜଗାରକ୍ଷମ ହେବା ସହ ଖୁବ ଶୀଘ୍ର ନିଯୁକ୍ତି ପ୍ରଦାନ ମଧ୍ୟ କରିବେ। ସେମାନଙ୍କ କଠିନ ପରିଶ୍ରମ, ଶୃଙ୍ଖଳା ଏବଂ ଉଦ୍ୟୋଗୀ ମନୋଭାବ ଗ୍ରାମୀଣ ଅର୍ଥନୀତିରେ ବୈପ୍ଲବିକ ପରିବର୍ତ୍ତନ ଆଣିଛି ବୋଲି ରାୟଗଡ଼ା ଜିଲ୍ଲା ଜିଆଏସିଆର ନିକଟସ୍ଥ ଜେଏସକୋ ପଡ଼ିଆ ଠାରେ ଆୟୋଜିତ ‘ସୁଭଦ୍ରା ଶକ୍ତିମେଳା’ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ କହିଛନ୍ତି ।
ରାୟଗଡ଼ ଜିଲ୍ଲା ବିକାଶରେ ନୂଆ ଅଧ୍ୟାୟ
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha ରାୟଗଡ଼ଠାରେ ‘ସୁଭଦ୍ରା ଶକ୍ତି ମେଳା ୨୦୨୬’ ଉଦ୍ଘାଟନ ଅବସରରେ ଯୋଗ ଦେଇଛନ୍ତି । ରାୟଗଡ଼ ଜିଲ୍ଲା ଆଜି ସାରା ରାଜ୍ୟ ପାଇଁ ମହିଳା ସଶକ୍ତିକରଣ କ୍ଷେତ୍ରରେ ଉଦାହରଣ ପାଲଟିଛି। ଏହି ଜିଲ୍ଲାରେ ୧୨,୭୮୩ଟି ଏସ୍ଏଚ୍ଜି ଜରିଆରେ ୧.୫୨ ଲକ୍ଷରୁ ଅଧିକ ମା’… pic.twitter.com/s168FjFer4
— CMO Odisha (@CMO_Odisha) February 2, 2026
ସ୍ବାଧୀନତା ପାଇଁ ବଳୀଦାନ ଦେଇଥିବା ଏହି ଜିଲ୍ଲାର ସହିଦ୍ମାନଙ୍କ ପ୍ରମୁଖ ଭୂମିକା ରହିଛି। ଆଗାମୀ ଦିନରେ ରାୟଗଡ଼ା ଜିଲ୍ଲାରେ ବଡ଼ବଡ଼ ଶିଳ୍ପ ପ୍ରତିଷ୍ଠା ହେବ। ଏହି ଶିଳ୍ପଗୁଡ଼ିକରେ ୮୦ ପ୍ରତିଶତ ନିଯୁକ୍ତି ସ୍ଥାନୀୟ ଲୋକଙ୍କୁ ଦିଆଯିବ। ଯଦି କୌଣସି କମ୍ପାନି ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦେବାରେ ଅବହେଳା କରନ୍ତି, ତେବେ ସେମାନଙ୍କୁ କମ୍ପାନି ଆରମ୍ଭ କରିବା ପାଇଁ ଏନ୍ଓସି (NOC) ଦିଆଯିବ ନାହିଁ ବୋଲି ଶ୍ରୀ ମାଝୀ ଦୃଢ଼ ଭାବରେ କହିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ୩୪୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ନିର୍ମାଣ ପାଇଁ ଘୋଷଣା କରିବା ସହ ୨୧୦ କୋଟି ଟଙ୍କାର ୪୧ଟି ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ ଏବଂ ୬୭ଟି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଏସବୁ ପ୍ରକଳ୍ପ ଗୁଡ଼ିକ ସଡ଼କ, ପାନୀୟ ଜଳ, ଜଳ ସେଚନ, ଶିକ୍ଷା, ସ୍ୱାସ୍ଥ୍ୟ ଭିତ୍ତିଭୂମି ଏବଂ ଗ୍ରାମୀଣ ଓ ସହରାଞ୍ଚଳ ବିକାଶ କ୍ଷେତ୍ରକୁ ଆହୁରି ସୁଦୃଢ଼ କରିବ ବୋଲି ସେ କହିଛନ୍ତି।
“ଶିଳ୍ପଗୁଡ଼ିକ ହେଉଛି ସମୃଦ୍ଧିର ସ୍ତମ୍ଭ। ସ୍ଥାନୀୟ ଯୁବବର୍ଗଙ୍କୁ ନିଯୁକ୍ତି ମିଳିଲେ ହିଁ, ସମୃଦ୍ଧିର ମାର୍ଗ ପ୍ରସ୍ତୁତ ହେବ ।”:- ମାନ୍ୟବର ମୁଖ୍ୟମନ୍ତ୍ରୀ pic.twitter.com/Qqe06tMF3x
— CMO Odisha (@CMO_Odisha) February 2, 2026
ମହିଳାମାନଙ୍କୁ କେବଳ ଲକ୍ଷପତି ଦିଦି କିମ୍ବା ସୁଭଦ୍ରା ଯୋଜନାରେ ଲାଭାର୍ଥୀ କରିବା ସରକାରଙ୍କ ଏକମାତ୍ର ଲକ୍ଷ୍ୟ ନୁହେଁ, ବରଂ ସେମାନଙ୍କ ସମ୍ମାନ ରକ୍ଷା କରିବା ପ୍ରାଥମିକତା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସୁଭଦ୍ରା ଯୋଜନାର ଆର୍ଥିକ ସହାୟତା ମହିଳା ନେତୃତ୍ୱାଧୀନ ଉଦ୍ୟୋଗ ଗୁଡ଼ିକୁ ମଜବୁତ୍ କରିବ ଓ ସେମାନଙ୍କ ଜୀବିକା ବୃଦ୍ଧି କରିବ। ବିକାଶ ପ୍ରକ୍ରିୟାରେ ଗରିବ, ଆଦିବାସୀ, ମହିଳା ଓ ଯୁବବର୍ଗଙ୍କ ସଶକ୍ତୀକରଣକୁ ସୁନିଶ୍ଚିତ କରାଯାଉଛି। ରାୟଗଡ଼ା ଜିଲ୍ଲାରେ ଏକ ଲକ୍ଷ କୋଟିରୁ ଅଧିକ ଟଙ୍କାର ଶିଳ୍ପ ପ୍ରକଳ୍ପ କାର୍ଯ୍ୟକାରୀ ହୋଇଥିବା ବେଳେ କୃଷି, ହସ୍ତତନ୍ତ, ପର୍ଯ୍ୟଟନ ଓ ସଂସ୍କୃତିର ବିକାଶ ପାଇଁ ରହିଥିବା ଅପାର ସମ୍ଭାବନାକୁ ସଦୁପଯୋଗ କରି ଜିଲ୍ଲାରେ ସ୍ଥାୟୀ ସମୃଦ୍ଧି ଆଣିବାକୁ ସରକାର ପ୍ରୟାସ ଜାରି ରଖିବେ ବୋଲି ପ୍ରକାଶ କରିବା ସହିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ଯୋଜନାର ହିତାଧିକାରୀଙ୍କୁ ସହାୟତା ରାଶି ପ୍ରଦାନ କରିଥିଲେ।
A new chapter of development unfolds in Subarnapur as Hon’ble CM Shri @MohanMOdisha announces new projects worth ₹633 crore.
✅ ₹35 crore for development of Bhima Bhoi’s Samadhi Peeth
✅ ₹557 crore for Maradugochha riverbed reservoir project
✅ ₹11.23 crore for an open-air… pic.twitter.com/i6sEx3bqOo— CMO Odisha (@CMO_Odisha) February 2, 2026
ଏହି ଅବସରରେ ରାୟଗଡ଼ା ବିଧାୟକ ଆପଲସ୍ୱାମୀ କାଡ଼ରIକା, ବିଷମକଟକ ବିଧାୟକ ନୀଳମାଧବ ହିକକା ଓ ଗୁଣପୁର ବିଧାୟକ ସତ୍ୟଜିତ ଗମାଙ୍ଗ ଉପସ୍ଥିତ ରହି ନିଜର ବକ୍ତବ୍ୟ ରଖିବା ସହ ଜିଲ୍ଲାର ବିଭିନ୍ନ ସମସ୍ୟା ଉପସ୍ଥାପନ କରିଥିଲେ। ରାୟଗଡ଼ା ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି ସ୍ୱାଗତ ଭାଷଣ ଦେଇଥିବା ବେଳେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଅକ୍ଷୟ କୁମାର ଖେମୁଣ୍ଡୁ ଧନ୍ୟବାଦ ଅର୍ପଣ କରିଥିଲେ।
ଆଜି ରାୟଗଡ଼ାରେ ସୁଭଦ୍ରା ଶକ୍ତି ମେଳାରେ ଯୋଗଦେଲି । ରାୟଗଡ଼ା ଜିଲ୍ଲା ଆମ ଆଦିବାସୀ ସଂସ୍କୃତି ଓ ସମୃଦ୍ଧ ଐତିହ୍ୟର ଏକ ଅନନ୍ୟ ପ୍ରାଣକେନ୍ଦ୍ର। ଓଡ଼ିଶାର ଏହି ସୁନ୍ଦର ଜିଲ୍ଲା ଏହାର ଅନନ୍ୟ ପରମ୍ପରା ଏବଂ ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ସାରା ବିଶ୍ୱରେ ଏକ ସ୍ୱତନ୍ତ୍ର ସ୍ଥାନ ଗ୍ରହଣ କରିଛି। ଆଜି ଏହି ମାଟିର ବିକାଶ ପାଇଁ ପ୍ରାୟ ୬୦୦ କୋଟି… pic.twitter.com/MVm5ALjIX4
— Mohan Charan Majhi (@MohanMOdisha) February 2, 2026
ଏଥିସହ ଜିଲ୍ଲା ବିଜେପି ସଭାପତି ଗୋପୀ ଆନନ୍ଦ, ବରିଷ୍ଠ ନେତା ଶିବ ଶଙ୍କର ଉଲାକା, ସଂପାଦକ ଦେବାଶିଷ ପଣ୍ଡା ଓ କାଳୀରାମ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରାୟ ୧୦ ହଜାରରୁ ଉର୍ଦ୍ଧ୍ୱ ମହିଳା ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଜିଲ୍ଲା ପ୍ରଶାସନ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ସମ୍ମାନ ସୂଚକ ଡ଼ଙ୍ଗରିଆ କନ୍ଧଙ୍କ ‘କପଡାଗୁନ୍ଦା ଶାଲ’ ଓ ଲାଞ୍ଜିଆ ସୌରାଙ୍କ ‘ଇଡ଼ିଟାଲ’ ଚିତ୍ରକଳା ସ୍ମୃତି ସନ୍ତକ ଭାବେ ପ୍ରଦାନ କରାଯାଇଥିଲା।