BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ନାଇଜେରିଆ ଜନଜାତିଙ୍କ ଅଜବ ନିୟମ, ପରିବାର ଗୋଟିଏ ଭାଷା ଅଲଗା

ଅଲଗା ଅଲଗା ଭାଷାରେ କଥା ହୁଅନ୍ତି ଦମ୍ପତି I ତଥାପି ଗୋଟିଏ ଛାତ ତଳେ ଏକାଠି ସଂସାର କରିବାରେ କୌଣସି ସମସ୍ୟା ହୋଇନଥାଏ। ସୁଖଶାନ୍ତିରେ ସେମାନଙ୍କ ଦାମ୍ପତ୍ୟ ଜୀବନ କଟେ। ସନ୍ତାନସନ୍ତତିଙ୍କୁ ନେଇ ହସଖୁସିରେ ସେମାନଙ୍କ ଦିନ ବିତିଯାଏ।

କିନ୍ତୁ ପରମ୍ପରା ଅନୁସାରେ ଏକ ଅଦ୍ଭୁତ ନିୟମ ମାନି ଚଳିବାକୁ ହୋଇଥାଏ ସେମାନଙ୍କୁ। ନାଇଜେରିଆର ଦକ୍ଷିଣ-ପୂର୍ବରେ ଉବାଂ ନାମକ ଏକ ଗାଁ ଅବସ୍ଥିତ। ସେହି ଗାଁର ଜନସଂଖ୍ୟା ପ୍ରାୟ ପାଞ୍ଚ ହଜାର । ଗାଁର ବାସିନ୍ଦାମାନଙ୍କ ମଧ୍ୟରେ ପୁରୁଷ ଓ ମହିଳାମାନେ ଭିନ୍ନ ଭାଷାରେ କ‌ଥାବାର୍ତ୍ତା କରନ୍ତି।

ଦୈନଦିନ ଜୀବନର ଅପରିହାର୍ଯ୍ୟ ଜିନିଷପତ୍ର ଗୁଡ଼ିକୁ ଭିନ୍ନ ଶବ୍ଦରେ ସମ୍ବୋଧନ କରନ୍ତି ମହିଳା ଓ ପୁରୁଷମାନେ। ଯେମିତିକି ପାଣିକୁ ପୁରୁଷମାନେ ‘ବାମୁଇୟେ’ ବୋଲି କହୁଥିବା ବେଳେ ମହିଳାମାନେ କୁହନ୍ତି ‘ଆମୁ’। ପୁଣି ପୋଷାକକୁ ପୁରୁଷମାନେ ‘ନାକି’ କହୁଥିବା ବେଳେ ମହିଳାମାନେ କୁହନ୍ତି ‘ଆରିଗା’। ଗଛକୁ ପୁରୁଷମାନେ କୁହନ୍ତି ‘କିଚି’। ମହିଳାମାନଙ୍କ ଭାଷାରେ ଗଛ ହେଉଛି ‘ଓକହ୍ନେ’। ଗୋଟିଏ ଜନଜାତିର ହୋଇ ମଧ୍ୟ ପୁରୁଷ ଓ ମହିଳାମାନେ ଭିନ୍ନ ଭାଷା କାହିଁକି କୁହନ୍ତି ତାହାର କାରଣ ଆଜି ବି ଜାଣନ୍ତି ନାହିଁ ଉବାଂ ଗାଁର ଲୋକମାନେ । ବର୍ଷ ବର୍ଷ ଧରି କାଳେ ଏହି ନିୟମ ଚଳିଆସିଛି ଏହି ଗାଁରେ ।

ଗ୍ରାମବାସୀମାନଙ୍କ ମଧ୍ୟରୁ ଅନେକେ ଦାବି କରନ୍ତି, ଆଦମ ଓ ଇଭ୍ ବାଳେ ପରସ୍ପର ମଧ୍ୟରେ ଭିନ୍ନ ଭାଷାରେ କଥା ହେଉଥିଲେ। ସେହି ଲୋକବିଶ୍ଵାସ କାରଣରୁ ଉବାଂ ଗାଁର ପୁରୁଷ ଓ ମହିଳା ଅଲଗା ଅଲଗା ଭାଷାରେ କଥା ହୁଅତି I କିନ୍ତୁ ଗ୍ରାମର ସମସ୍ତେ ଜଣେ ଅପରର ଭାଷା ସଂପର୍କରେ ଅବଗତ ।

ସନ୍ତାନ ଜନ୍ମ ହେବା ପରେ ଶିଶୁଟି ପାଞ୍ଚରୁ ଛଅ ବର୍ଷ ପର୍ଯ୍ୟନ୍ତ ମା’ ଓ ଅନ୍ୟ ସଂପର୍କୀୟ ମହିଳାମାନଙ୍କ ପାଖରେ ବଡ଼ ହୋଇଥାଏ। ଏହାଦ୍ଵାରା ପିଲାଦିନରୁ ହିଁ ସେମାନେ ମହିଳାମାନଙ୍କ ଭାଷା ଶିଖିଯାଆନ୍ତି I ପୁଅମାନଙ୍କ ବୟସ ଯେତେ ବୃଦ୍ଧି ପାଉଥାଏ, ସେତେ ସେମାନଙ୍କୁ ମହିଳାମାନଙ୍କଠାରୁ ଦୂରେଇ ନିଅଯାଏ। ପ୍ରଥା ଅନୁଯାୟୀ ପୁଅ ସନ୍ତାନ ସାବାଳକ ହେବା ପରେ ସେମାନଙ୍କୁ ଗ୍ରାମର ପୁରୁଷମାନଙ୍କ ସହିତ ଅଧିକାଂଶ ସମୟ ବିତାଇବାକୁ ହୋଇଥାଏ।

ସେତେବେଳେ ସେମାନେ ଆଉ ଏକ ଭାଷା ଶିଖନ୍ତି ଯାହା କେବଳ ପୁରୁଷମାନେ ହିଁ କହିଥାଆନ୍ତି। ଗ୍ରାମର କନ୍ୟାସନ୍ତାନମାନେ ଯେହେତୁ ଆଜୀବନ ମହିଳାମାନଙ୍କ ସହିତ ସମୟ କଟାନ୍ତି ତେଣୁ ସେମାନଙ୍କ ଭାଷାର କୌଣସି ପରିବର୍ତ୍ତନ ହୋଇନଥାଏ । ସେମାନେ ପିଲାଦିନରୁ ଗୋଟିଏ ଭାଷାରେ କଥା କହିବାରେ ଅଭ୍ୟସ୍ତ ହୋଇଯାଆନ୍ତି। ଗ୍ରାମର ପୁଅମାନେ ଯୁବକ ହୋଇଉଠିଲା ବେଳକୁ ପୁରୁଷମାନଙ୍କ ଭାଷା ଆୟତ କରି ନେଇଥାଆନ୍ତି।

ଅପର ପକ୍ଷେ ମହିଳାମାନଙ୍କ ଭାଷା ଭୁଲିନଥାନ୍ତି। ଗ୍ରାମର ନିୟମ ମାଳି ୧୦ ବର୍ଷ ବୟସ ମଧ୍ୟରେ ସେଠାକାର ବାଳକମାନଙ୍କୁ ଏଭଳି ଭାବେ ପ୍ରଶିକ୍ଷଣ ଦିଆଯାଏ ଯାହାଦ୍ୱାରା ସେମାନେ ସଂପୂର୍ଣ୍ଣ ଭାବେ ପୁରୁଷମାନଙ୍କ ଭାଷାରେ କଥା କହିବା ଆରମ୍ଭ କରିଦିଅନ୍ତି । ଯେହେତୁ ବ୍ୟାକରଣଗତ ଭାବେ ମହିଳା ଓ ପୁରୁଷଙ୍କ ଭାଷା ମଧ୍ୟରେ ଅତ୍ୟଧିକ ଅସାମଞ୍ଜସ୍ୟ ନଥାଏ, ତେଣୁ ପୁରୁଷମାନଙ୍କ ଭାଷା ମଧ୍ୟ ବୁଝିଥାଆତି ଗ୍ରାମର ମହିଳାମାନେ। ଫଳରେ ଗୋଟିଏ ଛାତ ତଳେ ଏକାଠି ଥାଇ ବି ଭିନ୍ନ ଭାଷାରେ କଥା ହେବାରେ ଦମ୍ପତିଙ୍କ ମଧ୍ୟରେ କୌଣସି ସମସ୍ୟା ହୋଇନଥାଏ।

କିଛି ଗ୍ରାମବାସୀଙ୍କ ମତରେ, ଆଦମ ଓ ଇଭଙ୍କ କାହାଣୀରୁ ଅନୁପ୍ରାଣୀତ ହୋଇ ପୁରୁଷ ଓ ମହିଳାମାନେ ଭିନ୍ନ ଭାଷାରେ କଥା ହୁଅନ୍ତି ବୋଲି ଭାବିବା ଠିକ୍ ନୁହେଁ। ବଙ୍ଗ ଉବାଂ ଗ୍ରାମକୁ ଯୁଦ୍ଧକାଳୀନ ପରିସ୍ଥିତିରେ ଶତ୍ରୁମାନଙ୍କ ହାତରୁ ରକ୍ଷା କରିବା ଉଦ୍ଦେଶ୍ୟରେ କାଳେ ଭିନ୍ନ ଭିନ୍ନ ଭାଷାରେ କଥା କହିବାର ନିଷ୍ପତ୍ତି ନେଇଥିଲେ ସେମାନଙ୍କ ପୂର୍ବଜମାନେ। ଗୋଟିଏ ଜିନିଷକୁ ଭିନ୍ନ ନାଁରେ କହିଲେ ଶତ୍ରୁମାନେ ଦ୍ବନ୍ଦରେ ପଡ଼ିଯିବେ ଭାବି ସେମାନେ ଏଭଳି ଅଜବ ନିୟମ ଲାଗୁ କରିଥିଲେ।