BREAKING
‘ଯୁଧିଷ୍ଠିର ଥିଏଟର’ର ଦ୍ୱିତୀୟ ବାର୍ଷିକ ନାଟ୍ୟୋତ୍ସବରେ ମଞ୍ଚସ୍ଥ ହେଲା ‘ଶୁକ ଶାରୀ କଥା’ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର

ଫେରିଲା ଚୋରି ଶିଶୁପୁତ୍ର, କୁନି ପୁଅକୁ କୋଳରେ ପାଇ ଆତ୍ମହରା ମା’

ଭୁବନେଶ୍ୱର : ରାଜଧାନୀର ରାମମନ୍ଦିର ଆଗରୁ ଅପହୃତ ଦେଢ ବର୍ଷର ଶିଶୁ ମିଳିଲା । ଦୁଇ ଦିନ ପରେ ଦୃଷ୍ଟିବାଧିତ ମାଆ କୋଳକୁ ଫେରିଛି ପୁଅ । ୪ଟି ସ୍ବତନ୍ତ୍ର ଟିମ୍, ଭୁବନେଶ୍ବରରୁ ବାଲେଶ୍ବର ଯାଏ ୫ ଶହରୁ ଅଧିକ ସିସିଟିଭି ଯାଂଚ୍ କରି ପିଲା ଚୋର ପାଖରେ ପହଁଚିଛି ପୋଲିସ । ଅପହରଣକାରୀ କେଦାରସନ ପଣ୍ଡା ଗିରଫ ହୋଇଥିବା ବେଳେ ଶିଶୁଟିକୁ ଚୋରି କରି ଅନ୍ୟ ଜଣେ ମହିଳାଙ୍କୁ ଦେଇଥିବା ପ୍ରେସ୍‌ମିଟ୍‌ରେ ସୂଚନା ଦେଇଛନ୍ତି ପୋଲିସ କମିଶନର । ସେପଟେ ପୁଅକୁ ପାଇବା ଆଶା ରଖିନଥିବା ମାଆ, ପୋଲିସ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଏଥିପାଇଁ ଧନ୍ୟବାଦ ଦେଇଛନ୍ତି ।

ଦି ଦିନ ପରେ ମୁହଁରେ ହସ ଫୁଟିଛି । ବନ୍ଦ ହୋଇଛି ଆଖିରୁ ଅନବରତ ଝରୁଥିବା ଲୁହ। ଦେଖିନପାରିଲେ କ’ଣ ହେଲା, ସ୍ପର୍ଶ କରି ପୁଅକୁ ଅନୁଭବ କରିପାରୁଛି । କୁନି ପୁଅକୁ କୋଳରେ ପାଇ ଆତ୍ମହରା ମାଆ । ଚୁଟିକୁ ଧରୁଛି.. ମୁହଁକୁ ଛୁଉଁଛି.. ଗେହ୍ଲ କରିପକାଉଛି । ଅପହରଣର ୪୮ ଘଣ୍ଟା ପରେ ମା କୋଳକୁ ଫେରିଛି ଦେଢ ବର୍ଷର କଅଁଳ ଶିଶୁ । ଆଉ ପୁଅକୁ ପାଖରେ ପାଇ ମାଆର ଖୁସି କହିଲେ ନସରେ ।

ଗତ ଶନିବାର ମଧ୍ୟରାତ୍ରି । ରାଜଧାନୀର ରାମମନ୍ଦିର ସାମ୍ନାରୁ ଦୃଷ୍ଟିବାଧିତ ଜୟନ୍ତୀଙ୍କ ପାଖରୁ ଦେଢବର୍ଷର ପୁଅକୁ ଟେକି ନେଇଥିଲା କେଦାରସନ । ସିଧା ଯାଇଥିଲା ରେଳ ଷ୍ଟେସନ । ସେଠାରୁ ଟ୍ରେନରେ ବାଲେଶ୍ବର, ପରେ ସୋର । ଏହାପରେ ଚୋରି ଶିଶୁକୁ ବଢାଇ ଦେଇଥିଲା ଜଣେ ମହିଳାଙ୍କ କୋଳକୁ । ପରେ ଉଭୟେ ମିଶି ବାହାରିଥିଲେ ଅଟୋରେ । ପିଲାକୁ ନେଇ କିଛି ଦୂର ଯିବା ପରେ ବଦଳାଇଥିଲେ ଗାଡି । ବାଇକକୁ ମାଗିଥିଲେ ଲିଫ୍ଟ । ପୁଅର ଦେହ ଖରାପ ଅଛି କହି ସିଧା ଯାଇଥିଲେ ନିଜ ଗାଁ ବୋଇତା ଅଭିମୁଖେ । ୪୮ ଘଣ୍ଟା ମଧ୍ୟରେ ୪ଟି ଟିମ୍ କରି ୫ଶହରୁ ଅଧିକ ସିସିଟିଭି ଘାଣ୍ଟି ପିଲା ଚୋର ପାଖରେ ପହଁଚିଥିଲା ପୋଲିସ । ପର୍ଦ୍ଦାଫାସ କରିଥିଲା ପୁରା ଘଟଣାର।

କେଦାରସନ ପଣ୍ଡା ଜଣେ ଦୃଷ୍ଟିବାଧିତ ମାଆ କୋଳରୁ ଛୁଆକୁ ଝାମ୍ପି ନେଇ ଟେକି ଦେଇଥିଲା ଅନ୍ୟ ଜଣେ ମହିଳାଙ୍କ କୋଳକୁ । ପୋଲିସ କମିଶନରଙ୍କ ସୂଚନା ଅନୁସାରେ, କେଦାର ବେଙ୍ଗାଳୁରୁରେ ଫୁଡ୍ ଡେଲିଭରି ବୟ ଭାବେ କାମ କରୁଥିଲା । କିଛି ଦିନ ସିକ୍ୟୁରିଟି ଗାର୍ଡ ବି ଥିଲା । ସେଇଠି କେଦାରର ପରିଚୟ ହୋଇଥିଲା ସଂପୃକ୍ତଙ୍କ ମହିଳାଙ୍କ ସ୍ବାମୀ ସହ । ପରିବାର ସହ ବନ୍ଧୁତା ଭିତରେ ପୁଅ ଗୁରୁତର ରୋଗରେ ପୀଡିତ ଥିବା କହିଥିଲେ ମହିଳା । ଏଇଠୁ ଆରମ୍ଭ ହୋଇଥିଲା ପିଲା ଚୋରିର ପ୍ଲାନ୍ । ବେଙ୍ଗାଳୁରୁରୁ ଭୁବନେଶ୍ବର ଆସି ରାମ ମନ୍ଦିର ପାଖରେ ଦୃଷ୍ଟିବାଧିତ ଜୟନ୍ତୀଙ୍କ କୋଳରେ ଦେଢ ବର୍ଷର ପୁଅଟିକୁ ଦେଖିଥିଲେ । ଭିଡିଓ କଲ୍ କରି ମହିଳାଙ୍କୁ ସେହି ପୁଅକୁ ଦେଖାଇଥିଲା କେଦାର । ପରେ ଉଠାଇନେଇଥିଲା ମାଆ କୋଳରୁ। କେଦାର ଗୋଟିଏ ବାଇକ୍ ଚୋର ଏବଂ ତା ନାଁରେ ପୂର୍ବରୁ ୩ଟି ମାମଲା ରହିଛି । ତେବେ ଦେଢବର୍ଷର ପୁଅଟିକୁ ପାଳିବାକୁ ନେଇଥିଲା ବୋଲି କହିଛି କେଦାରସନ।

ପୋଲିସ କେଦାର, ସଂପୃକ୍ତ ମହିଳା ଏବଂ ପିଲାକୁ ନେଇଥିବା ବାଇକ୍ ଚାଳକକୁ ଅଟକ ରଖି ପଚରାଉଚରା କରୁଛି । ବାଇକ ଚାଳକ କେବଳ ସାହାଯ୍ୟ କରିଥିଲେ ନା ଅପହରଣରେ ସାମିଲ ଥିଲେ, ସେନେଇ ତଦନ୍ତ ଜାରି ରହିଛି । ପ୍ରଶ୍ନ ଉଠୁଛି, ଶିଶୁ ଅପହରଣ ପଛରେ ହୋଇଛି କି ଟଙ୍କା କାରବାର ? ଶିଶୁଟିକୁ କେଦାର ପାଳିବାକୁ ନେଇଥିଲେ ନା ବିକ୍ରି କରିବାକୁ? ଅପହରଣ ପଛରେ ଆଉ କିଛି କାରଣ ଥିଲା କି ?