BREAKING
‘ଯୁଧିଷ୍ଠିର ଥିଏଟର’ର ଦ୍ୱିତୀୟ ବାର୍ଷିକ ନାଟ୍ୟୋତ୍ସବରେ ମଞ୍ଚସ୍ଥ ହେଲା ‘ଶୁକ ଶାରୀ କଥା’ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର

ସାରା ରାଜ୍ୟରେ “ଆସ ସ୍କୁଲ ଯିବା” ଅଭିଯାନ ଅବସରରେ ସ୍ୱତନ୍ତ୍ର ଅଭିଭାବକ ଶିକ୍ଷକ ବୈଠକ

ଭୁବନେଶ୍ୱର :  ଚଳିତ ଶିକ୍ଷାବର୍ଷ ୨୦୨୫-୨୬ ରେ ସାରା ରାଜ୍ୟରେ “ଆସ ସ୍କୁଲ ଯିବା” ଅଭିଯାନ ଅବସରରେ ଏକ ‘ସ୍ୱତନ୍ତ୍ର ଅଭିଭାବକ, ଶିକ୍ଷକ/ ଶିକ୍ଷୟିତ୍ରୀ ତଥା ବିଦ୍ୟାଳୟ ପରିଚାଳନା / ବିଦ୍ୟାଳୟ ପରିଚାଳନା ଓ ଉନ୍ନୟନ କମିଟି ବୈଠକ’ ଅନୁଷ୍ଠିତ ହୋଇଯାଇଛି ।
ଉକ୍ତ ବୈଠକରେ ବିଦ୍ୟାଳୟ ବାହାରେ ଥିବା ପିଲାମାନଙ୍କୁ ଶିକ୍ଷାର ମୁଖ୍ୟ ସ୍ରୋତରେ ସାମିଲ  କରିବା, ବିଦ୍ୟାଳୟ ଯାଇ ନଥିବା ପିଲାଙ୍କୁ ବୟସ ଅନୁଯାୟୀ ଉପଯୁକ୍ତ ଶ୍ରେଣୀରେ ନାମ ଲେଖାଇବା ଓ ପିଲାମାନଙ୍କର ପାଠପଢ଼ାକୁ ବିଦ୍ୟାଳୟରେ ଜାରି ରଖିବା ଏବଂ ପାଠପଢ଼ା ନ ଛାଡ଼ିବା ପାଇଁ ଆବଶ୍ୟକ ପ୍ରତିକାରାତ୍ମକ ପଦକ୍ଷେପ ଉପରେ ବିଶେଷ ଭାବରେ ଆଲୋଚନା କରାଯାଇଥିଲା ।
ଏଠାରେ ପ୍ରକାଶ ଥାଉକି, ଏହି ସ୍ୱତନ୍ତ୍ର ବୈଠକରେ ବିଦ୍ୟାଳୟ ବାହାରେ ଥିବା ପ୍ରତ୍ୟେକ ପିଲାଙ୍କୁ ବିଦ୍ୟାଳୟକୁ ଫେରାଇ ଆଣିବା, ବିଦ୍ୟାଳୟରେ ନିରାପଦ ଏବଂ ଆନନ୍ଦଦାୟକ ଶିକ୍ଷଣ ପରିବେଶ ସୃଷ୍ଟି କରିବା, ଯେପରି କି କୌଣସି ପିଲା ଶିକ୍ଷାଗତ ଅଧିକାରରୁ ବଞ୍ଚିତ ନ ହୁଅନ୍ତି, ତାହା ନିଶ୍ଚିତ କରିବା ଓ ବିଦ୍ୟାଳୟକୁ ସବୁ ପ୍ରକାରର ସହଯୋଗ କରିବା ପାଇଁ  ଅଭିଭାବକମାନେ ବୈଠକରେ “ସମୂହ ଶପଥପାଠ” କରାଯାଇଥିଲା ।
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ବିଭିନ୍ନ ପଦାଧିକାରୀମାନେ ବିଭିନ୍ନ ଜିଲ୍ଲାରେ ଅନୁଷ୍ଠିତ ହୋଇଥିବା ଏହି ସ୍ୱତନ୍ତ୍ର ବୈଠକରେ ଯୋଗଦାନ କରି ଏହାର ତଦାରଖ ଓ ସହାୟତା ପ୍ରଦାନ କରିଥିଲେ ।