BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଏକ ବିକଶିତ ରାଷ୍ଟ୍ର ଓ ସମୃଦ୍ଧ ରାଜ୍ୟର ସରଂଚନାର ସଂକଳ୍ପକୁ ସାକାର କରିବାରେ ପୋଲିସ ବିଭାଗର ଭୂମିକା ଗୁରୁତ୍ଵପୂର୍ଣ୍ଣ

ରାଜ୍ୟ ପୋଲିସ ବୃତ୍ତିଗତ ପ୍ରତିଯୋଗିତା ରିଜର୍ଭ ପୋଲିସ ଗ୍ରାଉଣ୍ଡ ପରିସରରେ ଉଦଯାପିତ

କଟକ: ଗତ ତିନି ଦିନ ଧରି ଚାଲିଥିବା ରାଜ୍ୟ ପୋଲିସ ବୃତ୍ତିଗତ ପ୍ରତିଯୋଗିତା ରବିବାର ରିଜର୍ଭ ପୋଲିସ ଗ୍ରାଉଣ୍ଡ ପରିସରରେ ଉଦଯାପିତ ହୋଇଯାଇଛି । ଏହି ଉଦଯାପନୀ ଉତ୍ସବରେ ରାଜ୍ୟ ସରକାରଙ୍କ ଆଇନ, ପୂର୍ତ୍ତ ଏବଂ ଅବକାରୀ ବିଭାଗ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ମୁଖ୍ୟ  ଅତିଥି ଭାବେ ଯୋଗଦେଇ ଏକ ବର୍ଣ୍ଣାଢ୍ୟ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିବା ସହ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଥିଲେ ଯେ, ଏକ ବିକଶିତ ରାଷ୍ଟ୍ର ଓ ସମୃଦ୍ଧ ରାଜ୍ୟର ସରଂଚନାର ସଂକଳ୍ପକୁ ସାକାର କରିବାରେ ପୋଲିସ ବିଭାଗର ଭୂମିକା ଗୁରୁତ୍ଵପୂର୍ଣ୍ଣ।  ଏହି ବିଭାଗର ମେରୁଦଣ୍ଡ ଭଳି ନିଷ୍ଠାର ସହ ଦାୟିତ୍ବ ତୁଲାଉଥିବା ପୋଲିସ କର୍ମଚାରୀଙ୍କୁ ଉତ୍ସାହିତ କରିବାକୁ ବୃତ୍ତିଗତ ପ୍ରତିଯୋଗିତା ଆୟୋଜିତ ହୋଇଛି । ଏହି ପ୍ରତିଯୋଗିତା ଦ୍ଵାରା ବିଭିନ୍ନ ଅପରାଧିକ ମାମଲା ଗୁଡିକରେ ବୈଜ୍ଞାନିକ ପଦ୍ଧତିର ଉପଯୋଗ କରି ପୋଲିସ ସଫଳତା ଆଣିବ ବୋଲି ଆଶାପ୍ରକଟ କରିଥିଲେ।

ଏହା ପୋଲିସର ଆତ୍ମବିଶ୍ବାସ ବୃଦ୍ଧି କରିବା ସହିତ ଜନସାଧାରଣଙ୍କ ଦ୍ଵାରା ଆଦୃତ ଏବଂ ପ୍ରଶଂସାର ପାତ୍ର ହେବ ବୋଲି ସେ ମତବ୍ୟକ୍ତ କରିଥିଲେ । ଆଗାମୀ ଦିନରେ ରାଜ୍ୟବାସୀଙ୍କୁ ଉନ୍ନତ ମାନର ସେବା ପ୍ରଦାନ କରିବାରେ ପୋଲିସ ବିଭାଗ କ୍ରିୟାଶୀଳ ହୋଇ କାର୍ଯ୍ୟ କରିବ ବୋଲି ସେ ଆଶାବ୍ୟକ୍ତ କରିଥିଲେ।

ପୋଲିସ ବିଭାଗର ଆଧୁନୀକିକରଣ ନିମନ୍ତେ ସରକାର ସର୍ବୋଚ୍ଚ ପ୍ରାଧାନ୍ୟ ଦେଉଛନ୍ତି। ସାରାରାଜ୍ୟରେ ତ୍ଵରିତ ନ୍ୟାୟ ପ୍ରଦାନ ପାଇଁ ସମସ୍ତ ଜିଲ୍ଲାରେ ଅତିରିକ୍ତ ପବ୍ଲିକ ପ୍ରୋସିକ୍ୟୁଟର ଅଧିକାରୀ ନିଯୁକ୍ତ କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ ମତବ୍ୟକ୍ତ କରିଥିଲେ। ସମାଜରେ ମହିଳା, ଶିଶୁ ଓ ଦୁର୍ବଳ ଶ୍ରେଣୀର ଲୋକଙ୍କ ସୁରକ୍ଷା ପାଇଁ ସରକାର ସଦାସର୍ବଦା ଯତ୍ନବାନ ଅଛନ୍ତି। ମହିଳା ସଂକ୍ରାନ୍ତିୟ ଅପରାଧ ଗୁଡିକର ମୁକାବିଲା କରିବା ପାଇଁ ରାଜ୍ୟର ବିଭିନ୍ନ ଅଞ୍ଚଳରେ  ଫାଷ୍ଟଟ୍ରାକ କୋର୍ଟ ସ୍ଥାପନ କରାଯିବା ଉପରେ ରାଜ୍ୟ ସରକାର ଉଚ୍ଚ ନ୍ୟାୟାଳୟଙ୍କ ସହ ଆଲୋଚନା କରୁଛନ୍ତି ବୋଲି ସେ ମତପ୍ରକାଶ କରିଥିଲେ।

ଆଗାମୀ ଦିନରେ ରାଜ୍ୟ ପୋଲିସ ଅଧିକ ଲୋକାଭିମୁଖୀ ହୋଇ ରାଜ୍ୟବାସୀଙ୍କୁ ନ୍ୟାୟ ଦେବା କ୍ଷେତ୍ରରେ ଭଲଭାବେ କାମ କରିବ ବୋଲି ସେ ଆଶା ପ୍ରକଟ କରିଥିଲେ। ଏହି ଅବସରରେ ରାଜ୍ୟରେ ଶାନ୍ତି ପ୍ରତିଷ୍ଠା ପାଇଁ ପୋଲିସ ବିଭାଗର ଅଧିକାରୀ ଏବଂ କର୍ମଚାରୀମାନେ ସର୍ବୋତ୍ତମ ବୃତ୍ତିଗତ ସେବା ପ୍ରଦାନ କରିବାକୁ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଆହ୍ଵାନ ଦେଇଥିଲେ। ଏହାସହ ନିଶାଦ୍ରବ୍ୟ ଚୋରା କାରବାର, ଆଇନ ଶୃଙ୍ଖଳା ରକ୍ଷା ଆଦି କ୍ଷେତ୍ରରେ ପୋଲିସ ଉଲ୍ଲେଖନୀୟ କାର୍ଯ୍ୟ ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ଏହା ସହ ମହାରାଷ୍ଟ୍ରରେ ଆୟୋଜିତ ହେବାକୁ ଥିବା ସର୍ବଭାରତୀୟ ପୋଲିସ ବୃତ୍ତିଗତ ପ୍ରତିଯୋଗିତାରେ ଭାଗ ନେବାକୁ ଯାଉଥିବା ଓଡିଶା ପୋଲିସର ଟିମକୁ ଶୁଭେଚ୍ଛା ଜଣାଇଥିଲେ।

ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ ନିଜ ବକ୍ତବ୍ୟରେ ବୃତ୍ତିଗତ ଦକ୍ଷତାର ଆବଶ୍ୟକତା ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ବୃତ୍ତିଗତ ଦକ୍ଷତାକୁ ଉଚ୍ଚକୋଟିର କରିବାକୁ ହେଲେ ମନୋଭାବରେ ପରିବର୍ତ୍ତନ, ଜ୍ଞାନ ଆରୋହଣ କରିବା ନିତ୍ୟାନ୍ତ ଜରୁରୀ ବୋଲି କହିଥିଲେ।

ପୁଲିସର ଅଧିକାରୀମାନଙ୍କୁ ବୃତ୍ତିଗତ ବିଷୟ ଉପରେ ଆଲୋକପାତ କରାଇ ଏକ ପ୍ରତିଯୋଗିତା ମାଧ୍ୟମରେ ସେମାନଙ୍କ ମନୋଭାବରେ ଆଗ୍ରହ ଓ ଉଦ୍ଦୀପନା ସୃଷ୍ଟି କରି ତାଙ୍କର ଦୈନଦିନ କାର୍ଯ୍ୟରେ  କ୍ଷେତ୍ରରେ ଏହାକୁ ଉପଯୋଗ କରି ଜନସାଧାରଣଙ୍କ ଆସ୍ଥା ଭାଜନ କରିବାକୁ  ଡିଜିପି ଆହ୍ଵାନ ଦେଇଥିଲେ।

ବିଗତ ଦିନରେ ତଦନ୍ତର ମାନ ବୃଦ୍ଧି ଲାଗି କ୍ରାଇମବ୍ରାଞ୍ଚ୍ ତରଫରୁ କ୍ରାଇମବ୍ରାଞ୍ଚ୍ ମୁଖ୍ୟାଳୟ ସହିତ ଓ ବିଭିନ୍ନ ରେଞ୍ଜ୍ ଗୁଡିକରେ ବହୁ ପ୍ରଶିକ୍ଷଣ ଶିବିର ତଥା କର୍ମଶାଳା ଆୟୋଜନ କରାଯାଇଛି। ଏହାସହ ଆଗାମୀ ଦିନରେ କ୍ରାଇମବ୍ରାଞ୍ଚ୍ ତରଫରୁ ନୂଆ Module ପ୍ରସ୍ତୁତ କରାଯାଇ ବିଭିନ୍ନ ରେଞ୍ଜରେ କର୍ମଶାଳା ଏବଂ ପ୍ରଶିକ୍ଷଣ ଶିବିର ଆୟୋଜନ କରାଯିବ ବୋଲି ଉଲ୍ଲେଖ କରିଥିଲେ।

ଗଞ୍ଜେଇ ଚୋରା ଚାଲାଣ, ଅପରାଧ ନିୟନ୍ତ୍ରଣ, pocso ମାମଲା ଗୁଡିକରେ ପୋଲିସ ଉଲ୍ଲେଖନୀୟ କାର୍ଯ୍ୟ କରିଛି ବୋଲି ଡିଜିପି ମତବ୍ୟକ୍ତ କରିଥିଲେ। କ୍ରାଇମବ୍ରାଞ୍ଚର ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ବିନୟତୋଷ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ ବୃତ୍ତିଗତ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ମୁଖ୍ୟ ଅତିଥି ପୁରସ୍କାର ଟ୍ରଫି ପ୍ରଦାନ କରିଥିଲେ। ଏହି ଉଦଯାପନୀ ଉତ୍ସବରେ ବହୁ ବରିଷ୍ଠ ପୋଲିସ ଅଧିକାରୀ ଓ ଅବସରପ୍ରାପ୍ତ ଅଧିକାରୀମାନେ ଉପସ୍ଥିତ ଥିଲେ।