BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ରାଜ୍ୟର ଜାତୀୟ ରାଜପଥର ସ୍ଥିତି ପରଖିଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ନିର୍ମାଣ କାର୍ଯ୍ୟକୁ ତ୍ୱରିତ ବେଗରେ ଆଗେଇ ନେବାକୁ ନିର୍ଦ୍ଦେଶ

କାର୍ଯ୍ୟର ଅଗ୍ରଗତି ନେଇ ପ୍ରତି ମାସରେ ହେବ ସମୀକ୍ଷା

ଭୁବନେଶ୍ୱର:  ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଓ ସଡ଼କ ପରିବହନ ମନ୍ତ୍ରୀ ଶ୍ରୀ ନିତିନ ଗଡ଼କରୀଙ୍କର ଓଡ଼ିଶା ପ୍ରତି ଥିବା ପ୍ରତିବଦ୍ଧତାର ନିଦର୍ଶନ ସ୍ୱରୂପ କେନ୍ଦ୍ର ସରକାରଙ୍କଠାରୁ ଓଡ଼ିଶାରେ ରାଜପଥ ବିକାଶ ପାଇଁ ଚଳିତ ବର୍ଷ ପ୍ରାୟ ୧୪ ହଜାର କୋଟି ଟଙ୍କାର ପ୍ରତିଶ୍ରୁତି ମିଳିଛି । ଏହା ଏକ ସର୍ବକାଳୀନ ରେକର୍ଡ ଏବଂ ଏହା ଦ୍ୱାରା ଓଡ଼ିଶାରେ ରାଜପଥର ପ୍ରଭୂତ ବିକାଶ ହୋଇପାରିବ । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଓଡ଼ିଶା ଆଜି ଦ୍ରୁତ ପ୍ରଗତି ପଥରେ ଆଗକୁ ଅଗ୍ରସର ହେଉଛି । ଏଥିସହିତ ବିକଶିତ ଓଡ଼ିଶା ୨୦୩୬ ଲକ୍ଷ୍ୟ ନେଇ ରାଜ୍ୟ ସରକାର ପ୍ରତିଟି ଭିତ୍ତିଭୂମିକୁ ସୁଦୃଢ଼ କରିବା କ୍ଷେତ୍ରରେ ପ୍ରୟାସ ଆରମ୍ଭ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଯେକୌଣସି ଅଞ୍ଚଳର ବିକାଶ ପାଇଁ ସୁଦୃଢ଼ ସଡ଼କ ଯୋଗାଯୋଗ ବ୍ୟବସ୍ଥା ଅତ୍ୟନ୍ତ ଜରୁରୀ । ତେଣୁ ଏହି ସୁଯୋଗର ସଦୁପଯୋଗ କରି ରାଜ୍ୟରେ ଏକ ସର୍ବଶ୍ରେଷ୍ଠ ତଥା ସୁଦୃଢ଼ ରୋଡ ନେଟ୍‌ୱାର୍କ ପ୍ରସ୍ତୁତ ଉପରେ ଗୁରୁତ୍ୱ ଦେବାକୁ ପୂର୍ତ୍ତ, ଆଇନ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ।

ସ୍ଥାନୀୟ ନିର୍ମାଣ ସୌଧସ୍ଥିତ ଦ୍ୱିତୀୟ ମହଲା ସମ୍ମିଳନୀ କକ୍ଷରେ ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ମନ୍ତ୍ରୀ ଶ୍ରୀ ହରିଚନ୍ଦନ ବିଭିନ୍ନ ଜାତୀୟ ରାଜପଥର ପ୍ରଶସ୍ତିକରଣ, ଜମି ଅଧିଗ୍ରହଣ ସମସ୍ୟାର ସମାଧାନ, ଫରେଷ୍ଟ କ୍ଲିୟରାନ୍ସ, ନିରନ୍ତର ଫ୍ଲାଏ ଆସ୍‌ ଯୋଗାଣ, ହାଇଲେବଲ ବି୍ରଜ୍‌ ଓ ରେଲେୱ ଓଭର ବି୍ରଜ୍‌ ନିର୍ମାଣ ଏବଂ ଡିସ୍‌କମଜନିତ ସମସ୍ୟା ସମାଧାନ ସହିତ ତ୍ୱରିତ ବେଗରେ କାର୍ଯ୍ୟ ଆଗେଇ ନେବା ନିମନ୍ତେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ନେଇ ବରିଷ୍ଠ ଅଧିକାରୀ ଏବଂ କ୍ଷେତ୍ରରେ କାର୍ଯ୍ୟ କରୁଥିବା ମୁଖ୍ୟଯନ୍ତ୍ରୀ ଓ ଅଧୀକ୍ଷଣ ଯନ୍ତ୍ରୀମାନଙ୍କ ସହ ଆଲୋଚନା କରିଥିଲେ ।

ବୈଠକରେ ପୂର୍ତ୍ତ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂହ ଯୋଗଦେଇ ଖୋର୍ଦ୍ଧା ସହର ବାଇାପାସ୍‌ ରାସ୍ତା, କଳିଙ୍ଗାଘାଟ ରାସ୍ତାର ପ୍ରଶସ୍ତିକରଣ, ଖରିଆର ରୋଡ ୪ ଲେନ୍‌ ବିଶିଷ୍ଟ ରେଲ୍‌ୱେ ଓଭର ବି୍ରଜ୍‌, କେରାପୁଟ ଜିଲ୍ଲା ପାତ୍ରପୁଟଠାରେ କୋଲାବ ନଦୀ ଉପରେ ହାଇଲେବୁଲ ସେତୁ ନିର୍ମାଣ, ପୁରୀ-କୋଣାର୍କ ରାସ୍ତାର ମାଟିଆପଡ଼ାଠାରେ ଥିବା ରେଲ୍‌ୱେ ଓଭର ବି୍ରଜ୍‌, ନୟାଗଡ଼ ଟାଉନ୍‌ ବାଇପାସ୍‌ ରୋଡ଼, ଜୟପୁର ବାଇପାସ୍‌ ରାସ୍ତା, କନ୍ଦରପୁର-ବାଲିକୁଦା ରାସ୍ତାର ପ୍ରଶସ୍ତିକରଣ, କୋଟପାଡ଼ ବାଇପାସ୍‌ ରାସ୍ତା ନିର୍ମାଣ, ବଲାଙ୍ଗିର ବାଇପାସ୍‌ ରାସ୍ତା, ଏନ୍‌ଏଚ୍‌-୨୨୦ରେ ବୈତରଣୀ ନଦୀରେ ହାଇଲେବୁଲ ସେତୁ ନିର୍ମାଣ, ଝାରସୁଗୁଡ଼ା ବାଇପାସ୍‌ ରାସ୍ତା ନିର୍ମାଣ ଆଦି ବିଭିନ୍ନ ରାସ୍ତା ଓ ସେତୁର ନିର୍ମାଣର ବର୍ତ୍ତମାନ ସ୍ଥିତି ବିଷୟରେ ଅଧିକାରୀମାନଙ୍କଠାରୁ ବୁଝିଥିଲେ । ବିଭିନ୍ନ ନିର୍ମାଣ କାର୍ଯ୍ୟକୁ କିଭଳି ତ୍ୱରାନ୍ୱିତ କରିହେବ ସେଥିନେଇ ଶ୍ରୀ ସିଂହ ଅଧିକାରୀମାନଙ୍କୁ ପରାମର୍ଶ ଦେବା ସହ ମନ୍ତ୍ରୀ ଶ୍ରୀ ହରିଚନ୍ଦନଙ୍କୁ ଅବଗତ କରାଇଥିଲେ । ଏଥିସହିତ ଅଧିକାରୀମାନେ ନିୟମିତ ଭାବେ କ୍ଷେତ୍ରକୁ ଯାଇ ଜିଲ୍ଲାପାଳ, ସ୍ଥାନୀୟ ତହସିଲଦାର ଓ ଅନ୍ୟ ଅଧିକାରୀମାନଙ୍କ ସହ ଆଲୋଚନା କରି ନିର୍ମାଣ କାର୍ଯ୍ୟକୁ ଆଗେଇ ନେବା ପାଇଁ ସେ ପରାମର୍ଶ ଦେଇଥିଲେ ।

ଏହି ବୈଠକରେ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ, ଓଡ଼ିଶାର ଆଞ୍ଚଳିକ ଅଧିକାରୀ ଶ୍ରୀ ସୁନିଲ କୁମାର ମିଶ୍ର, ଇଆଇସି ସିଭିଲ ଦୁର୍ଗାଚରଣ ବେହେରା, ପୂର୍ତ୍ତ ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ଏଲ୍‌.କେ. ପାଢ଼ୀ, ଓବିସିସି ପରିଚାଳନା ନିର୍ଦ୍ଦେଶକ ସମୀର ହୋତାଙ୍କ ସମେତ ପୂର୍ତ୍ତ ବିଭାଗ ତଥା ବିଭିନ୍ନ ଲାଇନ୍‌ ଡିପାର୍ଟମେଣ୍ଟ ଅଧିକାରୀମାନେ ଉପସ୍ଥିତ ଥିଲେ ।