BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ସୁସ୍ଥ ସହର ପାଇଁ ସୁସ୍ଥ ମୃତ୍ତିକା

କୃଷି ବିଭାଗ ପକ୍ଷରୁ ରାଜ୍ୟସ୍ତରୀୟ ବିଶ୍ବ ମୃତ୍ତିକା ଦିବସ ୨୦୨୫ ପାଳିତ

ଭୁବନେଶ୍ୱର : ରାଜ୍ୟସ୍ତରୀୟ ବିଶ୍ବ ମୃତ୍ତିକା ଦିବସ ପାଳନ ୨୦୨୫ ଡିସେମ୍ବର ୫, ୨୦୨୫ ରେ କୃଷି ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା। ବିଶ୍ବ ମୃତ୍ତିକା ଦିବସର ବିଶ୍ବସ୍ତରୀୟ ପାଳନକୁ ଚିହ୍ନିତ କରିବା ପାଇଁ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏ ବର୍ଷର ବିଷୟବସ୍ତୁ ଥିଲା “ସୁସ୍ଥ ସହର ପାଇଁ ସୁସ୍ଥ ମୃତ୍ତିକା”।

ମୃତ୍ତିକା ସ୍ବାସ୍ଥ୍ୟ କିପରି ସ‌ହରାଞ୍ଚଳରେ ଖାଦ୍ୟ ନିରାପତ୍ତା, ପରିବେଶ ସନ୍ତୁଳନ, ପରିଷ୍କାର ବାୟୁ, ବିଶୁଦ୍ଧ ଜଳ ଏବଂ ଉନ୍ନତ ଜୀବନଶୈଳୀ ସୁନିଶ୍ଚିତ କରିବାରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରେ I
ଉପମୁଖ୍ୟମନ୍ତ୍ରୀ, କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି, ଓଡିଶା ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଅଭିଭାଷଣରେ ଭବିଷ୍ୟତ ପିଢ଼ି ପାଇଁ ମୃତ୍ତିକାର ଉର୍ବରତାକୁ ରକ୍ଷା କରିବା ନିମନ୍ତେ ରାସାୟନିକ ସାମଗ୍ରୀର ହ୍ରାସ, ଜୈବିକ ପଦାର୍ଥର ପ୍ରୋତ୍ସାହନ ଏବଂ ପ୍ରାକୃତିକ ତଥା ଜଳବାୟୁ-ସହନଶୀଳ କୃଷି କୌଶଳର ବ୍ୟାପକ ପ୍ରଚଳନ ଭଳି ସ୍ଥାୟୀ ଅଭ୍ୟାସ ଗ୍ରହଣ କରିବାକୁ କୃଷକ, ବୈଜ୍ଞାନିକ ଏବଂ ଅନ୍ୟାନ୍ୟ ଅଂଶୀଦାରମାନଙ୍କୁ ଆହ୍ୱାନ ଦେଇଥିଲେ ।

କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ଼ ଅରବିନ୍ଦ କୁମାର ପାଢ଼ୀ ରାଜ୍ୟରେ ମୃତ୍ତିକା ପରୀକ୍ଷଣ ସୁବିଧାକୁ ଦୃଢ଼ କରିବା ପାଇଁ ସରକାରଙ୍କ ପ୍ରୟାସ ଉପରେ ଆଲୋକପାତ କରିଥିଲେ I
କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ, ଶ୍ରୀ ଶୁଭମ ସକ୍ସେନା ସ୍ବାଗତ ଅଭିଭାଷଣ ପ୍ରଦାନ କରି ବିଷୟବସ୍ତୁର ମହତ୍ତ୍ବ ଉପରେ ଗୁରୁତ୍ୱାରୋପ କରିଥିଲେ ।

ବିଶ୍ବ ମୃତ୍ତିକା ଦିବସ ୨୦୨୫ ଉପରେ ଏକ ବୃତ୍ତଚିତ୍ର ପ୍ରଦର୍ଶିତ ହେବା ସହିତ “ମାନୁଆଲ୍ ଅନ୍ ଆଗ୍ରିକଲଚରାଲ୍ ପ୍ରଡକ୍ସନ୍ ଟେକ୍ନୋଲୋଜି – ରବି ୨୦୨୫-୨୬” ପୁସ୍ତିକାର ଉନ୍ମୋଚନ ଅତିଥିମାନଙ୍କ ଦ୍ଵାରା କରାଯାଇଥିଲା I

ବୈଜ୍ଞାନିକ ଉପାୟରେ ମୃତ୍ତିକାରେ ଉପଲବ୍ଧ ପୋଷକ ତତ୍ତ୍ବ ପରିଚାଳନାକୁ ପ୍ରୋତ୍ସାହିତ କରିବା ପାଇଁ କୃଷକମାନଙ୍କୁ ମୃତ୍ତିକା ସ୍ବାସ୍ଥ୍ୟ କାର୍ଡ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓଙ୍କ ଦ୍ୱାରା ବଣ୍ଟନ କରାଯାଇଥିଲା ଏବଂ କୃଷି ସମ୍ପର୍କିତ ପ୍ରଦର୍ଶନୀକୁ ଉଦ୍ଘାଟନ କରାଯାଇଛି I

ବୈଷୟିକ ଅଧିବେଶନରେ ବିଶେଷଜ୍ଞମାନେ ସ୍ଥାୟୀ ମୃତ୍ତିକା ପରିଚାଳନା, ପ୍ରାକୃତିକ ଚାଷ, ସିଟି କମ୍ପୋଷ୍ଟର ବ୍ୟବହାର, ସହରାଞ୍ଚଳ ଓ ଛାତ ବଗିଚା ଏବଂ ମୃତ୍ତିକା ସ୍ବାସ୍ଥ୍ୟ କାର୍ଡର ସୁପାରିଶ ଉପରେ କହିଥିଲେ। କୃଷକମାନେ କ୍ଷେତ୍ର ସ୍ତରରେ ମୃତ୍ତିକା ସ୍ବାସ୍ଥ୍ୟ ବଜାୟ ରଖିବା ବିଷୟରେ ସେମାନଙ୍କ ଅନୁଭୂତି ବାଣ୍ଟିଥିଲେ I
ସମସ୍ତ ଅଂଶଗ୍ରହଣକାରୀଙ୍କ ପ୍ରୟାସକୁ ସ୍ବୀକୃତି ଦେଇ ସମାପନ ମନ୍ତବ୍ୟ ଏବଂ ଧନ୍ୟବାଦ ଅର୍ପଣ ନିର୍ଦ୍ଦେଶକ, ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା, ଶ୍ରୀ ସୁବ୍ରତ କୁମାର ପଣ୍ଡା କରିଥିଲେ । ମୃତ୍ତିକା ହେଉଛି ଏକ ଜୀବନ୍ତ ସମ୍ବଳ । ସୁସ୍ଥ ଖାଦ୍ୟ, ସୁସ୍ଥ ଲୋକ ଏବଂ ସୁସ୍ଥ ସହର ସୁନିଶ୍ଚିତ କରିବା ପାଇଁ ମୃତ୍ତିକାକୁ ସୁରକ୍ଷା ଦେବା ଅତ୍ୟନ୍ତ ଜରୁରୀ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସମାଜକୁ ଉପରୋକ୍ତ ବାର୍ତ୍ତା ପ୍ରଦାନ କରାଯାଇଛି।