BREAKING
‘ଯୁଧିଷ୍ଠିର ଥିଏଟର’ର ଦ୍ୱିତୀୟ ବାର୍ଷିକ ନାଟ୍ୟୋତ୍ସବରେ ମଞ୍ଚସ୍ଥ ହେଲା ‘ଶୁକ ଶାରୀ କଥା’ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର

ହାଇପ୍ରେସର୍‌ ଓ୍ବେଲ୍ଡିଂ ସମ୍ବନ୍ଧରେ ସୁରକ୍ଷା ଏବଂ ଗୁଣବତ୍ତା ସମ୍ପର୍କିତ ରାଜ୍ୟସ୍ତରୀୟ ତାଲିମ କର୍ମଶାଳା

ଭୁବନେଶ୍ୱର : ରାଜ୍ୟରେ କାରଖାନାମାନଙ୍କରେ ଉଭୟ ସୁରକ୍ଷିତ କାର୍ଯ୍ୟସ୍ଥଳୀ ଏବଂ ଶ୍ରମିକ ସୁରକ୍ଷାକୁ ସରକାର ପ୍ରାଥମିକତା ଦେଉଥିବାରୁ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗର ମଞ୍ଜୁରୀ କ୍ରମେ କାରଖାନା ଏବଂ ବାଷ୍ପୀତ୍ର ନିର୍ଦ୍ଦେଶାଳୟ ପକ୍ଷରୁ ଭିନ୍ନଭିନ୍ନ ସୁରକ୍ଷା ସମ୍ପର୍କିତ ପ୍ରସଙ୍ଗ ଉପରେ ତାଲିମ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇ
ଆସୁଅଛି । ସେହି କ୍ରମରେ ରାଜ୍ୟରେ ପାୱାର୍‌ ପ୍ଲାଣ୍ଟ(ବଏଲର୍‌)ଗୁଡିକରେ ସୁରକ୍ଷିତ ଚଳନ, ରକ୍ଷଣାବେକ୍ଷଣ ଏବଂ ମରାମତିକୁ ଦୃଷ୍ଟିରେ ରଖି ଆଜି ରାଜ୍ୟ ଶ୍ରମ ପ୍ରତିଷ୍ଠାନ ଆନୁକୂଲ୍ୟରେ ପ୍ରତିଷ୍ଠାନ ସମ୍ମିଳନୀ କକ୍ଷରେ ହାଇପ୍ରେସର୍‌ ଓ୍ବେଲ୍ଡିଂ ସମ୍ବନ୍ଧରେ ସୁରକ୍ଷା ଏବଂ ଗୁଣବତ୍ତା ଶୀର୍ଷକ ବିଷୟ ଉପରେ ଏକ ରାଜ୍ୟସ୍ତରୀୟ ତାଲିମ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।

ରାଜ୍ୟ ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ବିଭାଗର ଅତିରିକ୍ତ ସଚିବ ଶ୍ରୀ ରାଜେଶ ଅଗ୍ରୱାଲ ମୁଖ୍ୟ ଅତିଥି ଭାବେ କର୍ମଶାଳାକୁ ଉଦଘାଟନ କରିବା ଅବସରରେ କାରଖାନାମାନଙ୍କରେ ସୁରକ୍ଷାକୁ ଅଗ୍ରାଧିକାର ଦିଆଯିବ ବୋଲି ପ୍ରକାଶ କରିବା ସହିତ ପାୱାର୍‌ ପ୍ଲାଣ୍ଟ ଦାୟିତ୍ୱରେ ଥିବା ଅଧିକାରୀଙ୍କର ଏଥି ନିମନ୍ତେ ଗୁରୁ ଦାୟିତ୍ୱ ରହିଛି ବୋଲି ପ୍ରକାଶ କରିଥିଲେ ।

ସମ୍ମାନିତ ଅତିଥି ଭାବେ ଯୋଗଦେଇ କାରଖାନା ଏବଂ ବାଷ୍ପୀତ୍ର ନିର୍ଦ୍ଦେଶାଳୟର ଉପନିର୍ଦ୍ଦେଶକ (ସୁରକ୍ଷା), ଡଃ ମଳୟ କୁମାର ପ୍ରଧାନ କହିଲେ ଯେ ଉଚ୍ଚ ଚାପ ପ୍ରତିରୋଧ କରିପାରିବା ଗୁଣବତ୍ତାସଂପନ୍ନ ଓ୍ବେଲ୍ଡରମାନଙ୍କର ଆବଶ୍ୟକତା ଅଛି ଯାହା ଜୀବନ ଏବଂ ସମ୍ପତ୍ତିକୁ ସୁରକ୍ଷିତ କରିବାକୁ ସାହାଯ୍ୟ କରେ । ଓ୍ବେଲ୍ଡିଂ ସମୟରେ ଯଦି ଯଥେଷ୍ଟ ସତର୍କତା ନିଆନଯାଏ, ତେବେ ଏହାର ଉଚ୍ଚ ଚାପ ପ୍ରତିରୋଧ କରିବାର କ୍ଷମତା ହ୍ରାସ ପାଇପାରେ, ଯାହା ଦୁର୍ଘଟଣା ଘଟାଇପାରେ ।

ଏହା ସହିତ କାରଖାନା ଏବଂ ବାଷ୍ପୀତ୍ର ନିର୍ଦ୍ଦେଶାଳୟର ସହନିର୍ଦ୍ଦେଶକ(ସୁରକ୍ଷା) ଅନିଲ କୁମାର ନନ୍ଦ ଏବଂ ଢେଙ୍କାନାଳ ମଣ୍ଡଳର ସହନିର୍ଦ୍ଦେଶକ ବିଶ୍ୱଜିତ ପାଣିଗ୍ରାହୀ କର୍ମଶାଳାରେ ଯୋଗଦେଇ ଉଦବୋଧନ ଦେବା ସହିତ ତାଲିମ କର୍ମଶାଳାକୁ ସଞ୍ଚାଳନ କରିବାରେ ପ୍ରମୂଖ ଭୂମିକା ନିର୍ବାହ କରିଥିଲେ ।

ପ୍ରତିଷ୍ଠାନ ପକ୍ଷରୁ ତାଲିମ ପ୍ରାପ୍ତ କରିଥିବା ୧୦୦ ଜଣ ଭିନ୍ନ ଭିନ୍ନ ବର୍ଗର କାରଖାନା ଅଧିକାରୀଙ୍କୁ ଉଦଯାପନୀ ସନ୍ଧ୍ୟାରେ ପ୍ରମାଣପତ୍ର ବିତରଣ କରାଯାଇଥିଲା ।