-
ଝାରସୁଗୁଡା ଜିଲ୍ଲା ପ୍ରଥମ ପୁରସ୍କାର-୩ କୋଟି ଟଙ୍କା, ଖୋର୍ଦ୍ଧା ଜିଲ୍ଲା ଦ୍ୱିତୀୟ ପୁରସ୍କାର-୨ କୋଟି, ଜଗତସିଂହପୁର ଜିଲ୍ଲା ତୃତୀୟ ପୁରସ୍କାର-୧ କୋଟି
-
୭୦ଜଣ ମାଧ୍ୟମିକ ଶିକ୍ଷକଙ୍କୁ ରାଜ୍ୟ ସ୍ତରୀୟ ଶିକ୍ଷା ପୁରସ୍କାର
-
ଓଡିଶା ରାଜ୍ୟ କରିକୁଲମ ଫ୍ରେମୱାର୍କ, ‘ପଢିବା, ଗଢିବା ଓଡିଶା’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
-
ପିଲାଙ୍କ ସ୍ୱପ୍ନପୂରଣ ପାଇଁ ଶିକ୍ଷାଦାନ ସହ ସେମାନଙ୍କ ମେଣ୍ଟର ହୁଅନ୍ତୁ, ମାର୍ଗଦର୍ଶନ କରନ୍ତୁ – ଶିକ୍ଷକ ମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ
ଗୁରୁମାନଙ୍କ ସମ୍ମାନ ଉଦ୍ଦେଶ୍ୟରେ ରାଜ୍ୟସ୍ତରୀୟ 'ଗୁରୁ ଦିବସ' ଉତ୍ସବ ପାଳନ ହୋଇଥିବାବେଳେ ଶିକ୍ଷାଦାନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ଶ୍ରେଷ୍ଠ ଶିକ୍ଷକମାନଙ୍କୁ ଏହି ଅବସରରେ 'ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର' ରେ ସମ୍ମାନିତ କରାଯାଇଛି । ଏଥିସହ ପ୍ରାଥମିକ ଶିକ୍ଷାର ଲକ୍ଷ୍ୟ ସାଧନ ଦିଗରେ ସଫଳ ହେଉଥିବା 'ନିପୁଣ ଓଡ଼ିଶା… pic.twitter.com/qJDs5EUrNg
— CMO Odisha (@CMO_Odisha) September 5, 2025
ଆଜି ପବିତ୍ର ଗୁରୁଦିବସରେ ମୁଁ ଭାରତରତ୍ନ ଡ଼. ସର୍ବପଲ୍ଲୀ ରାଧାକୃଷ୍ଣନଙ୍କୁ ଭକ୍ତିପୂର୍ଣ୍ଣ ପ୍ରଣାମ ଜଣାଉଛି । ସେ ନିଜ ଜନ୍ମଦିନକୁ ବ୍ୟକ୍ତିଗତ ଆନନ୍ଦରେ ପାଳନ କରିବାକୁ ନୁହେଁ, ବରଂ ଦେଶର ସମସ୍ତ ଶିକ୍ଷକଙ୍କୁ ଉତ୍ସର୍ଗ କରିଥିଲେ । ଗୁରୁ-ଶିଷ୍ୟ ପରମ୍ପରା ଆମ ଭାରତୀୟ ସଭ୍ୟତାର ଆଧାର । ଗୁରୁକୁଳରୁ ଆରମ୍ଭ କରି ଆଜିର ଆଧୁନିକ ବିଦ୍ୟାଳୟ… pic.twitter.com/G9EFLrLRRN
— Mohan Charan Majhi (@MohanMOdisha) September 5, 2025
ଶିକ୍ଷାକୁ ଆମ ସରକାରରେ ସର୍ବୋଚ୍ଚ ଗୁରୁତ୍ୱ ଦିଆଯାଉଛି। ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନରେ ଶିକ୍ଷା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିବା ପାଇଁ ଜାତୀୟ ପାଠ୍ୟକ୍ରମ ଢାଞ୍ଚା ବା ଏନ୍.ସି.ଏଫ୍ କାର୍ଯ୍ୟକାରୀ ହୋଇସାରିଛି । ଏହି ଆଧାରରେ ଆମେ ଷ୍ଟେଟ୍ କରିକୁଲମ୍ ଫ୍ରେମୱାର୍କ ବା ରାଜ୍ୟ ପାଠ୍ୟକ୍ରମ ଢାଞ୍ଚା… pic.twitter.com/BQVQy49m2F
— Mohan Charan Majhi (@MohanMOdisha) September 5, 2025
ସେମିକଣ୍ଡକ୍ଟରର ବିକାଶ ହେଉ କିମ୍ବା ଶିଳ୍ପ, କଳା, ବିଜ୍ଞାନ ସମସ୍ତ କ୍ଷେତ୍ରରେ ଓଡ଼ିଶାର ଉନ୍ନତ ପ୍ରଦର୍ଶନ ଆଜି ସମଗ୍ର ଭାରତକୁ ପ୍ରଭାବିତ କରୁଛି । ଏହା ଆମ ଓଡ଼ିଆ ଜାତିର ବୌଦ୍ଧିକ ଶକ୍ତିର ପ୍ରମାଣ । ଆଗାମୀ ଦଶନ୍ଧିରେ ଆମ ଶିକ୍ଷାନୁଷ୍ଠାନଗୁଡ଼ିକ ଭାରତର ବିକାଶ ଓ ପୁନରୁତ୍ଥାନର ପ୍ରାଣକେନ୍ଦ୍ର ସାଜିବ। ସମୟୋପଯୋଗୀ ଶିକ୍ଷାପ୍ରଣାଳୀ,… pic.twitter.com/6zOLoc06Om
— Mohan Charan Majhi (@MohanMOdisha) September 5, 2025
" ଶିକ୍ଷା କ୍ଷେତ୍ରର ମେରୁଦଣ୍ଡ ହେଉଛନ୍ତି ଶିକ୍ଷକ। ତେଣୁ ଲୋକଙ୍କ ସରକାର ଶିକ୍ଷକଙ୍କ ସ୍ଵାର୍ଥ ରକ୍ଷା ପାଇଁ ସଦା ସର୍ବଦା ଚେଷ୍ଟିତ। ନୂତନ ଶିକ୍ଷାନୀତି ଅନୁଯାୟୀ ଏବଂ ଖାଲି ହେବାକୁ ଥିବା ପଦକୁ ବିଚାରକୁ ନେଇ ପ୍ରାଥମିକ ସ୍ତରରେ ଆଗାମୀ ୩ ବର୍ଷ ମଧ୍ୟରେ ପ୍ରାୟ ୪୫ ହଜାର ଶିକ୍ଷକ ପଦବୀ ପୂରଣ କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି। " -… pic.twitter.com/okP4gPR0Cs
— CMO Odisha (@CMO_Odisha) September 5, 2025
"ସତ୍ୟବାଦୀ ବନ ବିଦ୍ୟାଳୟ ପରି ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟଗୁଡ଼ିକ ମଧ୍ୟ ପିଲାମାନଙ୍କ ପାଇଁ ଆଦର୍ଶ ଶିକ୍ଷା ପରିବେଶ ସୃଷ୍ଟି କରିବ।"- ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha pic.twitter.com/bXrRZXGDkK
— CMO Odisha (@CMO_Odisha) September 5, 2025
ରାଜ୍ୟରେ ଡ୍ରପ ଆଉଟ୍ ହ୍ରାସ କରିବା ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଉଛନ୍ତି। ଚାଇଲ୍ଡ ଟ୍ରାକିଂ ସର୍ଭେ ମାଧ୍ୟମରେ ଅଧାରୁ ପାଠ ଛାଡିଥିବା ପିଲାମାନଙ୍କୁ ପୁଣିଥରେ ବିଦ୍ୟାଳୟକୁ ଫେରେଇ ଆଣିବା ପାଇଁ ଉଦ୍ୟମ କରାଯାଉଛି ଯାହା ଅନ୍ୟ ରାଜ୍ୟ ମାନଙ୍କ ପାଇଁ ଉଦାହରଣ ପାଲଟିଛି। ଶିକ୍ଷା ବିଭାଗର ବଜେଟ୍ରେ ସର୍ବାଧିକ ୩୧ ହଜାର କୋଟି ଟଙ୍କାର ପ୍ରାବଧାନ କରାଯାଇଛି।
" ଯଶସ୍ୱୀ ପ୍ରଧାନମନ୍ତ୍ରୀ ମାନନୀୟ ନରେନ୍ଦ୍ର ମୋଦୀଜୀଙ୍କ ମାର୍ଗଦର୍ଶନରେ ଶିକ୍ଷା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିବା ପାଇଁ ଜାତୀୟ ପାଠ୍ୟକ୍ରମ ଢାଞ୍ଚା ବା ଏନ୍.ସି.ଏଫ୍ କାର୍ଯ୍ୟକାରୀ ହୋଇସାରିଛି । ଏହି ଆଧାରରେ ଆମେ ଷ୍ଟେଟ୍ କରିକୁଲମ୍ ଫ୍ରେମୱାର୍କ ବା ରାଜ୍ୟ ପାଠ୍ୟକ୍ରମ ଢାଞ୍ଚା ଆରମ୍ଭ କରୁଛୁ । " – ମାନ୍ୟବର ମୁଖ୍ୟମନ୍ତ୍ରୀ… pic.twitter.com/O9kscJTecL
— CMO Odisha (@CMO_Odisha) September 5, 2025