BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ରାଜ୍ୟର ହସ୍ପିଟାଲଗୁଡିକରେ ଆଇସିୟୁ ଏବଂ କ୍ରିଟିକାଲ କେୟାର ୟୁନିଟ ପାଇଁ ମାର୍ଗଦର୍ଶିକା ପ୍ରସ୍ତୁତ ନିମନ୍ତେ ରାଜ୍ୟସ୍ତରୀୟ ସମ୍ମିଳନୀ

ଭୁବନେଶ୍ଵର: ରାଜ୍ୟର ମେଡିକାଲରେ ଆଇସିୟୁ ଏବଂ କ୍ରିଟିକାଲ କେୟାର ୟୁନିଟ ପାଇଁ ମାର୍ଗଦର୍ଶିକା ନିମନ୍ତେ ଆଜି ଇଣ୍ଡିଆନ ମେଡିକାଲ ଆସୋସିଏସନ ସଭାଗୃହରେ ରାଜ୍ୟସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ସୁପ୍ରିମକୋର୍ଟଙ୍କ ୨୦୧୬ ମସିହାର CA ୮୪୦୨ ଏବଂ ୨୦୨୪ ମସିହାର MA ୩୦୪୦୮ ନିର୍ଦ୍ଦେଶ ଅନୁଯାୟୀ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗର ସମସ୍ତ ଅଂଶୀଦାରଙ୍କ ପ୍ରତିନିଧି ଯଥା, ଶିକ୍ଷାଦାନ/ଅଣ-ଶିକ୍ଷଣ ହସ୍ପିଟାଲ, ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶାଳୟ, ରାଜ୍ୟ ମେଡିକାଲ ପରିଷଦ, କର୍ପୋରେଟ୍ ପରିଚାଳିତ ହସ୍ପିଟାଲର ପ୍ରତିନିଧି ଏବଂ ଆଇସିୟୁ/କ୍ରିଟିକାଲ କେୟାର ୟୁନିଟ /ଟ୍ରମା ସେଣ୍ଟର ଏବଂ ଜରୁରୀକାଳୀନ ଚିକିତ୍ସା ସେବା ଇତ୍ୟାଦି ପରିଚାଳନାରେ ବ୍ୟାପକ ଅଭିଜ୍ଞତା ଥିବା ବିଶେଷଜ୍ଞଙ୍କ ସହିତ ରାଜ୍ୟସ୍ତରୀୟ ସମ୍ମିଳନୀ ଆୟୋଜନ କରାଯାଇଛି।

ସ୍ୱାସ୍ଥ୍ୟ ବିଭାଗ ସଚିବ ତଥା ଆୟୁକ୍ତ ଅଶ୍ଵଥି ଏସ. ଏହି ସମ୍ମିଳନୀରେ ଟିମୱାର୍କ, ଦକ୍ଷତାବୃଦ୍ଧି ଏବଂ ଉନ୍ନତି ଓ ସମ୍ପୂର୍ଣ୍ଣ ଚିକିତ୍ସା ପଦ୍ଧତି , ରୋଗୀ ସେବାକୁ ଯତ୍ନର ସହିତ ନିର୍ବାହ କରାଯିବା ସହ ରାଜ୍ୟର ସ୍ୱାସ୍ଥ୍ୟ ପରିବେଶର ସମସ୍ତ ଅଂଶଗ୍ରହଣକାରୀଙ୍କ ସୁବିଧାକୁ ଧ୍ୟାନ ଦେଇ ମାର୍ଗଦର୍ଶିକାରେ ସମ୍ମିଳିତ କରିବାକୁ କହିଥିଲେ।

ଏହି ସମ୍ମିଳନୀର ଉଦ୍ଦେଶ୍ୟ ଆଇସିୟୁ ପରିଚାଳନାର ମୂଳ ପ୍ରସଙ୍ଗଗୁଡ଼ିକ ଉପରେ ବିଚାର ବିମର୍ଶ କରିବା ଏବଂ ଆଇସିୟୁ/କ୍ରିଟିକାଲ କେୟାର ୟୁନିଟ ପରିଚାଳନା ପାଇଁ ଏକ ମାର୍ଗଦର୍ଶିକା ପ୍ରସ୍ତୁତ କରିବା ସହ ହସ୍ପିଟାଲର କ୍ଷମତା ଏବଂ ରୋଗୀ ସଂଖ୍ୟା ଉପରେ ଆଧାର କରି ଆବଶ୍ୟକୀୟ ଆଇସିୟୁ/କ୍ରିଟିକାଲ କେୟାର ୟୁନିଟର ଗ୍ରେଡ୍ ନିର୍ଣ୍ଣୟ କରିବା ଅଟେ।

ଏହି ସମ୍ମିଳନୀକୁ ସମସ୍ତ ଜିଲ୍ଲା, ସମସ୍ତ ମେଡିକାଲ କଲେଜ, କର୍ପୋରେଟ୍ ହସ୍ପିଟାଲ, ଘରୋଇ ମେଡିକାଲ କଲେଜ ଏବଂ ହସ୍ପିଟାଲ ଓ ସ୍ୱାସ୍ଥ୍ୟସେବା ସହିତ ଜଡିତ ନିର୍ଦ୍ଦେଶାଳୟସ୍ତରୀୟ ସ୍ୱାସ୍ଥ୍ୟ ଅଧିକାରୀମାନଙ୍କୁ ନିମନ୍ତ୍ରଣ କରାଯାଇଥିଲା। ଅଂଶଗ୍ରହଣକାରୀମାନେ ଆଇସିୟୁ/କ୍ରିଟିକାଲ କେୟାର ୟୁନିଟ ପରିଚାଳନା ପାଇଁ ମାର୍ଗଦର୍ଶିକା ଗଠନ ଉପରେ ଆଲୋଚନାରେ ଅଂଶଗ୍ରହଣ କରିଛନ୍ତି।

ପ୍ରବେଶ ମାନଦଣ୍ଡ, ଡିସଚାର୍ଜ ମାନଦଣ୍ଡ, ଆଇସିୟୁ ପ୍ରତିଷ୍ଠା, ସଂକ୍ରମଣ ପ୍ରତିରୋଧ, ନିକଟ ସମ୍ପର୍କୀୟଙ୍କ ସହିତ ପରାମର୍ଶ ଏବଂ ଯୋଗାଯୋଗ ଇତ୍ୟାଦି ସମସ୍ତ ପ୍ରସଙ୍ଗକୁ ସମାଧାନ କରି ଏକ ଡ୍ରାଫ୍ଟ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରିବାକୁ ପଦକ୍ଷେପ ନିଆଯାଇଛି। ରାଜ୍ୟର ଡ୍ରାଫ୍ଟ ନିର୍ଦ୍ଦେଶାବଳୀ ସୁପ୍ରିମକୋର୍ଟଙ୍କ ନିକଟରେ ଦାଖଲ କରାଯିବ ଯାହା ଚୂଡ଼ାନ୍ତ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରିବାରେ ସହାୟକ ହେବ। ଏହି ବୈଠକରେ ସ୍ୱାସ୍ଥ୍ୟ ବିଭାଗ ସ୍ଵତନ୍ତ୍ର ସଚିବ ବିଜୟ ମହାପାତ୍ର, ମେଡିକାଲ୍ ଶିକ୍ଷା ଏବଂ ଟ୍ରେନିଙ୍ଗ ନିର୍ଦ୍ଦେଶକ ସନ୍ତୋଷ ମିଶ୍ର ପ୍ରମୁଖ ମଞ୍ଚସ୍ଥ ଥିଲେ।