ବିନା ଅନ୍ନଦାତାଙ୍କ ଉନ୍ନତିରେ ରାଜ୍ୟର ପ୍ରଗତି ଅସମ୍ଭବ
ଚାଷୀ ଭାଇ ଭଉଣୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନୂଆଁଖାଇ ଭେଟି
-
୫୧ ଲକ୍ଷ ରୁ ଉର୍ଦ୍ଧ୍ବ କ୍ଷୁଦ୍ର, ନାମମାତ୍ର ଚାଷୀ, ଭୂମିହୀନ କୃଷକଙ୍କୁ ସି.ଏମ୍–କିଷାନ୍ ଯୋଜନାର ତୃତୀୟ କିସ୍ତିରେ ୧,୦୪,୧୨୯ କୋଟି ଟଙ୍କା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ
-
ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵଦ୍ୟାଳୟରେ ପ୍ରାୟ ୫୯ କୋଟି ଟଙ୍କା ବ୍ୟୟରେ ‘କୃଷକ ଭବନ’ ଏବଂ କୃଷି ଶିକ୍ଷା ସଦନର ଏକ ‘ଅଭ୍ୟର୍ଥନା ଗୃହ’ ଉଦ୍ଘାଟିତ
-
ସି ଏମ୍ କିଷାନ ସହାୟତା ରାଶି ଯୋଗୁଁ ପଞ୍ଜୀକୃତ ଚାଷୀଙ୍କ ବାର୍ଷିକ ଆୟରେ ଅତି କମରେ ୩୮ ହଜାର ଟଙ୍କା ଯୋଡି ହୋଇଛି
-
ସୁଭଦ୍ରା ଯୋଜନାର ୧୦ ହଜାର ଏବଂ ପିଏମ ଓ ସିଏମ କିଶାନର ୧୦ ହଜାର ଟଙ୍କାକୁ ଯୋଡିବେ ତେବେ ଚାଷୀଙ୍କ ବାର୍ଷିକ ଆୟ ଅତି କମରେ ୫୮ ହଜାର ଟଙ୍କା ବୃଦ୍ଧି ପାଇଛି – ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ପବିତ୍ର ନୂଆଁଖାଇ ଅବସରରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ବାରା ରବି ୨୦୨୫-୨୬ ପାଇଁ ସି ଏମ୍ କିଷାନ ସହାୟତା ରାଶି ପ୍ରଦାନର ରାଜ୍ୟସ୍ତରୀୟ ଉତ୍ସବ ଓୟୁଏଟି ଭୁବନେଶ୍ବର ସ୍ଥିତ କୃଷି ଶିକ୍ଷା ସଦନଠାରେ ଆୟୋଜିତ ହୋଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସି ଏମ୍ କିଷାନ ସହାୟତାର ତୃତୀୟ କିସ୍ତି ରେ ୫୧ ଲକ୍ଷ ୫୪ ହଜାର ୧୧୫ ଜଣ କ୍ଷୁଦ୍ର, ନାମମାତ୍ର ଚାଷୀ, ଭୂମିହୀନ କୃଷକ ପରିବାର, ଅନୁକୂତ ଜନଜାତି ସମୂହ ଓ ସହରାଞ୍ଚଳର କୃଷକଙ୍କୁ ଡି. ବି.ଟି ମାଧ୍ୟମରେ ମୋଟ ୧,୦୪,୧୨୯ କୋଟି ଟଙ୍କା ପ୍ରଦାନ କରିଛନ୍ତି।
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha ଗଣପର୍ବ ପବିତ୍ର ନୂଆଁଖାଇ ଅବସରରେ କୃଷି ଶିକ୍ଷା ସଦନଠାରେ ରାଜ୍ୟସ୍ତରୀୟ 'ସି.ଏମ୍- କିଷାନ୍' ତୃତୀୟ କିସ୍ତି ପ୍ରଦାନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଏହି ଅବସରରେ ରାଜ୍ୟର ୫୧ ଲକ୍ଷରୁ ଅଧିକ ଚାଷୀଙ୍କୁ ୧୦୪୧ କୋଟିରୁ ଅଧିକ ଟଙ୍କାର ସି.ଏମ୍ କିଷାନ୍ ଯୋଜନାର ତୃତୀୟ କିସ୍ତିର ଆର୍ଥିକ… pic.twitter.com/DiJrFcdDal
— CMO Odisha (@CMO_Odisha) August 27, 2025
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵଦ୍ୟାଳୟ ରେ ପ୍ରାୟ ୫୯ କୋଟି ଟଙ୍କା ବ୍ୟୟରେ ଏକ ‘କୃଷକ ଭବନ’ ଏବଂ କୃଷି ଶିକ୍ଷା ସଦନର ଏକ ‘ଅଭ୍ୟର୍ଥନା ଗୃହ’ ଉଦଘାଟନ ମଧ୍ଯ କରିଛନ୍ତି ଏବଂ କୃଷକ ପଞ୍ଜିକରଣ ଅବଧି ବୃଦ୍ଧି କରିବା ପାଇଁ ଖୁବ ଶୀଘ୍ର ଘୋଷଣା ହେବ ବୋଲି କହିଛନ୍ତି।
କାର୍ଯ୍ୟକ୍ରମରେ ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆମ ସରକାର ଆସିବା ମାତ୍ରେ ଚାଷୀ ମାନଙ୍କ ପ୍ରସଙ୍ଗକୁ ଗୁରୁତ୍ଵର ସହିତ ବିଚାରକୁ ନେଇଥିଲେ। ତେଣୁ, ତୁରନ୍ତ ପ୍ରଥମ କ୍ୟାବିନେଟରେ ନିର୍ବାଚନ ପ୍ରତିଶୃତି ମୁତବକ ସମୃଦ୍ଧ କୃଷକ ଯୋଜନାକୁ ଅନୁମୋଦନ ଦେଇଥିଲେ। ଏଣୁ ଚାଷୀଙ୍କୁ କୁଇଣ୍ଟାଲ ପିଛା ୩୧୦୦ ଟଙ୍କା ପ୍ରଦାନ କରଯାଇଥିଲା ଏବଂ ରେକର୍ଡ ୯୨ ଲକ୍ଷ ୬୩ ହଜାର ମେଟ୍ରିକ ଟନ ଧାନ ସଂଗ୍ରହ କରିଥିଲା। ଆଉ ଆଜି ରାଜ୍ୟର ୫୧ ଲକ୍ଷରୁ ଅଧିକ କ୍ଷୁଦ୍ର-ନାମମାତ୍ର ଚାଷୀ ଏବଂ ୩୯,୨୩୯ ଭୂମିହୀନ କୃଷି ପରିବାରଙ୍କୁ ସି.ଏମ୍–କିଷାନ୍ ଯୋଜନାର ତୃତୀୟ କିସ୍ତି ଭାବରେ ୧,୦୪୧ କୋଟି ଟଙ୍କା ଡି.ବି.ଟି. ମାଧ୍ୟମରେ ପ୍ରଦାନ କରାଗଲା।
କେବଳ ଏହି ଗୋଟିଏ ପଦକ୍ଷେପରୁ ପଞ୍ଜୀକୃତ ଚାଷୀଙ୍କ ବାର୍ଷିକ ଆୟରେ ଅତି କମରେ ୩୮ ହଜାର ଟଙ୍କା ଯୋଡି ହୋଇଛି। ସୁଭଦ୍ରା ଯୋଜନାର ଦଶ ହଜାର ଏବଂ ପିଏମ ଓ ସିଏମ କିଶାନର ୧୦ ହଜାର ଟଙ୍କାକୁ ଯୋଡିବେ ତେବେ ସେମାନଙ୍କ ବାର୍ଷିକ ଆୟ ଅତି କମରେ ୫୮ ହଜାର ଟଙ୍କା ବୃଦ୍ଧି ପାଇଛି। କାରଣ, ପ୍ରାୟ ପ୍ରତ୍ଯେକ ସୁଭଦ୍ରା ହିତାଧିକାରୀ ହେଉଛନ୍ତି ଚାଷୀ ପରିବାରର। ଏହା ହେଉଛି ଆମ ସରକାରଙ୍କ ପ୍ରତିବଦ୍ଧତାକୁ ଦର୍ଶାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ଏହା ଅତ୍ୟନ୍ତ ଖୁସିର ବିଷୟ ଯେ ଚଳିତ ବର୍ଷ କୃଷକ ସମୃଦ୍ଧି ଯୋଜନାରେ ବର୍ତ୍ତମାନ ସୁଦ୍ଧା ୧୮ ଲକ୍ଷରୁ ଅଧିକ ଚାଷୀ ପଞ୍ଜୀକରଣ କରିସାରିଛନ୍ତି। ଯେମତି ଜଣେ ହେଲେ ଚାଷୀ ଯେମତି ଏଥିରୁ ବଞ୍ଚିତ ନ ହୁଅନ୍ତି, ମୁଁ ବ୍ୟକ୍ତିଗତ ଭାବେ ଧ୍ୟାନ ରଖିବି। କାରଣ, ବିନା ଅନ୍ନଦାତାଙ୍କ ଉନ୍ନତିରେ ରାଜ୍ୟର ପ୍ରଗତି ଅସମ୍ଭବ।
ସେ କହିଥିଲେଯେ, ପ୍ରତି ଫସଲ ଋତୁ ପାଇଁ କ୍ଷୁଦ୍ର ଓ ନାମମାତ୍ର କୃଷକଙ୍କୁ ୨୦୦୦ ଟଙ୍କା ହିସାବରେ (ବାର୍ଷିକ ୪୦୦୦ ଟଙ୍କା) ପ୍ରଦାନ କରାଯାଇଥାଏ । ଏହି ସହାୟତା ରାଶି କୃଷକମାନେ ଆବଶ୍ୟକୀୟ କୃଷି ସାମଗ୍ରୀ କ୍ରୟ କରିବାରେ ବ୍ୟବହାର କରିଥାନ୍ତି। ଭୂମିହୀନ କୃଷି ପରିବାରକୁ ଛେଳି, କୁକୁଡ଼ା, ବତକ ପାଳନ ତଥା ଛତୁ/ ମହୁଚାଷ ଏବଂ ଅନ୍ୟାନ୍ୟ ଆନୁସଙ୍ଗିକ କୃଷି କାର୍ଯ୍ୟ ନିମନ୍ତେ ତିନୋଟି କିସ୍ତିରେ ୧୨୫୦୦ ଟଙ୍କା ପ୍ରଦାନ କରାଯାଇଥାଏ । । ଏହା ଅତ୍ୟନ୍ତ ଖୁସିର ବିଷୟ ଯେ ଚଳିତ ବର୍ଷ କୃଷକ ସମୃଦ୍ଧି ଯୋଜନାରେ ବର୍ତ୍ତମାନ ସୁଦ୍ଧା ୧୮ ଲକ୍ଷରୁ ଅଧିକ ଚାଷୀ ପଞ୍ଜୀକରଣ କରିସାରିଛନ୍ତି। ଯେମତି ଜଣେ ହେଲେ ଚାଷୀ ଯେମତି ଏଥିରୁ ବଞ୍ଚିତ ନ ହୁଅନ୍ତି, ମୁଁ ବ୍ୟକ୍ତିଗତ ଭାବେ ଧ୍ୟାନ ରଖିବି। କାରଣ, ବିନା ଅନ୍ନଦାତାଙ୍କ ଉନ୍ନତିରେ ରାଜ୍ୟର ପ୍ରଗତି ଅସମ୍ଭବ।
ଚାଷୀ ପରିବାରକୁ ଆର୍ଥିକ ସ୍ୱାବଲମ୍ବୀ କରିବା ପାଇଁ ସରକାର ନିଜସ୍ୱ ସମ୍ବଳରେ ସି.ଏମ୍ କିଷାନ୍ ନାମକ ଏକ କୃଷକ କଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ରାଜ୍ୟରେ ଥିବା ସମସ୍ତ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଖରିଫ ଓ ରବି ଚାଷ ନିମନ୍ତେ ବିହନ ଓ ସାର କିଣିବା ପାଇଁ ଆର୍ଥିକ ସହାୟତା ଯୋଗାଇ ଦେବା ଦିଗରେ ଏହି ସି.ଏମ୍ କିଷାନ୍ ଯୋଜନା… pic.twitter.com/lw60YtxTT3
— CMO Odisha (@CMO_Odisha) August 27, 2025
ସେ ଆହୁରି କହିଥିଲେଯେ, ଫସଲର ସୁରକ୍ଷା ନିମନ୍ତେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହଭାଗିତାରେ ଅନେକ ଗୁଡିଏ କୃଷକ କଲ୍ୟାଣ ଯୋଜନା କାର୍ଯ୍ୟକାରୀ କରାଯାଉଛି। ପ୍ରଧାନ ମନ୍ତ୍ରୀ ଫସଲ ବୀମା ଯୋଜନା ବା PMFBY, ପରିବର୍ତ୍ତିତ ଜଳବାୟୁ ତଥା ବିଳମ୍ବିତ ମୌସୁମୀକୁ ସମ୍ମୁଖୀନ ହୋଇ ନିଶ୍ଚିତ ଫସଲ ଅମଳ ପାଇବା ପାଇଁ ଫସଲ ବିବିଧିକରଣ ବା Crop Diversification System ଭଳି ଯୋଜନା ଉପରେ ଅଧିକ ଗୁରୁତ୍ଵ ପ୍ରଦାନ କରାଯାଉଛି। ଆଳୁ ଓଡ଼ିଶାର ପ୍ରମୁଖ ପନିପରିବା ଫସଲ ମଧ୍ୟରୁ ଅନ୍ୟତମ ଏବଂ ଆଳୁ ଉତ୍ପାଦନରେ ରାଜ୍ୟକୁ ଆତ୍ମନିର୍ଭରଶୀଳ କରିବା ପାଇଁ, ରାଜ୍ୟର ୩ ହଜାର ୧୧୫ କ୍ଲଷ୍ଟରରେ ୩୬ ହଜାରରୁ ଅଧିକ ଚାଷୀ ସଚେତନତା କାର୍ଯ୍ୟକ୍ରମ କରାଯାଇ ପ୍ରାୟ ୧ ଲକ୍ଷ ହିତାଧିକାରୀଙ୍କୁ ଆଳୁ ଚାଷରେ ସାମିଲ କରାଯାଇଛି। ଗତବର୍ଷ ରାଜ୍ୟର ସମସ୍ତ ଜିଲ୍ଲାରେ ୧ ଲକ୍ଷ ୬୦ ହଜାର ୮୭୪ କ୍ୱିଣ୍ଟାଲର ପ୍ରାମାଣିକ ବିହନ ଆଳୁ ବଣ୍ଟନ କରାଯାଇଛି, ଯାହା ପୂର୍ବ ବର୍ଷ ତୁଳନାରେ ୩ ଗୁଣ ଅଧିକ।
ରାଜ୍ୟରେ ଶୀତଳ ଭଣ୍ଡାର ସ୍ଥାପନ ନିମନ୍ତେ ଆର୍ଥିକ ସହାୟତା ଯୋଜନା ୨୦୨୫ ଜାନୁୟାରୀରେ କାର୍ଯ୍ୟକ୍ଷମ କରାଯାଇଛି। ରାଜ୍ୟରେ ଶୀତଳଭଣ୍ଡାର ଭିତ୍ତିଭୂମିକୁ ସୁଦୃଢ କରିବା ଲକ୍ଷ୍ୟ ନେଇ ପ୍ରତ୍ୟେକ ଉପଖଣ୍ଡ ସ୍ତରରେ ଗୋଟିଏ ଲେଖାଏଁ ଶୀତଳ ଭଣ୍ଡାର ଘରୋଇ ସହଭାଗିତାରେ ପ୍ରତିଷ୍ଠା କରାଯିବ। ଏହା ମାଧ୍ୟମରେ ଫସଲ ଅମଳ ପରବର୍ତ୍ତୀ କ୍ଷତିକୁ ରୋକିବା ସହ କୃଷି ଉତ୍ପାଦର ଉପଯୁକ୍ତ ମୂଲ୍ୟ ଦ୍ଵାରା ବଜାର ସୁବିଧା ଯୋଗାଇ ଦେଇ ଚାଷୀମାନଙ୍କର ରୋଜଗାର ବୃଦ୍ଧି କରାଯାଇପାରିବ। ଏହା ଦ୍ୱାରା ଅଭାବୀ ବିକ୍ରି ମଧ୍ୟ ରୋକାଯାଇ ପାରିବ। ଯୁବ କୃଷି ଉଦ୍ୟୋଗୀ ମାନଙ୍କୁ ବ୍ୟବସାୟ ଭିତ୍ତିକ ଭିତ୍ତିଭୂମି ପ୍ରତିଷ୍ଠା ସହ ନିଜର ଆର୍ଥିକ ଉନ୍ନତି ଏବଂ ରାଜ୍ୟର ଗ୍ରାମୀଣ ଅର୍ଥନୀତିରେ ଉନ୍ନତି ଆଣିବା ପାଇଁ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ରିହାତି ଜରିଆରେ ଏକ କୋଟି ଟଙ୍କା ପର୍ଯ୍ୟନ୍ତ ସବସିଡି ପ୍ରଦାନ କରାଯାଉଛି। ୨୦୨୪-୨୫ ଆର୍ଥିକ ବର୍ଷରେ ୧ ହଜାର ୪୦୬ ଟି ପ୍ରକଳ୍ପକୁ ୧୮୮ କୋଟି ୩୪ ଲକ୍ଷ ଟଙ୍କାର ରିହାତି ପ୍ରଦାନ କରାଯାଇଛି, ବୋଲି ସେ କହିଥିଲେ।
ଆପଣମାନେ ସମସ୍ତେ ଆମ ସରକାରଙ୍କ ଚାଷୀ ସମାଜ ପାଇଁ ପ୍ରତିବଦ୍ଧତା ବିଷୟରେ ଅବଗତ ଅଛନ୍ତି। ଗତ ଚଉଦମାସ ମଧ୍ୟରେ ଆପଣମାନଙ୍କୁ ବିଭିନ୍ନ ଯୋଜନାରେ ସହାୟତା ହେଉ କିମ୍ବା ବିପର୍ଯ୍ୟୟ ସମୟରେ ସହାୟତା ହେଉ, ଆମ ସରକାର ତୁରନ୍ତ ଯୋଗାଇ ଦେଇଛନ୍ତି ଏବଂ ଏଥିରେ କୌଣସି ପ୍ରକାର କାର୍ପଣ୍ୟତା ଦେଖାଇ ନାହାନ୍ତି। ରାଜ୍ୟର କୃଷକ ପରିବାରଙ୍କ ଆୟ କେବଳ ଦୁଇ… pic.twitter.com/Se8irD5iLf
— Mohan Charan Majhi (@MohanMOdisha) August 27, 2025
ସୂଚନା ଯୋଗ୍ୟଯେ ଏହି ପ୍ରମୁଖ କଲ୍ୟାଣକାରୀ ଯୋଜନାରେ କୃଷକଙ୍କ ପରିବାରକୁ କୃଷି ଓ ଆନୁସଙ୍ଗିକ କାର୍ଯ୍ୟପାଇଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥାଏ। ଉଚ୍ଚ ଶିକ୍ଷା / ବୃଭିଧାରୀ ଶିକ୍ଷା ନିମନ୍ତେ କୃଷି ବିଦ୍ୟାନିଧୂ ଯୋଜନାରେ ସି. ଏମ୍. କିଷାନ ହିତାଧିକାରୀଙ୍କ ପିଲାଙ୍କ ପାଇଁ ବୃଭି ପ୍ରଦାନ କରାଯାଇଛି । ଆଇ ଆଇ ଟି, ଏନ ଆଇ ଟି, ଆଇ ଆଇ ଏମ୍. ଏମ୍ସ ଓ ଆ.ସି.ଏ. ଆର ଭଳି ପ୍ରମୁଖ ଶିକ୍ଷାନୁଷ୍ଠାନରେ ଅଧ୍ୟୟନ କରୁଥିବା ମେଡ଼ିକାଲ, ଇଞ୍ଜିନିୟରିଂ, କୃଷି, ନସିଂ, ଆଇ ଆଇ ଟି, ଛାତ୍ରଛାତ୍ରୀ ମାନଙ୍କୁ ଏହି ବୃତ୍ତି ପ୍ରଦାନର ବ୍ୟବସ୍ଥା ରହିଛି । ଗତ ଶିକ୍ଷା ବର୍ଷରେ ବିଭିନ୍ନ ବୈଷୟିକ ପାଠ୍ୟକ୍ରମ ପାଇଁ ୧୩,୯୨୩ ଜଣ ସି. ଏମ୍. କିଷାନ ହିତାଧିକାରୀଙ୍କ ପିଲାମାନଙ୍କୁ ପ୍ରାୟ ୫୩ କୋଟି ୬୯ ଲକ୍ଷ ଟଙ୍କାର କୃଷି ବିଦ୍ୟାନିଧୂ ଛାତ୍ରବୃତ୍ତି ପ୍ରଦାନ କରାଯାଇଛି।
ଏହି ଉତ୍ସବରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂ ଦେଓ କହିଥିଲେ ଯେ ରାଜ୍ୟରେ କୃଷି ଓ କୃଷକର ଉନ୍ନତି ସାଧନ ନିମିତ୍ତ ସରକାର ଅଙ୍ଗୀକାରବଦ୍ଧ। ସମସ୍ତ ଅଭାବୀ ଚାଷୀକୁଳକୁ କିଛିଟା ଆର୍ଥିକ ସ୍ୱାବଲମ୍ବୀ କରିବାର ଲକ୍ଷ୍ୟ ନେଇ ରାଜ୍ୟ ସରକାର ନିଜସ୍ୱ ସମ୍ବଳରେ ଏହି କୃଷକ କଲ୍ୟାଣକାରୀ ଯୋଜନା ସି ଏମ କିଷାନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଏହି ଯୋଜନା ଏକ ପ୍ରଗତିଶୀଳ ତଥା କୃଷକମାନଙ୍କୁ ସମାଜର ମୁଖ୍ୟ ସ୍ରୋତକୁ ଆଣିବା ଭଳି ଯୋଜନା। ସି.ଏମ୍ କିଷାନ ଯୋଜନାରେ ଅଧିକରୁ ଅଧିକ ଯୋଗ୍ୟ ଚାଷୀ ଅନ୍ତର୍ଭୁକ୍ତ ହେଲେ କୃଷି ଓ କୃଷକର ଉନ୍ନତି ହୋଇପାରିବI
ଏହି ଅବସରରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ, ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଥିଲେଯେ, ଆନୁଷଙ୍ଗିକ କୃଷି କାର୍ଯ୍ୟକ୍ରମ ଯଥା ପଶୁପାଳନ, ମତ୍ସ୍ୟଚାଷ ଓ ଉଦ୍ୟାନକୃଷି ବୃତ୍ତି ଚାଷୀ ମାନଙ୍କର ଆର୍ଥିକ ଉନ୍ନତି ଓ ଉନ୍ନତ ଜୀବନ ଧାରଣରେ ବିଶେଷ ଗୁରୁତ୍ୱ ବହନ କରେ । କ୍ଷୁଦ୍ର ଛେଳି ଚାଷ ୟୁନିଟ, କ୍ଷୁଦ୍ର ଅଣ୍ଡା ଦିଆ କୁକୁଡ଼ା ୟୁନିଟ, ଦ୍ଵିମୁଖୀ ସ୍ୱଳ୍ପ ସାମଗ୍ରୀ ବୈଷୟିକ ପକ୍ଷୀ ୟୁନିଟ, ବତକ ୟୁନିଟ, ମତ୍ସ୍ୟଜୀବିଙ୍କୁ ମତ୍ସ୍ୟ ଉପକରଣ ଯୋଗାଣ, ଛତୁ ଚାଷ, ମହୁ ଚାଷ, ଗୋପାଳନ, ଟସର ଚାଷ ଭଳି ଅନେକ ଚାଷ ଆଜି ଅନେକ ସ୍ତରରେ ଲାଭବାନ ହୋଇଛନ୍ତି ଏହି ସି ଏମ କିଷାନ ଯୋଜନା ପାଇଁ। ଏହା ଛଡା ସରକାରଙ୍କ ପଶୁପାଳନ ଆର୍ଥିକ ସହାୟତା ଯେଭଳି ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଆଜି ଲକ୍ଷ ଲକ୍ଷ ଗୋପାଳକ ଭାଇ ଭଉଣୀ ମାନଙ୍କ ମୁହଁରେ ହସ ଫୁଟାଇ ପାରିଛି।
ଆମ ରାଜ୍ୟ ଏକ କୃଷି ପ୍ରଧାନ ରାଜ୍ୟ। ଆମ ରାଜ୍ୟରେ ୬୦ ପ୍ରତିଶତରୁ ଅଧିକ ଲୋକେ କୃଷି ଓ ଆନୁଷଙ୍ଗିକ କାର୍ଯ୍ୟ ଉପରେ ନିର୍ଭରଶୀଳ । ଆମ ରାଜ୍ୟର ୮୨ ପ୍ରତିଶତରୁ ଅଧିକ ଚାଷୀ ହେଉଛନ୍ତି କ୍ଷୁଦ୍ର ଓ ନାମମାତ୍ର ଚାଷୀ । ଏହା ବ୍ୟତୀତ ରାଜ୍ୟର ଏକ ମୁଖ୍ୟ ଗୋଷ୍ଠୀ, ଭୂମିହୀନ କୃଷି ପରିବାର ମଧ୍ୟ କୃଷି କାର୍ଯ୍ୟରେ ନିୟୋଜିତ ହୋଇ ପରିବାର ପ୍ରତିପୋଷଣ… pic.twitter.com/NvwdLKsiEK
— Mohan Charan Majhi (@MohanMOdisha) August 27, 2025
ଏହି ଅବସରରେ ଭୁବନେଶ୍ଵର (ଏକାମ୍ର) ମାନ୍ୟବର ବିଧାୟକ ଶ୍ରୀ ବାବୁ ସିଂ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ, ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟର କୁଳପତି ଡଃ ପ୍ରଭାତ କୁମାର ରାଉଳ, ନିର୍ଦ୍ଦେଶକ ଉଦ୍ୟାନ କୃଷି ବିଭାଗ ଏବଂ ନିର୍ଦ୍ଦେଶକ ମୃତ୍ତିକା ସଂରକ୍ଷଣ ବିଭାଗ, କୃଷି ଓ କୃଷକ ସଶକ୍ତିକରଣ ବିଭାଗର ବହୁ ବରିଷ୍ଠ ଅଧିକାରୀ ଏହି ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ରାଜ୍ୟର ପ୍ରାୟ ୬୦୦ରୁ ଉର୍ଦ୍ଧ କୃଷକ ଏବଂ ଓୟୁଏଟି ର ୨୦୦ ଛାତ୍ରଛାତ୍ରୀ ସକ୍ରୀୟ ଯୋଗଦାନ କରିଥିଲେ।
ଏହି କାର୍ଯ୍ୟକ୍ରମ ୩୦ ଗୋଟି ଜିଲ୍ଲା ପାଇଁ ଲାଇଭଷ୍ଟ୍ରିମିଂ ହୋଇଥିଲା । ବିଭିନ୍ନ ବିଭାଗୀୟ ମନ୍ତ୍ରୀ, ସାଂସଦ ଓ ସ୍ଥାନୀୟ ବିଧାନସଭା ସଦସ୍ୟ, ଜନ ପ୍ରତିନିଧି, ଜିଲ୍ଲାପାଳ ଏବଂ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଅଧିକାରୀଙ୍କ ଉପସ୍ଥିତିରେ ଜିଲ୍ଲାସ୍ତରୀୟ ଉତ୍ସବ ମଧ୍ଯ ମହା ସମାରୋହରେ ଆୟୋଜିତ ହୋଇଥିଲା । କାର୍ଯ୍ୟକ୍ରମରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡଃ ଅରବିନ୍ଦ କୁମାର ପାଢ଼ୀ ସ୍ୱାଗତ ଭାଷଣ ଦେଇଥିବା ବେଳେ, କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ, ଓଡ଼ିଶା, ଶ୍ରୀ ଶୁଭମ ସକ୍ସେନା ଧନ୍ୟବାଦ ଦେଇଥିଲେ।
ଆଜି ରାଜ୍ୟର ୫୧ ଲକ୍ଷରୁ ଅଧିକ ଚାଷୀଙ୍କୁ ୧୦୪୧ କୋଟିରୁ ଅଧିକ ଟଙ୍କାର ସି.ଏମ୍ କିଷାନ୍ ଯୋଜନାର ତୃତୀୟ କିସ୍ତିର ଆର୍ଥିକ ସହାୟତା ଡ଼ିବିଟି ମାଧ୍ୟମରେ ପ୍ରଦାନ କରାଗଲା । ଭାଦ୍ରବ ମାସରେ ନୂଆଁଖାଇ ଅବସରରେ, ନୂତନ ଶସ୍ୟ ଦେବାଦେବୀଙ୍କୁ ଲାଗି ହେବାପରେ ଆଶ୍ୱିନ ମାସରେ ଆମ ରାଜ୍ୟରେ ପ୍ରାକ୍-ରବି କୃଷି କାର୍ଯ୍ୟ ଆରମ୍ଭ କରାଯାଇଥାଏ । ଏଥିପାଇଁ… pic.twitter.com/thKFKYX5dt
— Mohan Charan Majhi (@MohanMOdisha) August 27, 2025