BREAKING
‘ଯୁଧିଷ୍ଠିର ଥିଏଟର’ର ଦ୍ୱିତୀୟ ବାର୍ଷିକ ନାଟ୍ୟୋତ୍ସବରେ ମଞ୍ଚସ୍ଥ ହେଲା ‘ଶୁକ ଶାରୀ କଥା’ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର

ଗଣତନ୍ତ୍ରକୁ ସୁଦୃଢ଼ କରିବା ପାଇଁ ପ୍ରତ୍ୟେକ ଯୋଗ୍ୟ ଭାରତୀୟ ନାଗରିକଙ୍କ ନାମ ଭୋଟର ତାଲିକାରେ ରହିବା ଅପରିହାର୍ଯ୍ୟ

ରେଡିଓ ପ୍ରସାରକମାନଙ୍କ ପାଇଁ ନିର୍ବାଚନ ସଚେତନତା ଉପରେ ରାଜ୍ୟ ସ୍ତରୀୟ ଦକ୍ଷତା ବୃଦ୍ଧି କର୍ମଶାଳା

​ଭୁବନେଶ୍ୱର: ରାଜ୍ୟର ସମସ୍ତ ଯୋଗ୍ୟ ନାଗରିକଙ୍କୁ ଭୋଟର ତାଲିକାରେ ସାମିଲ କରିବା ଏବଂ ଏକ ସ୍ୱଚ୍ଛ ନିର୍ବାଚନ ପ୍ରକ୍ରିୟା ଗଠନ କରିବା ଲକ୍ଷ୍ୟରେ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ର ସମ୍ମିଳନୀ କକ୍ଷଠାରେ ‘ରେଡିଓ ପ୍ରସାରକମାନଙ୍କ ପାଇଁ ଏକ ରାଜ୍ୟ ସ୍ତରୀୟ ଦକ୍ଷତା ବୃଦ୍ଧି କର୍ମଶାଳା’ ଅନୁଷ୍ଠିତ ହୋଇଯାଇଛି। ‘ଦ ସୋସିଓଜେନିକ୍ ଫାଉଣ୍ଡେସନ୍ ଏବଂ ଆଉଟ୍ରିଚ୍’ ପକ୍ଷରୁ ଓଡ଼ିଶା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସହଯୋଗରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଆର. ଏସ. ଗୋପାଳନ ଭୋଟର ସୂଚୀର ‘ସ୍ୱତନ୍ତ୍ର ସଘନ ସଂଶୋଧନ’ (ଏସ ଆଇ ଆର)ଉପରେ ଗୁରୁତ୍ୱାରୋପ କରିଥିଲେ। ସେ କହିଥିଲେ ଯେ, ଗଣତନ୍ତ୍ରକୁ ସୁଦୃଢ଼ କରିବା ପାଇଁ ପ୍ରତ୍ୟେକ ଯୋଗ୍ୟ ଭାରତୀୟ ନାଗରିକଙ୍କ ନାମ ଭୋଟର ତାଲିକାରେ ରହିବା ଅପରିହାର୍ଯ୍ୟ।

​କର୍ମଶାଳାର ମୁଖ୍ୟ ଆଲୋଚ୍ୟ ବିଷୟବସ୍ତୁ ମଧ୍ୟରେ -​ ୧୮ ବର୍ଷ ବୟସ ହୋଇଥିବା ପ୍ରତ୍ୟେକ ଭାରତୀୟ ନାଗରିକ କିଭଳି ନିଜ ନାମ ପଞ୍ଜିକୃତ କରିପାରିବେ, ସେ ସମ୍ପର୍କରେ ସୂଚନା ଦିଆଯାଇଥିଲା। ଭୋଟର ତାଲିକାରେ ଥିବା ତ୍ରୁଟି ସଂଶୋଧନ ଏବଂ ଆପତ୍ତି ଅଭିଯୋଗ ଦାଖଲ କରିବାର ପ୍ରକ୍ରିୟା ବିଷୟରେ ଆଲୋଚନା କରାଯାଇଥିଲା ଏବଂ ​କୌଣସି ଜଣେ ବି ଯୋଗ୍ୟ ଭାରତୀୟ ନାଗରିକ ଯେପରି ଭୋଟର ତାଲିକାରୁ ବାଦ୍ ନ ପଡ଼ନ୍ତି ଏବଂ କୌଣସି ଅଯୋଗ୍ୟ ବ୍ୟକ୍ତି ଯେପରି ଏଥିରେ ଅନ୍ତର୍ଭୁକ୍ତ ନ ହୁଅନ୍ତି, ସେଥିପ୍ରତି ସତର୍କ ରହିବାକୁ ଶ୍ରୀ ଗୋପାଳନ ପରାମର୍ଶ ଦେଇଥିଲେ।

​ ଜନସାଧାରଣଙ୍କ ପାଖରେ ସଠିକ୍ ସୂଚନା ପହଞ୍ଚାଇବା ଏବଂ ସଚେତନତା ବୃଦ୍ଧି କରିବାରେ ରେଡିଓ ଏକ ଶକ୍ତିଶାଳୀ ମାଧ୍ୟମ। ତେଣୁ ରେଡ଼ିଓ ପ୍ରସାରକମାନେ ଲୋକଙ୍କୁ ସେମାନଙ୍କର ସାମ୍ବିଧାନିକ ଅଧିକାର ବିଷୟରେ ଅଧିକରୁ ଅଧିକ ଜଣାଇବାକୁ କର୍ମଶାଳା ରେ ଆଲୋଚନା କରାଯାଇଥିଲା। ରେଡ଼ିଓ ପ୍ରସାରକ ମାନେ ସିଧାସଳଖ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଗୋପଲନ ଙ୍କ ସହିତ ଏସ ଆଇ ଆର ମ୍ୟାପିଂ ସମ୍ଭଦୀୟ ସିଧାସଳଖ ଆଲୋଚନା କରିଥିଲେ ଏବଂ ନିର୍ବାଚନ ଆୟୋଗ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଇ ସି ଆଇ ନେଟ ଆପ ର କାର୍ଯ୍ୟକାରିତା ଉପରେ ଜାଣି କିପରି ଏହାର ବହୁଳ ବ୍ୟବହାର ହୋଇପାରିବ ସେ ଦିଗରେ ଆଲୋଚନା କରିଥିଲେ।

​ଏହି କର୍ମଶାଳାରେ ବିଭିନ୍ନ ରେଡିଓ ଷ୍ଟେସନର ପ୍ରତିନିଧି ଏବଂ ପ୍ରସାରକମାନେ ଅଂଶଗ୍ରହଣ କରି ନିର୍ବାଚନ ସମ୍ବନ୍ଧୀୟ ବିଭିନ୍ନ ବୈଷୟିକ ଦିଗ ଉପରେ ଧାରଣା ପାଇଥିଲେ। ଏହି କର୍ମଶାଳା ରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର ଏସ ଗୋପଲନଙ୍କ ସମେତ ଅତିରିକ୍ତ ସିଇଓ  ସୁଶାନ୍ତ କୁମାର ମିଶ୍ର, ଡେ଼ପୁଟି ସିଇଓ ଡ଼. ଲଷ୍ମୀ ପ୍ରସାଦ ସାହୁ, ବିତ୍ତ ପରାମର୍ଶଦାତା ସଞ୍ଜୟ କୁମାର ଲୁଗୁନ ,ବରିଷ୍ଠ ରେଡ଼ିଓ ପ୍ରସାରକ ଅଶୋକ ପାଣିଗ୍ରାହୀ,ଲୋକସମ୍ପର୍କ ଅଧିକାରୀ ବିଜୟାନନ୍ଦ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।