BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଲକ୍ଷଣ ପ୍ରକାଶ ପାଇଲେ ପରୀକ୍ଷା କରନ୍ତୁ।

ଭୁବନେଶ୍ୱର : ରାଜ୍ୟରେ କୋଭିଡ ସଂକ୍ରମଣ ତଳମୁହାଁ ହୋଇଛି । ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ଗାଇଡ ଲାଇନ ଅନୁସାରେ ଟେଷ୍ଟିଂ ଚାଲିଛି । ଆକ୍ଟିଭ କେସରେ ଓଡିଶା ଅଷ୍ଟମ ସ୍ଥାନରେ ରହିଛି । ସର୍ଭେଲାନ୍ସ ଟେଷ୍ଟିଂ ମଧ୍ୟ ରାଜ୍ୟରେ ଭଲ ଅଛି । ସେଥିପାଇଁ ପଜିଟିଭ୍ ଅଧିକ ବାହାରୁଛନ୍ତି । ହେଲେ ସଂକ୍ରମଣ ଗ୍ରାଫ୍ ଦେଖିବାକୁ ଗଲେ ଆମେ ଆଉ ୪ରୁ ୫ ଦିନ ନଜର ରଖିବା ପାଇଁ ପଡିବ ସଂକ୍ରମଣ ହାର ଉପରେ । ତଥାପି ରାଜ୍ୟରେ ଏବେ ସଂକ୍ରମଣ ତଳମୁହାଁ ରହିଛି ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ।

ହେଲେ ଏହି ତଳମୁହାଁ ଏକ ନିରନ୍ତର ପ୍ରକ୍ରିୟା ନୁହେଁ ।ଯାହାର ସାମାନ୍ୟ ବି ଲକ୍ଷଣ ଦେଖାଦେଉଛି ଟେଷ୍ଟ କରାନ୍ତୁ ବୋଲି ବିଜୟ ମହାପାତ୍ର କହିଛନ୍ତି । ଅଧିକ ପିଜିଟିଭ୍ବ ବାହାରିଲେ ଡରିବାର ନାହିଁ । ଆଇସୋଲେସନରେ ରହି ସଂକ୍ରମଣ କମାଇ ପାରିବା । କରୋନା ମୃତ୍ୟୁ ସଂଖ୍ୟାକୁ ନେଇ ମଧ୍ୟ ବିଜୟ ମହାପାତ୍ର ପ୍ରତିକ୍ରିୟା ରଖିଛନ୍ତି । ଏବେବି ୬ ପ୍ରତିଶତ ରୋଗୀ ଭେଣ୍ଟି ଲେଟରେ ଅଛନ୍ତି । ଭେଟିଲେଣ୍ଟରକୁ ଯାଉଥିବା ରୋଗୀଙ୍କ ମୃତ୍ୟୁ ଆଶଙ୍କା ରହିଛି ବୋଲି କହିଛନ୍ତି ।

ଭାଇରସର ପ୍ରକୃତି ରୂପ ବଦଳାଇବା ।ଏନେଇ ଗବେଷଣା ଜାରି ରହିଛି । ହୁଏତ ଭାଇରସ ରୂପ ବଦଳାଇପାରେ ସେ ବିଷୟପରେ ସଠିକ୍ କହିହେବ ନାହିଁ । ହେଲେ ଭାଇରସ ବିପଦ ଜନକ ବା ପ୍ରବାବହୀନ ବି ହୋଇପାରେ ବୋଲି ବିଜୟ ମହାପାତ୍ର ପ୍ରତିକ୍ରିୟା ରଖିଛନ୍ତି ।