BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଓଡ଼ିଶାର ୧୬ ଜଣ ପାଇଲେ ପଦ୍ମ ପୁରସ୍କାର

ନୂଆଦିଲ୍ଲୀ, ୯ା୧୧: ୨୦୨୦ ଓ ୨୦୨୧ ବର୍ଷ ପାଇଁ ଭାରତର ୧୪୫ଜଣ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କୁ ପଦ୍ମ ପୁରସ୍କାର ମିଳିଛି। ସୋମବାର ରାଷ୍ଟ୍ରପତି ଭବନରେ ଆୟୋଜିତ ସ୍ବତନ୍ତ୍ର ସମାରୋହରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ୭ଜଣଙ୍କୁ ପଦ୍ମ ବିଭୂଷଣ, ୧୬ଜଣଙ୍କୁ ପଦ୍ମ ଭୂଷଣ ଏବଂ ୧୨୨ଜଣଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଛନ୍ତି। ଏମାନଙ୍କ ମଧ୍ୟରେ ୧୧ଜଣ ଓଡ଼ିଆ ରହିଛନ୍ତି। ସାହିତ୍ୟ କ୍ଷେତ୍ରରେ ସ୍ବର୍ଗତ ମନୋଜ ଦାସଙ୍କୁ ମଣଣୋତ୍ତର ପଦ୍ମ ଭୂଷଣ ସମ୍ମାନ ପ୍ରଦାନ କରାଯାଇଛି। ସେ ମଧ୍ୟ ୨୦୦୧ରେ ପଦ୍ମଶ୍ରୀ ସମ୍ମାନ ପାଇଥିଲେ। ସାହିତ୍ୟ ଓ ଶିକ୍ଷା ପାଇଁ ସାହିତି୍ୟକା ଡ. ଦମୟନ୍ତୀ ବେଶ୍ରା, ବୀଣାପାଣି ମହାନ୍ତି, ଡ. ପ୍ରଶାନ୍ତ କୁମାର ପଟ୍ଟନାୟକ, କଳା ପାଇଁ ଉତ୍ସବ ଚରଣ ଦାସ, ମିତ୍ରଭାନୁ ଗୋଉନ୍ତିଆ, ଗୁରୁ ଶଶଧର ଆଚାର୍ଯ୍ୟ, ମନମୋହନ ମହାପାତ୍ର (ମରଣୋତ୍ତର), ଜୈବିକ କୃଷି କ୍ଷେତ୍ରରେ ବିପ୍ଳବ ପାଇଁ ପ୍ରଫେସର ରାଧାମୋହନ(ମରଣୋତ୍ତର) ଓ ତାଙ୍କ ଝିଅ ସାବରମତୀ, ପଶୁପାଳନ ପାଇଁ ବଟକୃଷ୍ଣ ସାହୁ ଏବଂ ଔଷଧ ପାଇଁ ଡା. ଦିଗମ୍ବର ବେହେରାଙ୍କୁ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରାଯାଇଛି।
ଗତ ଜାନୁୟାରୀ ୨୬ ସାଧାରଣତନ୍ତ୍ର ଦିବସ ଅବସରରେ ପଦ୍ମ ପୁରସ୍କାର ପାଇଁ ମନୋନୀତ ବ୍ୟକ୍ତିବିଶେଷଙ୍କ ନାମ ଘୋଷଣା କରାଯାଇଥିଲା। ତେବେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜର୍ଜ ଫର୍ନାଡିସ୍‌,
ଅରୁଣ ଜେଟଲୀ ଏବଂ ସୁଷମା ସ୍ବରାଜଙ୍କୁ ମରଣୋତ୍ତର ପଦ୍ମ ବିଭୂଷଣ ସମ୍ମାନ ପ୍ରଦାନ କରାଯାଇଛି। ଜେଟ୍‌ଲୀଙ୍କ ସ୍ତ୍ରୀ ଏବଂ ସୁଷମାଙ୍କ ଝିଅ ଏହି ପୁରସ୍କାର ଗ୍ରହଣ କରିଥିଲେ। ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ଏବଂ ଅର୍ଦ୍ଧ-ଶାସ୍ତ୍ରୀୟ ଗାୟକ ପଣ୍ଡିତ ଛାନ୍ନୁଲାଲ ମିଶ୍ର, ମହିଳା ବକ୍ସର ଏମ୍‌.ସି. ମ୍ୟାରି କମ୍‌ଙ୍କୁ ପଦ୍ମ ବିଭୂଷଣ ପ୍ରଦାନ କରାଯାଇଛି। ଏଥିସହ ବ୍ୟାଡ୍‌ମିଣ୍ଟନ ଖେଳାଳି ପି. ଭି. ସିନ୍ଧୁ, ସାମାଜିକ କାର୍ଯ୍ୟକର୍ତ୍ତା ଡ. ଅନିଲ ପ୍ରକାଶ ଜୋଷୀ, ଲୋକସମ୍ପର୍କ ପାଇଁ ଡ. ଏସ୍‌. ସି. ଜମିର ଏବଂ ଆଧ୍ୟାତ୍ମିକତା ପାଇଁ ମୁମ୍‌ତାଜ୍‌ଙ୍କୁ ପଦ୍ମ ଭୂଷଣ ପ୍ରଦାନ କରାଯାଇଛି। ଟିଭି ଏବଂ ଫିଲ୍ମ ଅଭିନେତ୍ରୀ ସରିତା ଯୋଷୀ, ସଙ୍ଗୀତ ରଚୟିତା ଅଦନାନ୍‌ ସାମି ଖାନ୍‌ ଏବଂ ଅଭିନେତ୍ରୀ ତଥା ଫିଲ୍ମ ନିର୍ମାତା କଙ୍ଗନା ରାଣାଓ୍ବତ ରାଷ୍ଟ୍ରପତିଙ୍କଠାରୁ ପଦ୍ମଶ୍ରୀ ଗ୍ରହଣ କରିଛନ୍ତି। ସେହିପରି ଭାରତୀୟ ମହିଳା ହକି ଟିମ୍‌ର କ୍ୟାପଟେନ୍‌ ରାଣୀ, ଆଇସିଏମ୍‌ଆର୍‌ ଦିଲ୍ଲୀର ଏପିଡେମିଓଲୋଜି ଆଣ୍ଡ୍‌ କମ୍ୟୁନିକେବଲ ଡିଜିଜ୍‌ ବିଭାଗ ମୁଖ୍ୟ ଡାକ୍ତର ରମଣ ଗଙ୍ଗାଖେଦକରଙ୍କୁ ରାଷ୍ଟ୍ରପତି କୋବିନ୍ଦ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଛନ୍ତି। ସମାରୋହରେ ଉପରାଷ୍ଟ୍ରପତି ଏମ୍‌. ଭେଙ୍କୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ପ୍ରମୁଖ ଉପସ୍ଥିତ ଥିଲେ।