BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ରାଜ୍ୟରେ ୧୫ଟି ଜିଲ୍ଲାରେ ହେବ ଆରଟିପିସିଆର ଟେଷ୍ଟ କେନ୍ଦ୍ର।

ଭୁବନେଶ୍ୱର,୧୧/୫(ବ୍ୟୁରୋ): ରାଜ୍ୟରେ କରୋନାର ଦ୍ବିତୀୟ ଲହର ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପୁଛି। ଅଧିକ ପରୀକ୍ଷା କରାଯାଇ କରୋନା ସଂକ୍ରମଣ ଚିହ୍ନଟ କରାଯାଇପାରିଲେ ରୋଗୀଙ୍କୁ ନିର୍ଦ୍ଧାରିତ ସମୟରେ ଚିକିତ୍ସା କରାଯାଇପାରିବ ଏବଂ ଏକ ଅମୂଲ୍ୟ ଜୀବନ ରକ୍ଷା କରାଯାଇପାରିବ। ଏହି ପରିପ୍ରେକ୍ଷୀରେ ରାଜ୍ୟରେ କରୋନା ଭୂତାଣୁ ଚିହ୍ନଟ ପାଇଁ ଆର୍‌ଟିପିସିଆର୍‌ ଟେଷ୍ଟ କେନ୍ଦ୍ର ବଢ଼ାଇବା ପାଇଁ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି। ଆଜି ରାଜ୍ୟ ସରକାର ୧୫ଜିଲାରେ ଆର୍‌ଟିପିସିଆର୍‌ ପରୀକ୍ଷଣ କେନ୍ଦ୍ର ପ୍ରତିଷ୍ଠା ପାଇଁ ୨୦କୋଟି ଟଙ୍କା ମଞ୍ଜୁର କରିଛନ୍ତି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ଆର୍‌ଟିପିସିଆର୍‌ ପରୀକ୍ଷା ନିମନ୍ତେ ଭଦ୍ରକ, ବୌଦ୍ଧ, ଢେଙ୍କାନାଳ, ଗଜପତି, ଖୋର୍ଦ୍ଧା, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, ନବରଙ୍ଗପୁର, ମାଲକାନଗିରି, ସୋନପୁର, କନ୍ଧମାଳ, ସୁନ୍ଦରଗଡ଼, ରାୟଗଡ଼ା ଓ ବରଗଡ଼ ଜିଲ୍ଲାର ସଦର ମହକୁମାଠାରେ ଗୋଟିଏ ଲେଖାଏଁ ପରୀକ୍ଷଣ କେନ୍ଦ୍ର ପ୍ରତିଷ୍ଠା ପାଇଁ ୨୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଏଥି ପାଇଁ ପ୍ରତି ଜିଲ୍ଲାରେ ଜଣେ ଲେଖାଏଁ ମାଇକ୍ରୋ ବାୟୋଲୋଜିଷ୍ଟ ଓ ତିନିଜଣ ଲାବୋରେଟୋରୀ ଟେକ୍‌ନିସିଆନ୍‌ଙ୍କୁ ନିୟୋଜିତ କରାଯିବ ବୋଲି ସେ କହିଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ଓଡ଼ିଶାର ଜନସାଧାରଣଙ୍କ ପାଇଁ ଟିକା ସଂଗ୍ରହ କରିବା ଉଦେଶ୍ୟରେ ବିଶ୍ବସ୍ତରୀୟ ଟେଣ୍ଡର ଡକାଯିବା ପ୍ରସ୍ତାବକୁ ଓଡ଼ିଶା କ୍ୟାବିନେଟ୍‌ ମଞ୍ଜୁରୀ ପ୍ରଦାନ କରିଛନ୍ତି। ସମସ୍ତ ସମ୍ବେଦନଶୀଳ ଜନସାଧାରଣଙ୍କୁ ଟିକାକରଣରେ ଅନ୍ତର୍ଭୁକ୍ତ କରି ସେମାନଙ୍କ ଜୀବନ ଏବଂ ଜୀବିକାର ସୁରକ୍ଷିତ ରଖିବାରେ ଏହା ଓଡ଼ିଶାକୁ ସାହାଯ୍ୟ କରିବ ବୋଲି ସେ କହିଛନ୍ତି। ମୁଖ୍ୟମନ୍ତ୍ରୀ ପୁଣି କହିଛନ୍ତି ଯେ କୋଭିଡ୍‌-୧୯ର ଦ୍ୱିତୀୟ ଲହରି ବିରୁଦ୍ଧରେ ଓଡ଼ିଶାର ପ୍ରସ୍ତୁତିକୁ ସୁଦୃଢ଼ କରିବା ଉଦେଶ୍ୟରେ ରାଜ୍ୟରେ ମେଡିକାଲ ଅମ୍ଳଜାନ ଉତ୍ପାଦନ ବୃଦ୍ଧି କରିବା ଏବଂ ମେଡିକାଲ ଅମ୍ଳଜାନ ଓ ଏହାର କଣ୍ଟେନର ଉତ୍ପାଦନକାରୀଙ୍କୁ ସହାୟତା ଦେବା ପାଇଁ ଶିଳ୍ପ ପ୍ରୋତ୍ସାହନ ନୀତି-୨୦୧୫ରେ ସଂଶୋଧନକୁ ମଞ୍ଜୁରୀ ଦେଇଛନ୍ତି। କୋଭିଡ୍‌-୧୯ ସଂକ୍ରମଣର ଭବିଷ୍ୟତ ଲହରିଗୁଡ଼ିକରୁ ନାଗରିକମାନଙ୍କୁ ସୁରକ୍ଷା ଦେବାରେ ଏବଂ ମୂଲ୍ୟବାନ ଜୀବନ ରକ୍ଷା କରିବାରେ ଟିକା ଏକ ପ୍ରମୁଖ ଉପାଦାନ ବୋଲି ରାଜ୍ୟ କ୍ୟାବିନେଟ୍‌ ଉଲ୍ଲେଖ କରିଛନ୍ତି। ଜନସଂଖ୍ୟାର ବହୁଳ ଅଂଶର ଟିକାକରଣ କ୍ରମେ ସ୍ୱାଭାବିକ ସ୍ଥିତି ଫେରାଇ ଆଣିଥିବା ଇସ୍ରାଏଲ୍‌କୁ କ୍ୟାବିନେଟ୍‌ ଦୃଷ୍ଟାନ୍ତ ଭାବେ ଉପସ୍ଥାପିତ କରିଛନ୍ତି। ଭାରତ ସରକାରଙ୍କୁ ରାଜ୍ୟମାନଙ୍କର ଆର୍ଥିକ ବୋଝ କମ କରିବା ଏବଂ ଓଡ଼ିଶାର ବିଶ୍ୱସ୍ତରୀୟ ଟିକାକରଣ ଅଭିଯାନକୁ ସହଯୋଗ ଦେବା ଉଦେଶ୍ୟରେ ଟିକା ଉପରୁ ସମସ୍ତ କର ଉଚ୍ଛେଦ କରିବା ପାଇଁ ଓଡ଼ିଶା କ୍ୟାବିନେଟ୍‌ ଆହ୍ୱାନ ଦେଇଛନ୍ତି । ଏହି ସମୟରେ ରାଜ୍ୟର ସମ୍ବଳ ବୃଦ୍ଧି ପାଇଁ ବିଭିନ୍ନ ସେସ୍‌ ଏବଂ ସରଚାର୍ଜରୁ ଉପଯୁକ୍ତ ଅଂଶ ପ୍ରଦାନ ପାଇଁ ରାଜ୍ୟ କ୍ୟାବିନେଟ୍‌ ଅନୁରୋଧ କରିଛନ୍ତି। ଓଡ଼ିଶା କ୍ୟାବିନେଟ୍‌ ସମସ୍ତ ଉପଲବ୍ଧ ସମ୍ବଳ ସହିତ ଭୂତାଣୁ ବିରୁଦ୍ଧରେ ସଂଗ୍ରାମ କରିବା ଏବଂ କୋଭିଡ୍‌-୧୯ ରୋଗୀମାନଙ୍କୁ ଡାକ୍ତରୀ ସହାୟତା ଯୋଗାଇବା ପାଇଁ ତାହାର ପ୍ରତିବଦ୍ଧତାକୁ ଦୋହରାଇଛନ୍ତି । ରାଜ୍ୟ କ୍ୟାବିନେଟ୍‌ ମହାମାରୀ ବିରୁଦ୍ଧରେ ସଂଗ୍ରାମ ପାଇଁ ଜନସାଧାରଣଙ୍କୁ କୋଭିଡ୍‌-୧୯ ନିୟମ ମାନିବା ସହ ସାମାଜିକ ଦୂରତା ବଜାୟ ରଖିବା ପାଇଁ ଅନୁରୋଧ କରିଛନ୍ତି।