BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ସଞ୍ଜୟ ନାୟକଙ୍କୁ ରେଭେନ୍ସାର ନୂତନ କୁଳପତି ଭେବେ ନିଯୁକ୍ତି ଦେଲେ ରାଜ୍ୟପାଳ।

ଭୁବନେଶ୍ୱର,୨୨/୧(ଓଡ଼ିଆ ନ୍ୟୁଜ): ରେଭେନ୍ସା ବିଶ୍ବବିଦ୍ୟାଳୟର ନୂତନ କୁଳପତି ଭାବେ ପ୍ରଫେସର ସଞ୍ଜୟ କୁମାର ନାୟକଙ୍କୁ ଓଡ଼ିଶାର ରାଜ୍ୟପାଳ ତଥା କୁଳାଧିପତି ପ୍ରଫେସର ଗଣେଶୀ ଲାଲ ନିଯୁକ୍ତ କରିଛନ୍ତି।
ଓଡିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ଅଧିନିୟମ ଅନୁସାରେ ରାଜ୍ୟପାଳ ପ୍ରଫେସର ନାୟକଙ୍କୁ କୁଳପତି ଦାୟିତ୍ବ ପ୍ରଦାନ କରିଛନ୍ତି। ପ୍ରଫେସର ନାୟକ ରେଭେନ୍ସା କୁଳପତି ଭାବେ ଚାରି ବର୍ଷ ପାଇଁ କାର୍ୟ୍ୟ କରିବେ। କାର୍ୟ୍ୟଭାର ଗ୍ରହଣ କରିବା ଦିନଠାରୁ ଚାରିବର୍ଷ ପର୍ୟ୍ୟନ୍ତ କିମ୍ବା କାର୍ୟ୍ୟକାଳ ସରିବା ପୂର୍ବରୁ ଯାହା ଆଦେଶ ଦିଆଯିବ ସେ ଅନୁସାରେ କୁଳପତି ଦାୟିତ୍ବ ତୁଲାଇବେ।

ରେଭେନ୍ସା ବିଶ୍ବବିଦ୍ୟାଳୟ ନୂଆ କୁଳପତି ପ୍ରଫେସର ନାୟକ ଏବେ ଚେନ୍ନଇର ସେଣ୍ଟ୍ରାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ପ୍ଲାଷ୍ଟିକ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି ମହାନିର୍ଦେଶକ (ମୁଖ୍ୟ ଏକାଡେମିକ୍ ଅଫିସର) ଭାବରେ କାର୍ୟ୍ୟରତ। ତାଙ୍କର ୩୪ ବର୍ଷର ପାଠ ପଢାଇବାର ଅଭିଜ୍ଞତା ରହିଛି। ପ୍ରଫେସର ନାୟକଙ୍କ ତତ୍ତ୍ବାବଧାନରେ ୪୦ ବିଦ୍ୟାର୍ଥୀ ପିଏଚ୍‌ଡି ଲାଭ କରିଛନ୍ତି। ସେ ବିଭିନ୍ନ ପ୍ରଶାସନିକ କାର୍ୟ୍ୟଭାର ସଫଳତାର ସହ ତୁଲାଇଛନ୍ତି। ପ୍ରଫେସର ନାୟକ ଖୁବ୍‌ଶୀଘ୍ର କୁଳପତି ଭାବେ ଦାୟିତ୍ବ ଗ୍ରହଣ କରିବେ। କୁଳପତି ପ୍ରଫେସର ଈଶାନ କୁମାର ପାତ୍ରଙ୍କ କାର୍ୟ୍ୟକାଳ ସରିବା ପରେ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଅପରାଜିତା ଚୌଧୁରୀଙ୍କୁ କାର୍ୟ୍ୟକାରୀ କୁଳପତି ଭାବେ ଅବସ୍ଥାପିତ କରାଯାଇଥିଲା। କୁଳପତି ପ୍ରଫେସର ନାୟକଙ୍କୁ ପ୍ରଫେସର ଚୌଧୁରୀ କାର୍ୟ୍ୟଭାର ହସ୍ତାନ୍ତର କରିବେ। କୁଳପତି ପ୍ରଫେସର ଚୌଧୁରୀ ରେଭେନ୍ସା କୁଳପତି ଦାୟିତ୍ବ ତୁଲାଉଛନ୍ତି।