BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଷ୍ଟାର୍ଟଅପ୍ ଓଡ଼ିଶା ଏବଂ ଫୋନ୍‌ପେ ମଧ୍ୟରେ ବୁଝାମଣାପତ୍ର ସ୍ଵାକ୍ଷରିତ

ଭୁବନେଶ୍ୱର: ସ୍ଥାନୀୟ ଓ-ହବ ଠାରେ ଷ୍ଟାର୍ଟଅପ୍ ଓଡ଼ିଶା ଏବଂ ଫୋନ୍‌ପେ ପ୍ରାଇଭେଟ୍ ଲିମିଟେଡ୍ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ସହଜ ବ୍ୟବସାୟ ସୁନିଶ୍ଚିତ କରିବା ସହ ଷ୍ଟାର୍ଟଅପ୍‌ଗୁଡ଼ିକୁ ଡିଜିଟାଲ୍ ଭାବରେ ସଶକ୍ତ କରିବା ଲକ୍ଷ୍ୟରେ ଏହା ସ୍ୱାକ୍ଷରିତ ହୋଇଛି । ଷ୍ଟାର୍ଟଅପ୍ ଓଡ଼ିଶାର ମୁଖ୍ୟ ପ୍ରଶାସନିକ ଅଧିକାରୀ ଶ୍ରୀ କମଲଜିତ ଦାସ ଏବଂ ଫୋନ୍‌ପେ ଲିମିଟେଡ୍‌ ମର୍ଚ୍ଚାଣ୍ଟ ବ୍ୟବସାୟର ମୁଖ୍ୟ ବ୍ୟବସାୟିକ ଅଧିକାରୀ ଶ୍ରୀ ଯୁବରାଜ ସିଂହ ଶେଖାୱତ ଆନୁଷ୍ଠାନିକ ଭାବେ ଏହି ବୁଝାମଣାପତ୍ର ସ୍ୱାକ୍ଷର କରିଥିଲେ ।

ଷ୍ଟାର୍ଟଅପ୍‌ ପ୍ଲାଟଫର୍ମର ଅନବୋର୍ଡିଂ ନୀତି ଏବଂ ଯାଞ୍ଚ ପ୍ରକ୍ରିୟା ଅନୁଯାୟୀ ଫୋନ୍‌ପେ ଅତ୍ୟାଧୁନିକ ଡିଜିଟାଲ୍ ଭିତ୍ତିଭୂମି, ପେମେଣ୍ଟ ପ୍ରଯୁକ୍ତିବିଦ୍ୟା ସମାଧାନ, ମାର୍କେଟିଂ ଏବଂ ପ୍ରୋତ୍ସାହନମୂଳକ ସହାୟତା ଯୋଗାଇ ଦେବ । ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗର ଅତିରିକ୍ତ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମାଙ୍କ ପ୍ରତ୍ୟକ୍ଷ ମାର୍ଗଦର୍ଶନରେ ଷ୍ଟାର୍ଟଅପ୍ ଓଡ଼ିଶା ଡିଜିଟାଲ୍ ଅନ୍ତର୍ଭୁକ୍ତିକରଣ, ନବସୃଜନର ପ୍ରୋତ୍ସାହନ, ବିଭିନ୍ନ ଅନୁଷ୍ଠାନ ମଧ୍ୟରେ ସୁ-ସମ୍ପର୍କ ସ୍ଥାପନ, ସମୃଦ୍ଧ ଷ୍ଟାର୍ଟଅପ୍ ଇକୋସିଷ୍ଟମ ନିର୍ମାଣ, ବ୍ୟାପକ ସୁଯୋଗ ସୃଷ୍ଟି ଜରିଆରେ ଭାରତର ଶ୍ରେଷ୍ଠ ଷ୍ଟାର୍ଟଅପ୍ ହବ୍‌ ମଧ୍ୟରେ ଓଡ଼ିଶାକୁ ସ୍ଥାନିତ କରିବା ପାଇଁ ଲକ୍ଷ୍ୟ ରଖିଛି ।