BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ନୀଳାଦ୍ରି ବିହାର ଶିଶୁ ମନ୍ଦିରର ବାର୍ଷିକ କ୍ରୀଡା ଉତ୍ସବ

ଭୁବନେଶ୍ୱର,୧୮ା୧(ଓଡ଼ିଆ ନ୍ୟୁଜ): ନୀଳାଦ୍ରି ବିହାର ସେକ୍ଟର ତିନି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରତିଷ୍ଠାତା ଦୀନବନ୍ଧୁ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ୧୪ ନମ୍ବର ଓ୍ବାର୍ଡର କର୍ପୋରେଟର ମୋନାଲିସା ସାହୁ ଯୋଗଦେଇ ଉଦ୍‌ଘାଟନ କରି କହିଥିଲେ ଶିଶୁମାନେ ପାଠ ପଢିବା ସହ ଖେଳକୁଦ କରିବା ଆବଶ୍ୟକ । ଖେଳିବା ଦ୍ୱାରା ଶାରୀର ସୁସ୍ଥ ରହିଥାଏ । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ରୀଡାକୁ ପ୍ରାଧାନ୍ୟ ଦେଇ ଆସୁଛନ୍ତି । ଦୁଇ ଦୁଇ ଥର ହକି ବିଶ୍ୱକପ ଅୟୋଜନ କରି ଓଡିଶାକୁ ସାରା ବିଶ୍ୱରେ ପରିଚିତ କରାଇଛନ୍ତି ।

ସମ୍ମାନୀତ ଅତିଥି ଭାବେ ଦୂରଦର୍ଶନ କେନ୍ଦ୍ରର ପୂର୍ବତନ ନିର୍ଦ୍ଦେଶକ ନୀଳାଦ୍ରି ମୋହନ ଶତପଥୀ, ସାମ୍ବାଦିକ ସୁକାନ୍ତ ରାଉତ ପ୍ରମୁଖ ଯୋଗଦେଇ ଶିଶୁ ମାନଙ୍କର ଯେଉଁ ଖେଳ ଉପରେ ରୁଚି ରହୁଛି ସେ ଖେଳ ପାଇଁ ଅଭିଭାବକମାନେ ସୁବିଧା ସୁଯୋଗ ଦେବା ଆବଶ୍ୟକ । ନିର୍ଦ୍ଧିଷ୍ଟ ଖେଳ ଉପରେ ଯଦି ଉପଯୁକ୍ତ ତାଲିମ ପ୍ରଦାନ କରାଯାଏ ପିଲାଟି ଭଲ ଖେଳିବା ସହିତ ସୁନାମ ଅର୍ଜନ କରିପାରିବ ବୋଲି କହିଥିଲେ ।

ପ୍ରଥମେ ଛାତ୍ରଛାତ୍ରୀ ମାନେ ଓଡିଶୀ ନୃତ୍ୟ, ଦାଣ୍ଡିଆ ନୃତ୍ୟ ଓ ଏକତାଳି ପ୍ରଦର୍ଶନ କରିଥିଲେ । ପରେ ବିଭିନ୍ନ ପ୍ରକାର ଖେଳକୁଦ ପ୍ରତିଯୋଗୀତା ହୋଇଥିଲା । ଏଥିରେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ପରିବେଶିତ ଏକତାଳି ନୃତ୍ୟ ବେଶ୍ ଚିତ୍ତାକର୍ଷକ ହୋଇଥିଲା । କାର୍ଯ୍ୟକ୍ରମକୁ ଗୁରୁମା ଦୀପ୍ତିମୟି ସିଂହ, ସୁନୀତା ସାହୁ, ରାଜଲକ୍ଷ୍ମୀ ମହାରଣା, ଲୋପାମୁଦ୍ରା ଧଳ ଓ ସସ୍ମିତା ସାହୁ ପରିଚାଳନା କରିଥିଲେ ।