BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଓଡ଼ିଶା ଗସ୍ତର ଶେଷ ଦିନରେ ଚିଲିକା ବୁଲିଲେ ଶ୍ରୀଲଙ୍କା ଅଧିକାରୀ

ଭୁବନେଶ୍ୱର :ଓଡ଼ିଶା ଗସ୍ତରେ ଆସିଥିବା ଶ୍ରୀଲଙ୍କା ଅଧିକାରୀ ମାନେ ଶେଷ ଦିନରେ ଚିଲିକା ପରିଦର୍ଶନରେ ଯାଇଥିଲେ ଏବଂ ସନ୍ଧ୍ୟାରେ ସୂଚନା ଓ ଲୋକସମ୍ପର୍କ ଦ୍ୱାରା ଆୟୋଜିତ ରାତ୍ରିଭୋଜନରେ ଆପ୍ୟାୟିତ ହୋଇଥିଲେ । ଏହି ଅବସରରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଶ୍ରୀଲଙ୍କାର ସମସ୍ତ ଅଧିକାରୀ ତଥା ଭାରତ ସରକାରଙ୍କ ବୈଦେଶିକ ମନ୍ତ୍ରାଳୟର ସମସ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶକ ଶ୍ରୀ ଅନୁଜ ଦାସ ପଟ୍ଟନାୟକ, ନିର୍ଦ୍ଦେଶକ ବୈଷୟିକ ଶ୍ରୀ ଗୁରବୀର ସିଂ ସମ୍ବର୍ଦ୍ଧିତ କରିଥିଲେ । ଉପହାର ସ୍ୱରୂପ ଓଡ଼ିଶାର କାରୁକାର୍ଯ୍ୟ ସମ୍ବଳିତ ପଟ୍ଟଚିତ୍ର ପ୍ରଦାନ କରାଯାଇଛି ।

ଓଡ଼ିଶା ଗସ୍ତ ସମୟରେ ଓଡ଼ିଆ ଲୋକଙ୍କ ଆତିଥ୍ୟ, ଖାଦ୍ୟପେୟ, କଳା, ସଂସ୍କୃତି ଓ ଐତିହ୍ୟର ଭୁୟସୀ ପ୍ରଶଂସା କରିଥିଲେ । ଗସ୍ତରୁ ବହୁ ଜ୍ଞାନ ଆହରଣ କରିବା ଭାରତୀୟ ସଂସ୍କୃତି, ଲୋକଙ୍କ ଦୈନନ୍ଦିନ ଜୀବନ, ଆପାତକାଳୀନ ସମୟରେ କାର୍ଯ୍ୟଶୈଳୀ ବିଷୟରେ ଅନେକ କିଛି ଶିଖିଛନ୍ତି ବୋଲି ମତବ୍ୟକ୍ତ କରିଛନ୍ତି । ଭାରତ ସରକାରଙ୍କ ବୈଦେଶିକ ମନ୍ତ୍ରାଳୟ, ଓଡ଼ିଶା ସରକାର ବିଶେଷ କରି ସୂଚନା ଓ ଲୋକସମ୍ପର୍କ ବିଭାଗର ସହଯୋଗ ପାଇ ନିଜର ଖୁସି ଅଭିବ୍ୟକ୍ତ କରିଥିଲେ ଏବଂ ଧନ୍ୟବାଦ ଜଣାଇଛନ୍ତି ।ଶ୍ରୀଲଙ୍କା ଅଧିକାରୀମାନେ ମଧ୍ୟ ସୂଚନା ଓ ଲୋକସମ୍ପର୍କ ନିର୍ଦ୍ଦେଶକ ଓ ନିର୍ଦ୍ଦେଶକ ବୈଷୟିକଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।