ଭୁବନେଶ୍ୱର : ରମାେଦବୀ ମହିଳା ବିଶ୍ବବିଦ୍ୟାଳୟରେ କ୍ରୀଡା ପରିଷଦ ଦ୍ୱାରା ‘ବାର୍ଷିକ କ୍ରୀଡା ଉତ୍ସବ ୨୦୨୪-୨୦୨୫’ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ଭାରପ୍ରାପ୍ତ କୁଳପତି ପ୍ରଫେସର ଚଣ୍ଡୀ ଚରଣ ରଥ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଏଥିସହ କ୍ରୀଡାର ମହତ୍ତ୍ଵ ପ୍ରତିପାଦନ କରି ଛାତ୍ରୀମାନଙ୍କୁ ଅଭିପ୍ରେରିତ କରିଥିଲେ। ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ଆର୍ଟ ଅଫ୍ ଲିଭିଙ୍ଗ୍, ଯୋଗ ପ୍ରଶିକ୍ଷିକା ରୁପାଲୀ ନାୟକ, ବିଶ୍ବବିଦ୍ୟାଳୟର ଶିକ୍ଷକ, ଅଣଶିକ୍ଷକ ଓ ଛାତ୍ରୀମାନଙ୍କ ପାଇଁ ଯୋଗ ଅଧିେବଶନ କରାଯାଇଥିଲା।
ଉଦଯାପନୀ ସମାରୋହର ମୁଖ୍ୟ ଅତିଥି ଭାବେ ୟୁଥ୍ ଏଣ୍ଡ୍ ସୋସିଆଲ୍ ଡେଭଲପେମଣ୍ଟ୍ ସେଣ୍ଟର୍ ସଂସ୍ଥାପକ ସଦସ୍ୟ ଶ୍ରୀ ଜଗଦାନନ୍ଦ ବିଶ୍ୱବିଦ୍ୟାଳୟର ଛାତ୍ରୀମାନଙ୍କୁ ସାମ୍ପ୍ରତିକ ସମୟେର କ୍ରୀଡାର ଗୁରୁତ୍ତ୍ଵ ସମ୍ବନ୍ଧରେ ଆଲୋକପାତ କରିଥିେଲ। ଜାତୀୟ ଓ ଆନ୍ତର୍ଜାତୀୟ କ୍ରୀଡା କ୍ଷେତ୍ରେର ତିନିବର୍ଷ ଧରି କୃତିତ୍ତ୍ୱ ଅର୍ଜନ କରିଥିବା ଛାତ୍ରୀ ଓ ୨୦୨୪-୨୫ ଅଧିେବଶନର କ୍ରୀଡା ପ୍ରତିଯୋଗିମାନଙ୍କୁ ପୁରସ୍କୃତ କରାଯାଇଥିଲା।
କ୍ରୀଡା ପରିଷଦ ନିର୍ଦେଶିକା ପ୍ରଫେସର ଜ୍ୟୋତିର୍ମୟୀ ଆଚାର୍ଯ୍ୟ ସ୍ୱାଗତ ଭାଷଣ ପ୍ରଦାନ କରିବା ସହିତ ପ୍ରଭାରୀ ଅଧିକାରୀ ବିଭାଗର ସଦସ୍ୟା ମିସ୍ ବି. ଆର୍. ଆଭା ଆୟୁଶ୍ରୀ ଧନ୍ୟବାଦ ଅର୍ପଣ କରିଥିେଲ । କ୍ରୀଡା ପରିଷଦର ଉପନିର୍ଦେଶିକା ଇତିଶ୍ରୀ ଷଡ଼ଙ୍ଗୀ, ପ୍ରଭାରୀ ଅଧିକାରୀ ପ୍ରକାଶ ଚନ୍ଦ୍ର ପରିଚ୍ଛା, ଶାରୀରିକ ଶିକ୍ଷା ପ୍ରଶିକ୍ଷିକା କୁନୁ ମୁନ୍ ବେହେରା ,ସୋନାଲିସାହୁ, ଆର୍ କେ. ବିନାୟକ, ସ୍ବେଚ୍ଛାେସବୀ ଓ ଅନ୍ୟାନ୍ୟ ସଦସ୍ୟମାେନ କାର୍ଯ୍ୟକ୍ରମ ପରିଚାଳନାେର ସହଯୋଗ କରିଥିେଲ । ଶତାଧିକ ଛାତ୍ରୀ, ଶିକ୍ଷକ, ଶିକ୍ଷୟତ୍ରୀ ଓ ସଦସ୍ୟମାନେ ଯୋଗଦାନ କରି ରମାେଦବୀ ବିଶ୍ବବିଦ୍ୟାଳୟର ଦୁଇ ଦିନିଆ ବାର୍ଷିକ କ୍ରୀଡା ସମାରୋହଟି ଅତ୍ୟନ୍ତ ଆବଶ୍ୟକୀୟ ଏବଂ ଉତ୍ସାହଦାୟୀ ଥିବା ମତ ପ୍ରକାଶ କରିଥିଲେ।