କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ କଳିଙ୍ଗ ଷ୍ଟାଡ଼ିୟମରେ ସ୍ବାଧୀନତା ଦିବସ ପାଳିତ
ଭୁବନେଶ୍ୱର : ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ କଳିଙ୍ଗ ଷ୍ଟାଡ଼ିୟମରେ ପାଳିତ ହୋଇଥିବା ୭୯ତମ ସ୍ବାଧୀନତା ଦିବସରେ ନିର୍ଦ୍ଦେଶକ ଡ.ୟେଦୁଲା ବିଜୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ଅଭିବାଦନ ଗ୍ରହଣ କରିଥିଲେ। ଆଜିର କାର୍ଯ୍ୟକ୍ରମରେ ହକି ପ୍ରମୋସନ କାଉନସିଲ, ଓଡ଼ିଶାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଶ୍ରୀ ଦୀପଙ୍କର ମହାପାତ୍ର, କ୍ରୀଡ଼ା ଓ ଯୁବସେବା ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀ ଅଶୋକ କୁମାର ପଣ୍ଡା ଏବଂ ଶ୍ରୀ ବିଜୟ କୁମାର ସ୍ୱାଇଁ ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ।
On the glorious occasion of our 79th Independence Day, the National Flag was proudly hoisted by the Director Sports, Sri @vijayyeddula in the presence of officials of DSYS and members of the sports ecosystem.
The parade and spirited performances by cadets of HPCs, Sports Hostel… pic.twitter.com/A0N8QeuwQJ
— Odisha Sports (@sports_odisha) August 15, 2025
କାର୍ଯ୍ୟକ୍ରମରେ କଳିଙ୍ଗ ଷ୍ଟାଡ଼ିୟମର ମୁଖ୍ୟ ସୁରକ୍ଷା ଅଧିକାରୀ କର୍ଣ୍ଣେଲ ଏସ.କେ. ପୃଷ୍ଟିଙ୍କ ନେତୃତ୍ୱରେ କ୍ରୀଡା ଛାତ୍ରାବାସ, ସରକାରୀ ଶାରୀରିକ ଶିକ୍ଷା ମହାବିଦ୍ୟାଳୟ (ତମାଣ୍ଡୋ)ର ଛାତ୍ରଛାତ୍ରୀ, ସୁରକ୍ଷା କର୍ମଚାରୀମାନେ ପ୍ରଶଂସନୀୟ ପରେଡ୍ ପ୍ରଦର୍ଶନ କରିଥିଲେ।
— Odisha Sports (@sports_odisha) August 15, 2025
ସ୍ବାଧୀନତା ଦିବସ ପାଳନ ଉପଲକ୍ଷେ ଆୟୋଜିତ ହୋଇଥିବା ରଙ୍ଗୋଲି ଓ ଝୋଟି ପ୍ରତିଯୋଗିତାର ବିଜେତାମାନଙ୍କ ସମେତ ପରେଡ୍ ଓ ସାଂସ୍କୃତିକ କାର୍ଯ୍ୟକ୍ରମର ଅଂଶଗ୍ରହଣକାରୀଙ୍କୁ ଟ୍ରଫି, ମାନପତ୍ର ଓ ପୁରସ୍କାର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା।
On the eve of Independence Day, #KalingaStadium swimmers celebrate with a splash! 🏊♂️#IndependenceDay2025 pic.twitter.com/Uk1C60TLlS
— Odisha Sports (@sports_odisha) August 14, 2025
ଆଜି କଳିଙ୍ଗ ଷ୍ଟାଡିୟମରେ ୭୯ତମ ସ୍ଵାଧୀନତା ଦିବସ ଉପଲକ୍ଷେ ରଙ୍ଗୋଲି ଓ ଝୋଟି ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏହି ପ୍ରତିଯୋଗିତାରେ କନିଷ୍ଠ ବର୍ଗରେ ୭୦ରୁ ଉର୍ଦ୍ଧ୍ବ ଓ ବରିଷ୍ଠ ବର୍ଗରେ ୨୫ରୁ ଅଧିକ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ। ଏଥିରେ କ୍ରୀଡ଼ା ଓ ଯୁବସେବା ବିଭାଗର ଯୁଗ୍ମ ସଚିବ ଶ୍ରୀମତୀ ଗୀତା ଦାସ ଏବଂ ଉପ ସଚିବ ଶ୍ରୀ ପଦ୍ମ ଚରଣ… pic.twitter.com/fACWLP4IoF
— Odisha Sports (@sports_odisha) August 14, 2025