BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ମଧ୍ୟଯୁଗ ପୂର୍ବରୁ ଓଡ଼ିଶାରେ ଗଢ଼ି ଉଠିଥିଲା ନଗର ସଭ୍ୟତା

ଉତ୍କଳ ବିଶ୍ୱବିଦ୍ୟାଳୟରେ ‘ପ୍ରାଚୀନ ଓଡ଼ିଶାରେ ସହରୀକରଣ ଏବଂ ନଗର’ ଆଲୋଚନାଚକ୍ର

ଭୁବନେଶ୍ୱର: ତାମ୍ରଯୁଗ ସମୟରେ ଉତ୍ତର-ପଶ୍ଚିମ ଭାରତରେ ହରପ୍ପା-ମହେଞ୍ଜୋଦାର ପ୍ରଭୃତି ସ୍ଥାନମାନଙ୍କରରେ ପ୍ରଥମ ନଗରମାନ ଗଢ଼ି ଉଠିଥିଲା। ଖ୍ରୀଷ୍ଟପୂର୍ବ ଷଷ୍ଠ ଶତାବ୍ଦୀ ବେଳକୁ ଗଙ୍ଗା ନଦୀ ଅବବାହିକାରେ ପ୍ରାଚୀନ ଭାରତର ଦ୍ୱୀତୀୟ ନଗର ସଭ୍ୟତା ଗଢ଼ି ଉଠିଥିଲା। ମଧ୍ୟ ଯୁଗ ପୂର୍ବରୁ ଓଡ଼ିଶାରେ ତୃତୀୟ ସହରୀକରଣ ବା ନଗର ସଭ୍ୟତା ଗଢ଼ି ଉଠିଥିଲା ବୋଲି ଚଣ୍ଡିଗଡ଼଼ ସ୍ନାତକୋତ୍ତର ସରକାରୀ ମହାବିଦ୍ୟାଳୟର ଇତିହାସ ବିଭାଗ ପ୍ରଫେସର ବେଣୁଧର ପାତ୍ର ପ୍ରକାଶ କରିଛନ୍ତି।

ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରାଚୀନ ଭାରତ ଇତିହାସ, ସଂସ୍କୃତି ଏବଂ ପ୍ରତ୍ନତତ୍ତ୍ୱ ବିଭାଗ ଏବଂ ଇତିହାସ ବିଭାଗର ମିଳିତ ଆନୁକୂଲ୍ୟରେ ‘ପ୍ରାଚୀନ ଓଡ଼ିଶାରେ ସହରୀକରଣ ଏବଂ ନଗର’ ଶୀର୍ଷକ ବକ୍ତୃତାମାଳା ତଥା ଆଲୋଚନାଚକ୍ର କାର୍ଯ୍ୟକ୍ରମରେ ଚଣ୍ଡିଗଡ଼଼ସ୍ଥିତ ସ୍ନାତକୋତ୍ତର ସରକାରୀ ମହାବିଦ୍ୟାଳୟର ଇତିହାସ ବିଭାଗ ପ୍ରଫେସର ବେଣୁଧର ପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରାଚୀନ ଭାରତର ସହରୀକରଣ ଏବଂ ଏହାର ସମୟ ନିର୍ଦ୍ଧାରଣ ଏବଂ ବିଭିନ୍ନ ସମୟରେ ଏହାର କ୍ରମ ବିଭାଗ ଉପରେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରିଥିଲେ।

ପ୍ରଫେସର ଦାସ କହିଥିଲେ ଯେ ଉତ୍ତର ଭାରତ ତଥା ଗଙ୍ଗା ଉପତ୍ୟକାରେ ଉଠିଥିବା ସହକରୀଗଣ ପଛରେ ଉତ୍ତର ପଥ ଏବଂ ଦକ୍ଷିଣ ପଥ ଭାବରେ ଜଣାଶୁଣା ପ୍ରସିଦ୍ଧ ରାଜପଥମାନଙ୍କର ବିଶେଷ ଭୂମିକା ଥିଲା। ସେଭଳି ଭାବରେ ଭାରତର ପୂର୍ବ ଉପକୂଳରେ ଏବଂ ପୂର୍ବ ପଥ ମଧ୍ୟ ରହିଥିଲା; ଯାହା ଐତିହାସିକ ଏବଂ ଗବେଷକମାନଙ୍କ ଦ୍ୱାରା ଏକ ଅନାଲୋଚିତ ବିଷୟ। ଏହି ପୂର୍ବ ପଥଟି ସମଗ୍ର ପୂର୍ବ ଭାରତ ରାଜ୍ୟମାନଙ୍କର ପ୍ରାଚୀନ ବନ୍ଦରସ୍ଥଳି ସହିତ ସଂଯୋଗ କରିଥିଲା। ବିଶେଷ କରି ବୈଦେଶିକ ନୌବାଣିଜ୍ୟ ପ୍ରାଚୀନ ଓଡ଼ିଶାର ସହରକରଣ ଓ ନଗର ଗଢ଼ି ଉଠିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା। ପଶ୍ଚିମ ପ୍ରାନ୍ତର ହୀରାକୁଦ, ସୁବର୍ଣ୍ଣପୂର ପ୍ରଭୃତି ଅଞ୍ଚଳରୁ ହୀରା, ସୁନା ପ୍ରଭୃତି ମୂଲ୍ୟବାନ ଧାତୁ ପଥର ନଦୀ ସମୂହ ଦେଇ ସମୁଦ୍ରକୂଳ ବନ୍ଦରମାନଙ୍କରେ ପହଞ୍ଚୁଥିଲା। ସେଠାରୁ ପ୍ରାଚୀନ ଗ୍ରୀକକୁ ପଠାଯାଉଥିବାର ପ୍ରମାଣ ଐତିହାସିକ ଏବଂ ପୌରାଣିକ ଉତ୍ସରୁ ମିଳେ। ମଧ୍ୟଯୁଗୀୟ ପୂର୍ବକାଳରୁ ଗଢ଼ି ଉଠିଥିବା ଏହି ସହରୀ ସଭ୍ୟତା ପରବର୍ତ୍ତୀ ସମୟରେ ମନ୍ଦିର ମାଳିନୀ ସହର ଭୁବନେଶ୍ୱର, ପୁରୀ, କୋଣାର୍କ, ଯାଜପୁର ଭଳି ପରବର୍ତ୍ତୀ ସମୟର ନଗର ଗଢ଼ି ଉଠିବାରେ ସହାୟକ ହୋଇଥିଲା ବୋଲି ପ୍ରଫେସର ବେଣୁଧର ଦାସ ପ୍ରକାଶ କରିଥିଲେ।

ଏହି ବକ୍ତୃତାମାଳ କାର୍ଯ୍ୟକ୍ରମରେ ଇତିହାସ ବିଭାଗ ମୁଖ୍ୟ ପ୍ରଫେସର ଜୟନ୍ତୀ ଦୋରା ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରାଚୀନ ଭାରତ ଇତିହାସ, ସଂସ୍କୃତି ଏବଂ ପ୍ରତ୍ନତତ୍ତ୍ୱ ବିଭାଗ ପ୍ରଫେସର ସଞ୍ଜୟ ଆଚାର୍ଯ୍ୟ ବିଷୟବସ୍ତୁ ଉପରେ ସମୀକ୍ଷା ଏବଂ ଏହାର ତର୍ଜମା କରିଥିଲେ। ସହକାରୀ ପ୍ରଫେସର ଡ.ଅନାମ ବେହେରା କାର୍ଯ୍ୟକ୍ରମ ସଞ୍ଚାଳନ କରିଥିବାବେଳେ ଡ.ଅଜିତ କୁମାର ସାହୁ ଧନ୍ୟବାଦ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଡ.ସୁଶାନ୍ତ କୁମାର ପାତ୍ର, ରମେଶ ମହନ୍ତ, ଡ.ପାରେଶ୍ୱର ସାହୁ, ଶୁଭଶ୍ରୀ ପାଣିଗ୍ରାହୀ, ରମାକାନ୍ତ ପ୍ରଧାନ ଏବଂ ଜଗନ୍ନାଥ ପ୍ରଥାନ ପ୍ରମୁଖ ଯୋଗଦେଇଥିଲେ। ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରାଚୀନ ଭାରତ ଇତିହାସ, ସଂସ୍କୃତି ଏବଂ ପ୍ରତ୍ନତତ୍ତ୍ୱ ବିଭାଗ ଏବଂ ଇତିହାସ ବିଭାଗର ଗବେଷକ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।