BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଅଲମ୍ପିକ ଭିଲେଜରେ କ୍ରୀଡାବିତ୍ ସେକ୍ସ, ପାର୍ଟି ଓ ସପି° କରିପାରିବେ ନାହିଁ।

ଟୋକିଓ,୪।୨: ଟୋକିଓ ଅଲିମ୍ପିକ୍ସରେ ଭାଗ ନେଉଥିବା କ୍ରୀଡ଼ାବିତ୍‌ଙ୍କ ପାଇଁ ଗାଇଡଲାଇନ ଜାରି ହୋଇଛି। ଅଲିମ୍ପିକ୍ସ ଭିଲେଜରେ କ୍ରୀଡ଼ାବିତମାନେ ସେକ୍ସ, ପାର୍ଟି, ସପିଂ କରିପାରିବେ ନାହିଁ। ଅନ୍ତର୍ଜାତୀୟ ଅଲିମ୍ପିକ୍ସ କମିଟି(ଆଇଓସି) ବୁଧବାର ଏନେଇ ସ୍ପଷ୍ଟ କରିଛି। ସୂଚନା ଯୋଗ୍ୟ, ଟୋକିଓରେ କରୋନା ମହାମାରୀ ଯୋଗୁ ସ୍ଥଗିତ ଥିବା ଅଲିମ୍ପିକ୍ସ ପୁଣି ଆୟୋଜିତ ହେଉଥିବାରୁ ସେଠାକୁ ଯାତ୍ରା କରୁଥିବା ସମସ୍ତ କ୍ରୀଡ଼ାବିତଙ୍କ ପାଇଁ ଏହି ଗାଇଡଲାଇନ୍‌ ଜାରି ହୋଇଛି। କୋଭିଡ୍‌ କଟକଣାକୁ ଦୃଷ୍ଟିରେ ରଖି କ୍ରୀଡ଼ାବିତମାନେ ହାତ ମିଳାଇବା କିମ୍ବା ଆଲିଙ୍ଗନ କରିପାରିବେ ନାହିଁ । କୌଣସି ପ୍ରକାର ଆଲୋଚନା ବେଳେ ପ୍ରତ୍ୟେକ ଖେଳାଳି ୨ ମିଟର ଦୂରତାରେ ଛିଡ଼ା ହୋଇ ରହିବେ। ଏହା ବ୍ୟତୀତ ବିମାନବନ୍ଦରରେ ପହଞ୍ଚିବା ପରେ କୌଣସି କ୍ରୀଡ଼ାବିତ କିଣାକିଣି କରିପାରିବେ ନାହିଁ। ଏପରି କି ରେଷ୍ଟୋରାଣ୍ଟ, ବାର ଯିବାକୁ ବାରଣ କରାଯାଇଛି।