ନୂଆବର୍ଷ ସ୍ଵାଗତ କମିଟି କନ୍ଧମାଳ ପକ୍ଷରୁ ସମାଜସେବୀ ଅଶୋକ ପରିଡା ସମ୍ବର୍ଦ୍ଧିତ
ଫୁଲବାଣୀ: ଇତି ମଧ୍ୟରେ ଇଂରାଜୀ ପୁରୁଣା ବର୍ଷ2025 ବିଦାୟ ନେଇଛି। ଇଂରାଜୀ ନୂଆ ବର୍ଷ 2026 ଧରା ପୣଷ୍ଠରେ ଅବତୀର୍ଣ୍ଟ ହୋଇଛି। ପୁରୁଣା ବର୍ଷକୁ ବିଦାୟ ଓ ଇଂରାଜୀ ନବବର୍ଷକୁ ସ୍ୱାଗତ ପାଇଁ ନବ ବର୍ଷ ସ୍ଵାଗତ କମିଟି କନ୍ଧମାଳ ପକ୍ଷରୁ ଗାନ୍ଧୀ ସଭାଗୃହ ଠାରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି।
ନବବର୍ଷ ସ୍ୱାଗତ କମିଟି କନ୍ଧମାଳ ପକ୍ଷରୁ ସମାଜ ସେବାରେ ଆଜୀବନ ଅତିବାହିତ କରିଥିବା ବରିଷ୍ଠ ସାମାଜିକ କର୍ମୀ ଅଶୋକ ପରିଡାଙ୍କୁ ମଞ୍ଚରେ ସମ୍ବର୍ଦ୍ଧିତ କରାଯାଇଛି।କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କନ୍ଧମାଳ ସିଡିଏମଓ ଡ ସନ୍ତେଷ କୁମାର ପାଢୀ, ସମ୍ମାନୀତ ଅତିଥି ଭାବେ ଡୁଡାର ପ୍ରକଳ୍ପ ନିର୍ଦେଶକ ପ୍ରବୀଣ କୁମାର ବାଣୁଆ ଓ ପିଏ, ଆଇଟିଡିଏ ଗଦାଧର ପାତ୍ର, କମିଟି ଅଧ୍ୟକ୍ଷ ସୁନିଲ ପଟ୍ଟନାୟକ ଉପସ୍ଥିତ ରହି ଶ୍ରୀ ଅଶୋକ ପରିଡାଙ୍କୁ ପୁଷ୍ପଗୁଛ, ଉପଢୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ।
ଶ୍ରୀ ପରିଡାଙ୍କ ଆନ୍ତରିକ ନିଷ୍ଠାପର ଉଦ୍ୟମ, ସକାରାତ୍ମକ ମାନସିକତା ଓ ନିର୍ଭୀକ କର୍ତ୍ତବ୍ୟ ନିଷ୍ଠାର ଭୂୟଶୀ ପ୍ରଶଂସା କରିଥିଲେ।ଅଭାବୀ, ଅବହେଳିତ ଓ ପଛୁଆବର୍ଗଙ୍କ ଉତ୍ଥାନ ପାଇଁ ଶ୍ରୀ ଅଶୋକ ପରିଡାଙ୍କ ଉଦ୍ୟମ ଅତ୍ୟନ୍ତ ମହତ୍ବପୂର୍ଣ୍ଣ। ତାଙ୍କର ଏହି ସାମାଜିକ କାର୍ଯ୍ୟ ପାଇଁ ଜିଲାରେ ଏକ ସ୍ଵତନ୍ତ୍ର ପରିଚୟ ରହିଛି।
ଏହି ଅବସରରେ ସାମ୍ବାଦିକତା କ୍ଷେତ୍ରରେ ବରିଷ୍ଠ ସାମ୍ବାଦିକ ଭାବେ ଡ ଅରୂପ କୁମାର ଜେନାଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ।ବହୁ କବି ଲେଖକ,ଶିକ୍ଷାନୁଷ୍ଠାନ ଓ ବ୍ୟବସାୟୀଙ୍କୁ ମଞ୍ଚରେ ସମ୍ମାନୀତ କରାଯାଇଥିଲା।ଏହି ରଙ୍ଗାରଙ୍ଗ କାର୍ଯ୍ୟକ୍ରମକୁ ବିଜୟକୣଷ୍ଣ ପଟନାୟକ,ସୁଜିତ ବେହେରା, ପ୍ରଶାନ୍ତ କୁମାର ବେହେରା, ଅଶୋକ କୁମାର ପ୍ରଧାନ, ପ୍ରଶନ୍ନ ସ୍ଵାଇ, ଅଶୋକ ମହାନ୍ତି ପ୍ରମୁଖ ଆୟୋଜନ କରିଥିଲେ।