BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ପୁଣି ସୋସିଆଲ ଆପ ଡାଉନ କ୍ଷମା ମାଗିଲା ଫେସବୁକ୍

ନୂଆଦିଲ୍ଲୀ,୯ ।୧୦: ଇନଷ୍ଟାଗ୍ରାମ, ଫେସବୁକ ଆଦି ଡାଉନ ହେବାର ଏକ ସପ୍ତାହ ମଧ୍ୟରେ ଏହା ପୁଣିଥରେ ଡାଉନ୍ ହୋଇଛି । କେତେଜଣ ୟୁଜର୍ସ ଫଟୋ ଶେୟାରିଂ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଫଟୋ ଶେୟାର କରି ପାରୁ ନାହାନ୍ତି । ରାତି ପ୍ରାୟ ୧୨ଟାରୁ ଏକ ଘଣ୍ଟା ପର୍ଯ୍ୟନ୍ତ ଏହି ସୋସିଆଲ ମିଡିଆ ଡାଉନ୍ ହୋଇ ଯାଇଥିବା କୁହାଯାଉଛି । ସର୍ଭର ଡାଉନ କାରଣରୁ ଫେସବୁକ ଓ ଇନଷ୍ଟାଗ୍ରାମ କିଛି ସମୟ ପାଇଁ ବନ୍ଦ ହୋଇଯାଇଥିଲା । ଯାହା ଫଳରେ କେତେକ ୟୁଜର୍ସ ଅସୁବିଧାର ସମ୍ମୁଖିନ ହୋଇଥିଲେ । ହେଲେ ଏବେ ଏହା ଠିକ୍‌ଠାକ୍ ଚାଲିଛି । ଏଭଳି ଅସୁବିଧା ପାଇଁ କମ୍ପାନୀ ପକ୍ଷରୁ ଦୁଃଖ ପ୍ରକାଶ କରାଯାଇଛି । ଫେସବୁକ ପକ୍ଷରୁ ଟୁଇଟ୍ କରି କୁହାଯାଇଥିଲା କି ଆମର ଆପ୍ସ ଓ ୱେବସାଇଟ ପର୍ଯ୍ୟନ୍ତ ପହଞ୍ଚିବାକୁ ସମସ୍ୟା ହେଉଛି । ଯଦି ଆପଣ ଆମ ଆପ ବ୍ୟବହାର କରିପାରୁ ନାହାନ୍ତି ସେଥିପାଇଁ କମ୍ପାନୀ ଦୁଃଖିତ । ଏବେ ସମସ୍ୟାର ସମାଧାନ ହୋଇଯାଇଛି । ଏଥର ବି ଆପଣମାନେ ଧୈର୍ଯ୍ୟର ସହ ଅପେକ୍ଷା କରିଥିବାରୁ ଧନ୍ୟବାଦ । ସେହିପରି ଇନଷ୍ଟ୍ରାଗ୍ରାମ ବି ଅନିର୍ବାର୍ଯ୍ୟ ତ୍ରୁଟି ଯୋଗୁ ଦୁଃଖ ପ୍ରକାଶ କରିଛି ।