BREAKING
‘ଯୁଧିଷ୍ଠିର ଥିଏଟର’ର ଦ୍ୱିତୀୟ ବାର୍ଷିକ ନାଟ୍ୟୋତ୍ସବରେ ମଞ୍ଚସ୍ଥ ହେଲା ‘ଶୁକ ଶାରୀ କଥା’ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର

ଶ୍ରୀକ୍ଷେତ୍ରରେ ସ୍ନାନଯାତ୍ରା: ଶ୍ରୀଜିଉଙ୍କ ଶୀତଳ ସ୍ନାନ, ଅଣସର ଆରମ୍ଭ

ପୁରୀ: ଶ୍ରୀକ୍ଷେତ୍ରରେ ସ୍ନାନଯାତ୍ରା ଅବସରରେ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଚକ୍ରସୁଦର୍ଶନଙ୍କୁ ଧାଡି ପହଣ୍ଡିରେ ସ୍ନାନବେଦୀକୁ ଆଣାଯାଇ ମହାସ୍ନାନ କରାଯାଇଛି।

ପ୍ରଥମେ ଚକ୍ରସୁଦର୍ଶନ, ପରେ ବଳଭଦ୍ର, ଦେବୀ ସୁଭଦ୍ରା ଓ ଶେଷରେ ଶ୍ରୀଜଗନ୍ନାଥ ବିଜେ କରିଛନ୍ତି। ଏହି ପବିତ୍ର ଦିନକୁ “ଦେବସ୍ନାନ ପୂର୍ଣ୍ଣିମା” ବୋଲି କୁହାଯାଏ, ଯାହା ଜ୍ୟେଷ୍ଠ ମାସର ପୂର୍ଣ୍ଣିମା ତିଥିରେ ପାଳନ କରାଯାଏ।

୧୦୮ ଘଡ଼ା ଅଭିମନ୍ତ୍ରିତ ଜଳ ଓ ଔଷଧ ମିଶ୍ରଣରେ ଠାକୁରମାନେ ସ୍ନାନ କରନ୍ତି — ଯଥା ୩୫ ଗରା ଜଳରେ ଶ୍ରୀଜଗନ୍ନାଥ, ୩୩ ଗରାରେ ବଳଭଦ୍ର, ୨୨ ଗରାରେ ସୁଭଦ୍ରା ଓ ୧୮ ଗରାରେ ସୁଦର୍ଶନଙ୍କୁ ସ୍ନାନ ଦିଆଯାଏ।

ଏହି ଦିନ ଠାକୁରମାନେ ଗଜାନନ ବେଶ ଧାରଣ କରନ୍ତି। ବେଶ ପାଇଁ ରାଘବଦାସ ଓ ଗୋପାଳତୀର୍ଥ ମଠରୁ ପୂଜାସାମଗ୍ରୀ ପ୍ରଦାନ କରାଯାଏ। ସ୍ନାନପରେ ପହଣ୍ଡିରେ ଠାକୁରମାନେ ଶ୍ରୀମନ୍ଦିରକୁ ଫେରନ୍ତି ଓ ଅଣସର ଗୃହକୁ ବିଜେ କରନ୍ତି।

ଏହାପରେ ଆରମ୍ଭ ହୁଏ ଠାକୁରଙ୍କ “ଅଣସର”— ଏକ ପ୍ରାଚୀନ ପରମ୍ପରା ଯେଉଁଥିରେ ୧୫ ଦିନ ପର୍ଯ୍ୟନ୍ତ ଠାକୁରମାନେ ଅଶୁସ୍ଥ ରହନ୍ତି ବୋଲି ବିଶ୍ୱାସ କରାଯାଏ। ଏହି ଦିନମାନେ ଭିତରେ ତାଟି ଲାଗି ଦର୍ଶନ ବନ୍ଦ ଥାଏ। ଭକ୍ତମାନେ ଏହି ସମୟରେ ବ୍ରହ୍ମଗିରି ଅଲାରନାଥଙ୍କ ଦର୍ଶନ କରି ନିଜ ଆସ୍ଥା ପ୍ରକାଶ କରନ୍ତି।

ପୁରୀ ସହର ସମ୍ପୂର୍ଣ୍ଣ ଭାବେ ଏହି ଦିନ ଶ୍ରୀଜଗନ୍ନାଥ ଭକ୍ତିରେ ଏକାତ୍ମତା ଅନୁଭବ କରୁଛି। ଘଣ୍ଟ ,ଶଙ୍ଖଓ ହରିନାମ ସଙ୍କୀର୍ତ୍ତନ ମଧ୍ୟରେ ଉତ୍ସବ ପାଳିତ ହେଉଛି।

 

ରିପୋର୍ଟ: ଶୁଭସ୍ମିତା ପ୍ରଧାନ