BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଏକ ମିନିଟର ପରୀକ୍ଷାରେ ଜାଣି ପାରିବେ ଆପଣ କରୋନା ଆକ୍ରାନ୍ତ କି ନାହିଁ।

ସିଙ୍ଗାପୁର,୨୫।୫:  ଜଣେ କରୋନାରେ ଆକ୍ରାନ୍ତ ହୋଇଛନ୍ତି କି ନାହିଁ ଏବେ ତାହା ମାତ୍ର ଏକ ମିନିଟ୍‌ ମଧ୍ୟରେ ସହଜରେ ଜଣାପଡ଼ିଯିବ। ସିଙ୍ଗାପୁର ବିଶ୍ୱବିଦ୍ୟାଳୟର ୩ ଜଣ ଗ୍ରାଜୁଏଟ୍‌ ଶିକ୍ଷାର୍ଥୀ ଏବଂ ଜଣେ ମୂଳ ଭାରତୀୟ ପ୍ରଫେସର ଟି. ଭେଙ୍କେୟା ଭେଙ୍କଟେସାନ୍‌ଙ୍କ ମିଳିତ ଉଦ୍ୟମରେ ଏକ ବ୍ରେଥ୍‌ ଟେଷ୍ଟ୍‌ ସିଷ୍ଟମ ଉପକରଣ ତିଆରି କରିଛନ୍ତି। ଏହାକୁ ତିଆରି କରିବା ଲାଗି ବ୍ରେଥୋନିକ୍ସ୍‌ ନାମକ ଏକ ଷ୍ଟାର୍ଟ ଅପ୍‌ ପକ୍ଷରୁ ଆବଶ୍ୟକ ସହାୟତା ଯୋଗାଇ ଦିଆଯାଇଛି। ଏହି ଉପକରଣରେ କରୋନା ଟେଷ୍ଟ୍‌ ପାଇଁ ଫୁଙ୍କିବାକୁ ପଡ଼ିବ। ଏହାଦ୍ୱାରା ନିଶ୍ୱାସରେ ଥିବା କଣିକା ମେସିନ୍‌ ମଧ୍ୟରେ ପ୍ରବେଶ କରିଥାଏ। କଣିକା ମଧ୍ୟରେ କରୋନା ଭୂତାଣୁ ଥିଲେ ଏହା ସହଜରେ ଜଣାପଡ଼ିଥାଏ। ଏହାଦ୍ୱାରା ୯୩ ପ୍ରତିଶତ ସଫଳତାର ସହିତ କରୋନା ଟେଷ୍ଟ୍‌ କରାଯାଇ ପାରୁଥିବା ପ୍ରଫେସର ଭେଙ୍କଟେସାନ୍‌ କହିଛନ୍ତି। ଏହି ଉପକରଣକୁ କରୋନା ଟେଷ୍ଟ୍‌ ଲାଗି ସ୍ଥାନୀୟ ପ୍ରଶାସନ ପକ୍ଷରୁ ଅସ୍ଥାୟୀ ଭାବେ ଅନୁମତି ମିଳିଛି।