BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ରାଜଭବନରେ ଅନ୍ୟରାଜ୍ୟର ପ୍ରତିଷ୍ଠା ଦିବସ ପାଳନ ବିବିଧତାରେ ଏକତାର ବନ୍ଧନକୁ ସୁଦୃଢ଼ କରୁଛି – ରାଜ୍ୟପାଳ

ରାଜଭବନରେ ସିକିମ ରାଜ୍ୟର ପ୍ରତିଷ୍ଠା ଦିବସ ପାଳିତ

ଭୁବନେଶ୍ୱର: ରାଜଭବନରେ ଅନ୍ୟ ରାଜ୍ୟର ପ୍ରତିଷ୍ଠା ଦିବସ ପାଳନ ବିବିଧତାରେ ଏକତାର ବନ୍ଧନକୁ ସୁଦୃଢ଼ କରୁଛି ବୋଲି ମାନ୍ୟବର ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍ପାଟି କହିଛନ୍ତି। ଚଳିତ ମଇ ୧୬ ତାରିଖରେ ରାଜଭବନର ନ୍ୟୁ ଅଭିଷେକ ହଲ୍ଠାରେ ସିକିମ୍ ରାଜ୍ୟର ପ୍ରତିଷ୍ଠା ଦିବସ ପାଳନ ଅବସରରେ ଆୟୋଜିତ ସମାରୋହରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ରାଜ୍ୟପାଳ ଏହା କହିଛନ୍ତି। ଏହି ଅବସରରେ ସିକିମ ରାଜ୍ୟର ଅଧିବାସୀମାନଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇ ରାଜ୍ୟପାଳ କହିଥିଲେ ଯେ ଏ ପ୍ରକାର କାର୍ଯ୍ୟକ୍ରମ ମାନ୍ୟବର ରାଷ୍ଟ୍ରପତି ଏବଂ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପରିକଳ୍ପିତ “ଏକ ଭାରତ – ଶ୍ରେଷ୍ଠ ଭାରତ” ଭାବନାକୁ ଅଧିକ ଋଦ୍ଧିମନ୍ତ କରୁଛି। ଆମକୁ ଏକତାର ସୂତ୍ରରେ ବାନ୍ଧିଥିବା ଏବଂ ବିବିଧତାକୁ ସମ୍ମାନ ଜଣାଇ ଅନ୍ୟ ରାଜ୍ୟର ପ୍ରତିଷ୍ଠା ଦିବସ ପାଳନ ପରଂପରାର ସଂରକ୍ଷକ ଭାବେ ରାଜଭବନ ଗର୍ବ ଅନୁଭବ କରେ।

ରାଜ୍ୟପାଳ କହିଥିଲେ ଯେ, ୫୦ ବର୍ଷ ପୂର୍ବେ ୧୯୭୫ ମସିହା ମଇ ୧୬ ତାରିଖ ଦିନ ଭାରତର ୨୨ତମ ରାଜ୍ୟ ଭାବେ ଗଠିତ ହୋଇଥିବା ସିକିମର ଦେଶ ପ୍ରତି ମହାନ ଅବଦାନ ରହିଛି। ସିକିମ ହିମାଳୟ କୋଳରେ କେବଳ ଏକ ଭୌଗଳିକ ଅଞ୍ଚଳ ନୁହେଁ ବରଂ ଦେଶର ସୁରକ୍ଷା ଦୃଷ୍ଟି କୋଣରୁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳ। ସିକିମ୍ ଏହାର ମନୋରମ ସୌନ୍ଦର୍ଯ୍ୟ ପାଇଁ ପ୍ରସିଦ୍ଧ। ଶୋଭନୀୟ କାଂଚନଜଙ୍ଗା ଗିରିଶୃଙ୍ଗ, ଗ୍ଲାସିୟର, ମନୋରମ ହ୍ରଦ ଏବଂ ଜୀବନ୍ତ ସାଂସ୍କୃତି ଐତିହ୍ୟ, ଅନନ୍ୟ ବନ୍ୟ ଫୁଲ, ହିମାଳୟ ପ୍ରାଣୀ ଉଦ୍ୟାନ ସମେତ ବିବିଧ ଉଦ୍ଭିଦ ପାଇଁ ସିକିମ ପ୍ରସିଦ୍ଧ। ଟ୍ରେକିଂ, ଦୁଃସାହସିକ କାର୍ଯ୍ୟକଳାପ ପାଇଁ ମଧ୍ୟ ଏହା ପର୍ଯ୍ୟଟକ / ଆଗନ୍ତୁକମାନଙ୍କୁ ଆକୃଷ୍ଟ କରେ। ସଂସ୍କୃତି, ଐତିହ୍ୟ, ପରମ୍ପରା, କଳାତ୍ମକ ଉତ୍କୃଷ୍ଟତା ଏବଂ ଗଭୀର ମୂଲ୍ୟବୋଧର ଗନ୍ତାଘର ସିକିମ। ସିକିମର ଅଧିବାସୀମାନେ ସେମାନଙ୍କର ଉଲ୍ଲେଖନୀୟ ଶୃଙ୍ଖଳା ଭାବନା, ପ୍ରକୃତି ପ୍ରତି ସମ୍ମାନ ଏବଂ ପ୍ରଗତି ପାଇଁ ପ୍ରତିବଦ୍ଧତା ସହିତ ଦେଶର ଅଭିବୃଦ୍ଧିରେ ମହନୀୟ ଅବଦାନ ରଖିଛନ୍ତି ବୋଲି ରାଜ୍ୟପାଳ କହିଥିଲେ।

ପୁଣି ରାଜ୍ୟପାଳ କହିଥିଲେ ଯେ, ଓଡିଶା ଏବଂ ସିକିମ ଉଭୟ ରାଜ୍ୟ ଭୌଗଳିକ ସ୍ଥିତି, ସଂସ୍କୃତି ଓ ପରଂପରା, ଐତିହ୍ୟ ଦୃଷ୍ଟିରୁ ପୃଥକ ହେଲେ ମଧ୍ୟ ଓଡିଶାରେ ରହୁଥିବା ସିକିମର ଲୋକମାନେ ଓଡିଶାକୁ ଦ୍ୱିତୀୟ ଘର ବୋଲି ବିବେଚନା କରନ୍ତି। ସିକିମର ଅନେକ ଛାତ୍ରଛାତ୍ରୀ ଓଡିଶାରେ ଶିକ୍ଷା ଲାଭ କରୁଛନ୍ତି, କ୍ୟାରିଅର ଗଢ଼ୁଛନ୍ତି ଏବଂ ଓଡିଶାର ବୌଦ୍ଧିକ ଏବଂ ସାଂସ୍କୃତିକ ସମୃଦ୍ଧିରେ ଯୋଗଦାନ ଦେଇଛନ୍ତି। ଓଡିଶାରେ ସିକିମ ରାଜ୍ୟର ଅଧିବାସୀଙ୍କ ଉପସ୍ଥିତି ଏକ ଭାରତ – ଶ୍ରେଷ୍ଠ ଭାରତର ସାରମର୍ମକୁ ପ୍ରତିଫଳିତ କରୁଛି ବୋଲି ରାଜ୍ୟପାଳ କହିଥିଲେ। ଏହି କାର୍ଯ୍ୟକ୍ରମରେ ଓଡିଶାର ମାନ୍ୟବର ଫାଷ୍ଟ ଲେଡି ଶ୍ରୀମତୀ ଜୟଶ୍ରୀ କମ୍ଭମ୍ପାଟି ଉପସ୍ଥିତ ଥିଲେ। ଏହି ଅବସରରେ ସିକିମର ମାନ୍ୟବର ରାଜ୍ୟପାଳ ଓମ୍ ପ୍ରକାଶ ମାଥୁରଙ୍କ ଭିଡିଓ ବାର୍ତ୍ତା ପ୍ରଦର୍ଶିତ ହୋଇଥିଲା।

ପ୍ରାରମ୍ଭରେ ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ଏନ୍.ବି.ଏସ୍ ରାଜପୁତ ପ୍ରାରମ୍ଭିକ ସୂଚନା ପ୍ରଦାନ କରି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସଂପର୍କରେ ଆଲୋକପାତ କରିଥିଲେ। ଏହି ସମାରୋହରେ ଓଡିଶାରେ ରହୁଥିବା ସିକିମ ରାଜ୍ୟର ମୂଳ ବାସିନ୍ଦା ନିଜ ରାଜ୍ୟର ମହିମା ଓ ବିଶେଷତ୍ୱ ଓ ଓଡିଶା ସହିତ ତାଙ୍କର ସଂପର୍କ ଓ ଉପଲବ୍ଧି ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ଅବସରରେ ବିଭିନ୍ନ ଅନୁଷ୍ଠାନ ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶିତ ହୋଇଥିଲା।