BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଶ୍ରୀ କ୍ରିଷ୍ଣା ଇଣ୍ଟରନ୍ୟାସନାଲ ସ୍କୁଲରେ ୭୭ତମ ସ୍ୱାଧୀନତା ଦିବସ ପାଳିତ

ଭୁବନେଶ୍ୱର : ଭୁବନେଶ୍ୱର ଉପକଣ୍ଠ ମଳିପଡା ସ୍ଥିତ ଶ୍ରୀ କ୍ରିଷ୍ଣା ଇଣ୍ଟରନ୍ୟାସନାଲ ସ୍କୁଲରେ ୭୭ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ପୂର୍ବତନ ପୋଲିସ ଡି ଜି ସଞ୍ଜିବ ମାରିକ ଯୋଗଦେଇ ପତାକା ଉତ୍ତୋଲନ କରିଥିଲେ । ଇତିହାସରୁ ଆଜିଯାଏ ଭାରତର ସ୍ୱତନ୍ତ୍ରତା, ସାର୍ବଭୌମତା ଓ ଗଣତାନ୍ତ୍ରିକ ଅଖଣ୍ଡତା ଉପରେ ଆଲୋକପାତ କରିଥିଲେ । ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଡିସିପି କିଶୋର କୁମାର ପାଟ୍ଟଶାଣୀ, ଅବସରପ୍ରାପ୍ତ ଶିକ୍ଷକ ଜଲିଲ ଖାଁ, ବିଦ୍ୟାଳୟର ଚେୟାରମ୍ୟାନ୍ ପବିତ୍ର କୁମାର ରାଉତରାୟ ପ୍ରମୁଖ ଯୋଗଦେଇ ସ୍ୱାଧୀନତା ଆଣିବା ପାଇଁ ମହାମନିଷୀ ମାନଙ୍କ ବଳିଦାନ ଓ ଅବଦାନ ସମ୍ବଦ୍ଧରେ କହିଥିଲେ । ଛାତ୍ରଛାତ୍ରୀମାନେ ଭଲ ପାଠ ପଢି ଦେଶମାତୃକାର ସେବା କରିବା ସହ ଜଣେ ଜଣେ ସଫଳ ନାଗରିକ ହେବା ପାଇଁ ପରାମର୍ଶ ଦେଇଥିଲେ । ଏହି ମହୋତ୍ସବରେ ସ୍କୁଲର ଛାତ୍ରଛାତ୍ରୀମାନେ ବିଭିନ୍ନ ପ୍ରକାର ପରେଡ, ନାଚଗୀତ, କ୍ଷୁଦ୍ର ନାଟକ ପ୍ରଦର୍ଶନ କରିଥିଲେ । ଏହା ମଧ୍ୟରେ ଅଶ୍ୱ ଉପରେ ପ୍ରଦର୍ଶିତ ପରେଡ ବେଶ୍ ଚିତ୍ତାକର୍ଷକ ହୋଇଥିଲା । ଅଧ୍ୟକ୍ଷା ନମ୍ରତା ସିଂ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲାବେଳେ କବିନ୍ଦ୍ର ଦାଶ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।