BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ସରକାର ୨୦୩୬ ସୁଦ୍ଧା ଓଡ଼ିଶାକୁ ଏକ ସମୃଦ୍ଧ ଏବଂ ବିକଶିତ ରାଜ୍ୟରେ ପରିଣତ କରିବା ପାଇଁ ଏକ ଉଚ୍ଚାଭିଳାଷୀ ସଂକଳ୍ପ ନେଇଛନ୍ତି-ମୁଖ୍ୟମନ୍ତ୍ରୀ

ମନ୍ତ୍ରୀ ପରିଷଦଙ୍କ ସପ୍ତମ ବୈଠକ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ମନ୍ତ୍ରୀ ପରିଷଦଙ୍କ ସପ୍ତମ ବୈଠକ  ଆଜିଲୋକ ସେବା ଭବନ ଠାରେ ଅନୁଷ୍ଠିତ  ହୋଇଯାଇଛି। ଏହି ବୈଠକରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ କନକ ବର୍ଦ୍ଧନ ସିଂହ ଦେଓ , ମାନ୍ୟବର ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା, ମନ୍ତ୍ରୀ ପରିଷଦର ସମସ୍ତ ସଦସ୍ୟଗଣ, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର ଓ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଅନ୍ୟ ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ, କମିଶନର ଓ ଶାସନ ସଚିବ ଏବଂ  ବରିଷ୍ଠ ଅଧିକାରୀ ଉପସ୍ଥିତ ରହିଥିଲେ ।

ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣରେ କହିଥିଲେ ଯେ, ରାଜ୍ୟ ଗଠନର ଶତବାର୍ଷିକୀ ପାଳନ ଅବସରରେ ସରକାର ୨୦୩୬ ସୁଦ୍ଧା ଓଡ଼ିଶାକୁ ଏକ ସମୃଦ୍ଧ ଏବଂ ବିକଶିତ ରାଜ୍ୟରେ ପରିଣତ କରିବା ପାଇଁ ଏକ ଉଚ୍ଚାଭିଳାଷୀ ସଂକଳ୍ପ ନେଇଛନ୍ତି । ୨୦୪୭ ସୁଦ୍ଧା ଆମ ଦେଶକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବାର ଲକ୍ଷ୍ୟ ହାସଲ ଦିଗରେ ମଧ୍ୟ ଏହା ସହାୟକ ହେବ ।ଯଶସ୍ଵୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଙ୍କ ମାର୍ଗଦର୍ଶନଏବଂ ନୀତି ଆୟୋଗଙ୍କ ସହଯୋଗରେ ସରକାର ଅଗଷ୍ଟ ୨୦୨୪ ଠାରୁ ‘ଓଡ଼ିଶା ଭିଜନ ୨୦୩୬ ଓ ୨୦୪୭’ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି।  ଅନ୍ତର୍ଭୁକ୍ତି,ସମୃଦ୍ଧି ଓ ସମ୍ପନ୍ନତା ଏହି ଭିଜନ ଦସ୍ତାବିଜ ର ଆଧାର ।

୨୦୪୭ସୁଦ୍ଧା୧.୫ଟ୍ରିଲିୟନଆମେରିକୀୟ ଡଲାର  ମୂଲ୍ୟର ଜିଏସଡିପିବା  ରାଜ୍ୟ ସାମଗ୍ରିକ ଘରୋଇ ଉତ୍ପାଦ ଲକ୍ଷ୍ଯ ହାସଲକରିବାଏବଂଭାରତରଜିଡିପିର୫% ଅଂଶଦାରହେବାପାଇଁଓଡିଶାଏପର୍ଯ୍ୟନ୍ତହାସଲକରିଥିବାଅର୍ଥନୈତିକଅଭିବୃଦ୍ଧି ହାର କୁଅତିକ୍ରମକରିବା ସହ ଏହାକୁ ଦ୍ରୁତତର କରିବା ଆବଶ୍ୟକ ।ସେ କହିଥିଲେ ଯେ  ଏହା  ଆମ ପାଇଁ ଏକ ଆହ୍ବାନ ଓ ସୁଯୋଗ । ସହଯୋଗୀପରିବେଶ, ସରକାରୀ-ବେସରକାରୀନିବେଶ, କାର୍ଯ୍ୟାନ୍ୱୟନଜନିତସହାୟତା ଓ ପ୍ରଯୁକ୍ତିବିଦ୍ୟାମାଧ୍ୟମରେ ସମନ୍ୱୟବ୍ୟବସ୍ଥା ସହ ଏହି ଲକ୍ଷ୍ଯ ହାସଲ ହୋଇପାରିବ ।୨୦୩୬ ସୁଦ୍ଧା ପ୍ରମୁଖ କ୍ଷେତ୍ରଗୁଡ଼ିକରେ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପକାଇବା ପାଇଁ ଲକ୍ଷ୍ୟ ରଖାଯାଇଥିବା ୩୬ଟି ସର୍ବୋଚ୍ଚ ପ୍ରାଥମିକ କାର୍ଯ୍ୟକ୍ରମ ଚିହ୍ନଟ କରି ଏକ ରଣନୈତିକ ପଦକ୍ଷେପ ୩୬ ପାଇଁ ୩୬ଆରମ୍ଭ କରି ଓଡ଼ିଶାର ଅଭିବୃଦ୍ଧିର ପରିବର୍ତ୍ତନ ଯାତ୍ରାକୁ ତ୍ୱରାନ୍ୱିତ କରାଯିବ।

ମନ୍ତ୍ରୀପରିଷଦଙ୍କସୁଚିନ୍ତିତପରାମର୍ଶଓମାର୍ଗଦର୍ଶନଦ୍ଵାରାଚିଠାକୁ ଚୂଡ଼ାନ୍ତରୂପଦେବାସମ୍ଭବହେବ, ଏବଂତଦନୁଯାୟୀସେଥିରେସ୍ଥାନିତଲକ୍ଷ୍ୟଗୁଡିକରସଫଳ ରୂପାୟନପାଇଁଏକକାର୍ଯ୍ୟାନ୍ବୟନଖସଡାପ୍ରସ୍ତୁତକରାଯାଇପାରିବବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ କହିଥିଲେ।

ଏହି ବୈଠକ ରେଦ୍ରୁତ ଅର୍ଥନୈତିକ ଅଭିବୃଦ୍ଧିହାର ହାସଲ କରିବାକୁ ରପ୍ତାନୀ ଭିତ୍ତିକ ଉତ୍ପାଦନର ଆବଶ୍ୟକତା ଓବିଭିନ୍ନନିୟମାବଳୀର ଅନୁପାଳନ ଓ ସରକାରୀ ନିୟନ୍ତ୍ରଣ ର ପ୍ରତିବନ୍ଧକ ହ୍ରାସ ସମ୍ବନ୍ଧରେ ମୁଖ୍ୟଶାସନ ସଚିବ ଶ୍ରୀଯୁକ୍ତମନୋଜ ଆହୁଜା ସୂଚନା ପ୍ରଦାନ କରିଥିଲେ  । ତତ୍ପରେଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଏବଂ ୬ ଟିସଚିବ ସ୍ତରୀୟ କ୍ଷେତ୍ରୀୟ ଗୋଷ୍ଠୀର ସଦସ୍ୟ ମାନେ ଭିଜନ ଦସ୍ତାବିଜର ବିଭିନ୍ନ ଦିଗ ଓ ଲକ୍ଷ୍ଯ ସହ ୩୬ ପାଇଁ ୩୬ଗୁରୁତ୍ୱପୂର୍ଣ୍ଣ ପ୍ରାଥମିକତା ଗୁଡିକୁ ମିଳିତ ଭାବେ ଉପସ୍ଥାପନା କରିଥିଲେ ।

ମୁଖ୍ୟମନ୍ତ୍ରୀ ଭିତ୍ତିଭୂମି କ୍ଷେତ୍ରକୁ ଅଧିକ ପ୍ରାଥମିକତା ଦେବାର ଆବଶ୍ୟକତା ସମ୍ବନ୍ଧରେ ଗୁରୁତ୍ବାରୋପ କରିବା ସହ  ରାସ୍ତା, ରେଳପଥ, ବନ୍ଦର ଓ ବିମାନ ଯୋଗାଯୋଗ ବ୍ୟବସ୍ଥା ର ସମ୍ପ୍ରସାରଣ ପାଇଁ ସ୍ଵତନ୍ତ୍ର ଯୋଜନା ପ୍ରଣୟନ ନିମନ୍ତେ ପରାମର୍ଶ ଦେଇଥିଲେ । ଏହି ଆଲୋଚନାରେଉପମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ କନକ ବର୍ଦ୍ଧନ ସିଂହ ଦେଓ, ରାଜସ୍ବ ମନ୍ତ୍ରୀ ଶ୍ରୀଯୁକ୍ତ  ସୁରେଶ ପୂଜାରୀ, ପଞ୍ଚାୟତିରାଜ  ଓ ପାନୀୟଜଳ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀଯୁକ୍ତ ରବିନାରାୟଣ ନାୟକ,ପୂର୍ତ୍ତ, ଆଇନ ଓ ଅବକାରୀ ମନ୍ତ୍ରୀ

ପୃଥ୍ବୀରାଜ  ହରିଚନ୍ଦନ, ଯୋଗାଣ ଓ ଖାଦ୍ଯ ସୁରକ୍ଷା ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟାମନ୍ତ୍ରୀ ମୁକେଶ ମହାଲିଙ୍ଗ, ଗୃହ ଓ ନଗର ଉନ୍ନୟନ, ସାଧାରଣ ଉଦ୍ଯୋଗ  ମନ୍ତ୍ରୀ ଡ଼. କୃଷ୍ଣ ଚନ୍ଦ୍ର ମହାପାତ୍ର ବିଦ୍ୟାଳୟ ଓ ଗଣ ଶିକ୍ଷା, ଅନୁସୂଚିତ ଜନଜାତି ଓ  ଅନୁସୂଚିତ ଜାତି ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ  ଓ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶରାମ ସିଂଖୁଣ୍ଟିଆ ପ୍ରମୁଖ ସକ୍ରିୟ ଅଂଶଗ୍ରହଣ କରିବା ସହ ନିଜ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ।

ବୈଠକରେ ସ୍ଥିର ହୋଇଥିଲା ଯେ, ଆଗାମୀ ୧୫  ଦିନ ମଧ୍ୟରେ ‘ଓଡ଼ିଶାଭିଜନ୨୦୩୬ଓ୨୦୪୭ ଉପରେ ରାଜ୍ୟର ୪ ଟି ସ୍ଥାନରେ ଆଞ୍ଚଳିକ କର୍ମଶାଳା ଅନୁଷ୍ଠିତ କରାଯିବ ସହ  ବିଭିନ୍ନ ସ୍ତରରେ ଜନ ପ୍ରତିନିଧି, ଜନସାଧାରଣ, ନାଗରିକ ସମାଜ, ବୁଦ୍ଧିଜୀବୀ ଙ୍କ ସହିତ ବିଚାରବିମର୍ଶ କରାଯାଇ ଏହି ଭିଜନ ଦସ୍ତାବିଜ କୁ ଚୂଡ଼ାନ୍ତ ରୂପରେଖ ପ୍ରଦାନ କରାଯିବ ।