BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ମାଳଦ୍ଵୀପ ସାରସ ୱାର୍ଲ୍ଡ ଏକ୍ସପୋରେ ଝଲସିବ  ସାତୋଟି ଓଡ଼ିଶା ଏସଏଚଜି ଉତ୍ପାଦ 

  • ପଟ୍ଟଚିତ୍ର, ସମ୍ବଲପୁର ଓ ଇକତ ଶାଢ଼ୀ, ଡ଼ୋକ୍ରା କଳାକୃତୀ ହେବ ପ୍ରମୁଖ ଆକର୍ଷଣ 
  • ସାରା ଭାରତରୁ ସ୍ଥାନ ପାଇବ ଏସଏଚଜି ଦ୍ୱାରା ନିର୍ମିତ ଏକ ଜିଲ୍ଲା ଏକ ଉତ୍ପାଦ   
ଭୁବନେଶ୍ୱର: ଚଳିତ ବର୍ଷ ମାଳଦ୍ଵୀପ ସାରସ ୱାର୍ଲଡ ଏକ୍ସ ପୋ ୨୦୨୫ ରେ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରାଳୟ ପକ୍ଷରୁ ଏକ ଜିଲ୍ଲା ଏକ ଉତ୍ପାଦ(ଓଡିଓପି) ଅଧୀନରେ ଭାରତର ବିଶେଷ ଉତ୍ପାଦଗୁଡିକ ସ୍ଥାନ ପାଇବାକୁ ଯାଉଛି। ଏହି ଏକ୍ସପୋ ମେ’ ୨୩ ରୁ ୩୧ ପର୍ଯ୍ୟନ୍ତ ଚାଲିବ। ସମଗ୍ର ଦେଶରୁ ସ୍ବୟଂ ସହାୟକ ଗୋଷ୍ଠୀ ଦ୍ଵାରା ପ୍ରସ୍ତୁତ ଏକ ଜିଲ୍ଲା ଏକ ଉତ୍ପାଦ ଏହି କାର୍ଯ୍ୟକ୍ରମରେ ପ୍ରଦର୍ଶିତ କରାଯିବ।
ଏହି ପରିପ୍ରେକ୍ଷୀରେ  ଓଡ଼ିଶାର ପାଞ୍ଚୋଟି ସ୍ଵୟଂ ସହାୟକ ଗୋଷ୍ଠୀ ଦ୍ୱାରା ପ୍ରସ୍ତୁତ ଏକ ଜିଲ୍ଲା ଏକ ଉତ୍ପାଦ ଅଧୀନରେ ସାତୋଟି ବିଶେଷ ଉତ୍ପାଦ ମଧ୍ୟ ଏହି କାର୍ଯ୍ୟକ୍ରମରେ ସ୍ଥାନ ପାଇବା ପାଇଁ ମନୋନୀତ ହୋଇଛି। ଓଡ଼ିଶାର ରଘୁରାଜପୁର ପ୍ରଡୁସର ଗ୍ରୁପର ପଟ୍ଟଚିତ୍ର କେଟଲୀ ଓ ଓଡ଼ିଶା ପଟ୍ଟଚିତ୍ର , ନୟା ପାଟମୟ ସମିତିର ପଟ୍ଟଚିତ୍ର ବୋଟଲ୍,  ବରଗଡ ହାଣ୍ଡଲୁମ ଆଣ୍ଡ ଅଗ୍ରୀ ପ୍ରଡୁସର କମ୍ପାନୀ ଲିମିଟେଡର ସମ୍ବଲପୁରୀ ଶାଢ଼ୀ, ମା ମଙ୍ଗଳା ଏସଏଚଜି, ସୁବର୍ଣ୍ଣପୁରର ଇକତ ଶାଢ଼ୀ, ଉତ୍କଳ ଡ଼ୋକ୍ରା କ୍ରାଫ୍ଟ ପ୍ରଡୁସର ଗ୍ରୁପର ଡୋକରା କୋଣାର୍କ ୱିଲ ହାଙ୍ଗିଙ୍ଗ, ଡୋକରା କଳାକୃତୀ ଆଦି ସେଠାରେ ପ୍ରଦର୍ଶିତ କରାଯିବ ଯାହାକି ଓଡ଼ିଶାର ବିଶେଷ କଳାକୃତୀକୁ ବିଶ୍ଵସ୍ତରରେ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିବ। ଏହା ମଧ୍ୟରୁ ସମ୍ବଲପୁରୀ ଓ ଇକତ ଶାଢ଼ୀ ଭୌଗଳିକ ସୂଚକାଙ୍କ (ଜିଆଇ ଟ୍ୟାଗ୍‍) ପ୍ରାପ୍ତ କରିଛି।
ଚୟନ କରାଯାଇଥିବା ସମସ୍ତ ଉତ୍ପାଦ ଓଡ଼ିଶା ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ଅବିରତ ତାଲିମ ଓ ଦକ୍ଷତା ବୃଦ୍ଧି, ଆର୍ଥିକ ସହାୟତା ଏବଂ ସମର୍ପିତ ଅନୁଷ୍ଠାନିକ ସହାୟତା ମାଧ୍ୟମରେ ସଶକ୍ତ ହୋଇଥିବା ସ୍ଵୟଂ ସହାୟକ ଗୋଷ୍ଠୀ ମହିଳାମାନଙ୍କ ଦ୍ୱାରା ପ୍ରସ୍ତୁତ ଏବଂ ପ୍ୟାକେଜ୍ କରାଯାଇଛି।
ଏହି ଅନ୍ତର୍ଜାତୀୟ ପ୍ରଦର୍ଶନ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଆତ୍ମନିର୍ଭରଶୀଳ ଏବଂ ବିକଶିତ ଓଡ଼ିଶା ପାଇଁ ଦୃଷ୍ଟିକୋଣର ଫଳାଫଳ, ଯେଉଁଠାରେ ଗ୍ରାମୀଣ ମହିଳାମାନେ କେବଳ ଆର୍ଥିକ ଭାବରେ ସଶକ୍ତ ନୁହନ୍ତି ବରଂ ବିଶ୍ୱସ୍ତରୀୟ ପ୍ରତିଯୋଗୀ ମଧ୍ୟ ଅଟନ୍ତି।  ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ଦୃଢ଼ ନେତୃତ୍ୱ ଓ ତତ୍ତ୍ୱବଧାନ ଫଳରେ ଆଜି ଲକ୍ଷପତି ଦିଦି ପଦକ୍ଷେପ ଅଧୀନରେ ୧୬ ଲକ୍ଷରୁ ଅଧିକ ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟ ବାର୍ଷିକ ୧ ଲକ୍ଷ କିମ୍ବା ଅଧିକ ଆୟ କରୁଛନ୍ତି। ଏହି କାର୍ଯ୍ୟକ୍ରମ ଓଡ଼ିଶାର ସ୍ଵୟଂ ସହାୟକ ଗୋଷ୍ଠୀ ଆନ୍ଦୋଳନକୁ ବିଶ୍ୱ ସ୍ତରୀୟ ମଞ୍ଚ ଯୋଗାଇଦେବା ଏକ ବିଶେଷ ଭୂମିକା ଗ୍ରହଣ କରିବ।