BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

‘ଡକ୍ଟର ବି.ଆର. ଆମ୍ବେଦକର ଏବଂ ଆଧୁନିକ ଭାରତରେ ସାମାଜିକ ବିପ୍ଳବ’ ଶୀର୍ଷକ ଆଲୋଚନାଚକ୍ର

ଭୁବନେଶ୍ୱର : ଡକ୍ଟର ବି.ଆର. ଆମ୍ବେଦକରଙ୍କ ଜନ୍ମବାର୍ଷିକୀ ପାଳନ ଅବସରରେ ଉତ୍କଳ ବିଶ୍ୱବିଦ୍ୟାଳୟର ସମାଜ ବିଜ୍ଞାନ ବିଭାଗ ଏବଂ ଆମ୍ବେଦକର ଅଧ୍ୟୟନ କେନ୍ଦ୍ର ପକ୍ଷରୁ “ଡକ୍ଟର ବି.ଆର. ଆମ୍ବେଦକର ଏବଂ ଆଧୁନିକ ଭାରତରେ ସାମାଜିକ ବିପ୍ଳବ” ଶୀର୍ଷକ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି।

ଉତ୍କଳବିଶ୍ୱବିଦ୍ୟାଳୟ ଆମ୍ବେଦକର ଅଧ୍ୟୟନ କେନ୍ଦ୍ର ନିର୍ଦ୍ଦେଶକ ଏବଂ ସମାଜ ବିଜ୍ଞାନ ବିଭାଗ ମୁଖ୍ୟ ପ୍ରଫେସର ରବୀନ୍ଦ୍ର ଗରଡା ସ୍ୱାଗତ ଭାଷଣ ଦେଇ କହିଥିଲେ ଯେ ଆଧୁନିକ ଭାରତରେ ସାମାଜିକ ବିପ୍ଳବ ଆଣିବା ପାଇଁ ଡକ୍ଟରବି.ଆର. ଆମ୍ବେଦକର ଆଜୀବନ ସଂଗ୍ରାମ କରିଥିଲେ। ଡକ୍ଟର ବି.ଆର. ଆମ୍ବେଦକର କୌଣସି ଅସ୍ତ୍ର ଏବଂ ହିଂସା ବିନା ସାମାଜିକ ବିପ୍ଳବ ଆଣି ପାରିଥିଲେ ।
ଗ୍ରୀଡକୋ ପୂର୍ବତନ ନିର୍ଦ୍ଦେଶକ (ବାଣିଜ୍ୟିକ) ଅଲେଖ ଚନ୍ଦ୍ର ମଲ୍ଲିକ ଡକ୍ଟରବି.ଆର. ଆମ୍ବେଦକରଙ୍କୁ ବହୁମୁଖୀ ବ୍ୟକ୍ତିତ୍ୱ ଭାବରେ ସମ୍ବୋଧିତ କରି ଆଧୁନିକ

ଭାରତ ଗଠନରେ ଅବଦାନ ଉଲ୍ଲେଖନୀୟ ବୋଲି କହିଥିଲେ।ମହିଳା ଅଧିକାର, ଶ୍ରମ ଆଇନ ଏବଂ ସାମାଜିକ ଆଇନରେ ଆମ୍ବେଦକରଙ୍କ ଭୂମିକା ଅବିସ୍ମରଣୀୟ ବୋଲି ପ୍ରକାଶ କରିଥିଲେ।

ରାଜ୍ୟ ସରକାରଙ୍କ ଅତିରିକ୍ତ ରାଜସ୍ବ ଆୟୁକ୍ତ (ବିଓଆର)ଡକ୍ଟର ପ୍ରଦୀପ କୁମାର ନାୟକ ମୁଖ୍ୟବକ୍ତା ଭାବେ ଯୋଗଦେଇ ଡକ୍ଟର ଆମ୍ବେଦକର ଦଳିତ ଏବଂ ଅବହେଳିତ ବର୍ଗପାଇଁ ପ୍ରକୃତ ମୁକ୍ତିଦାତା। ଆଧୁନିକ ଭାରତର ପରିବର୍ତ୍ତନ ପାଇଁ ରାଜନୈତିକ ଗଣତନ୍ତ୍ର ସହିତ ସାମାଜିକ ଏବଂ ଅର୍ଥନୈତିକ ଗଣତନ୍ତ୍ରରେ ଡକ୍ଟର ଆମ୍ବେଦକରଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଥିଲେ।ଉତ୍କଳବିଶ୍ୱବିଦ୍ୟାଳୟ ସମାଜ ବିଜ୍ଞାନ ସହକାରୀ ପ୍ରଫେସର ସସ୍ମିତା ସୋରେନ ଧନ୍ୟବାଦ ଅର୍ପଣ କରିଥିଲେ।

ଏହି ଆଲୋଚନାଚକ୍ରରେ ଏନସିଡିଏସ ସହଯୋଗୀ ପ୍ରଫେସର ରାଜକୁମାର ଖୋସଲା, ଦିନବନ୍ଧୁ ସାହୁ, ପପେଶ କୁମାର ଲେଙ୍କା, ଅନ୍ୱେଷା ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ।