BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଏମ୍ଏସ୍ଏମ୍ଇ ଉତ୍ପାଦର ଜାତୀୟ ଓ ବିଶ୍ୱସ୍ତରୀୟ ପରିଚିତି ଏବଂ ବଜାରସୁବିଧା ସୃଷ୍ଟି ଉପରେ ଗୁରୁତ୍ୱ

ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ, ସେମି କଣ୍ଡକ୍ଟର କ୍ଷେତ୍ରରେ ଥିବା ସମ୍ଭାବନାର ସୁଯୋଗ ନେବା ସଂପର୍କରେ ଆଲୋକପାତ

ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବ  ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ ମଙ୍ଗଳବାର ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବିଭିନ୍ନ ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରି ମୁଖ୍ୟ ଶାସନ ସଚିବ ସଚିବମାନଙ୍କୁ ଆବଶ୍ୟକ ପରାମର୍ଶ ଦେଇଥିଲେ।

ଆଗାମୀ ସେପ୍ଟେମ୍ବର ୧୮ତାରିଖରେ ବିଧାନସଭା ଅଧିବେଶନ ଆରମ୍ଭ ହେବାକୁ ଥିବାରୁ ଏଥିପାଇଁ ଉପସ୍ଥାପିତ ହେବାକୁ ଥିବା ବିଭିନ୍ନ ବିଭାଗର ବିଲ ନିମନ୍ତେ ଆବଶ୍ୟକ ପ୍ରସ୍ତୁତି ନେଇ ମୁଖ୍ୟଶାସନ ସଚିବ ଗୁରୁତ୍ୱାରୋପ କରିଥିଲେ।ବିଭିନ୍ନ ସମୟରେ କ୍ୟାବିନେଟ ବୈଠକରେ ନିଆଯାଇଥିବା ନିଷ୍ପତ୍ତିର କାର୍ଯ୍ୟକାରିତା ସଂପର୍କରେ ସଂପୃକ୍ତ ବିଭାଗମାନେ ସ୍ଥିତି ଅନୁଧ୍ୟାନ କରିବା, ୨୦୨୫-୨୬ ବର୍ଷରେ ବଜେଟ୍ ଅନୁମୋଦନ ହିସାବରେ କାର୍ଯ୍ୟ ଅଗ୍ରଗତି ଓ ଖର୍ଚ୍ଚ ସ୍ଥିତି ସମୀକ୍ଷା କରିବା, ଖାଲିଥିବା ଗୃପ-ସି ପଦବୀ ପୂରଣ ଆଦି ସଂପର୍କରେ ଆବଶ୍ୟକ ପରାମର୍ଶ ଦିଆଯାଇଥିଲା।ସେମିକଣ୍ଡକ୍ଟର କ୍ଷେତ୍ରରେ ଓଡ଼ିଶାରେ ବିପୁଳ ସମ୍ଭାବନାକୁ ଦୃଷ୍ଟିରେ ରଖି ଏହାର ସୁଯୋଗ ନେବା, ଗ୍ରୀନ ହାଇଡ୍ରୋଜେନ ଉତ୍ପାଦନକୁ ବୃଦ୍ଧି କରି ସ୍ୱଚ୍ଛ ଉର୍ଜାକୁ ପ୍ରୋତ୍ସାହନ ଦେବା, ପିଏମ ସୂର୍ଯ୍ୟଘର,ବିଜଲି ଯୋଜନା କାର୍ଯ୍ୟକାରିତାକୁ ପ୍ରୋତ୍ସାହିତ କରିବା ସଂପର୍କରେ ମୁଖ୍ୟ ଶାସନ ସଚିବ ଆଲୋକପାତ କରିଥିଲେ। ସେହିପରି ଓଡ଼ିଶାର ଅଣୁ, କ୍ଷୁଦ୍ର, ମଧ୍ୟମଉଦ୍ୟୋଗ(ଏମ୍ଏସ୍ଏମ୍ଇ) କ୍ଷେତ୍ରର କିପରି ଜାତୀୟ ଓ ବିଶ୍ୱସ୍ତରରେ ଗୁରୁତ୍ୱ ବଢ଼ିବ, ଏଏସଏମଇ ଉତ୍ପାଦ ପାଇଁ ବଜାର ସୃଷ୍ଟି, ଏଥିପାଇଁ ସଂପୃକ୍ତ ବିଭିନ୍ନ ବିଭାଗ ସହିତ ଆବଶ୍ୟକ ସମନ୍ୱୟ, ଏମ୍ଏସ୍ଏମ୍ଇ ଉତ୍ପାଦର ଗୁଣାତ୍ମକତା ବୃଦ୍ଧି, ପ୍ରୋତ୍ସାହନ, ରିଆତି ସୁବିଧା, ଭିତ୍ତିଭୂମି, ଗବେଷଣା ଓ ବିକାଶ ସଂପର୍କରେ ମୁଖ୍ୟ ଶାସନ ସଚିବ ଆଲୋକପାତ କରିଥିଲେ।

ସରକାରୀ ଯୋଜନା ଓ କାର୍ଯ୍ୟକ୍ରମଗୁଡିକର କାର୍ଯ୍ୟାନ୍ୱୟନରେ ରିଅଲଟାଇମ(ସଦ୍ୟତମ) ସ୍ଥିତି ଜାଣିବା ପାଇଁ ଆରମ୍ଭ ହେବାକୁ ଥିବା ମୁଖ୍ୟମନ୍ତ୍ରୀଙ୍କ ଡ୍ୟାସବୋର୍ଡ ଜରିଆରେ ତଦାରଖ ହେବାକୁ ଥିବା ଓଡ଼ିଶା ଲୋକସେବା ଅଧିକାରୀ ଅଧିନିୟମ (ଓଆରଟିପିଏସ୍ଏ),ଶିଳ୍ପ ପ୍ରକଳ୍ପ, ଭିତ୍ତିଭୂମି ପ୍ରକଳ୍ପ, ବିକଶିତ ଓଡ଼ିଶା-୨୦୩୬ ଓ ବିକଶିତ ଭାରତ-୨୦୪୭ ପରିପ୍ରେକ୍ଷୀରେ ମୁଖ୍ୟ ପ୍ରଦର୍ଶନ ସୂଚକ (କେପିଆଇ) କାର୍ଯ୍ୟକାରିତା ନିମନ୍ତେ ଏହି ପୋର୍ଟାଲ କାର୍ଯ୍ୟ ପ୍ରସ୍ତୁତିରେ କେତେ ଅଗ୍ରଗତି ହୋଇଛି, ସେ ସଂପର୍କରେ ସମୀକ୍ଷା କରାଯାଇଥିଲା। ଆହୁରି ମଧ୍ୟ ଜନ ବିଶ୍ୱାସ ବିଲ୍ କାର୍ଯ୍ୟକାରିତାରେ ଶିଳ୍ପ ବିଭାଗ ସଂପର୍କିତ ଇଜ ଅଫ ଡୁଇଙ୍ଗ ବିଜନେସକୁ ସୁନିଶ୍ଚିତ କରିବା ସଂପର୍କରେ ଆଲୋକପାତ କରାଯାଇଥିଲା।

ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓ ରଂଜନ କୁମାର ସିଂ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେନ୍ଦ୍ର କୁମାର, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମାଙ୍କ ସହିତ ଅନ୍ୟ ସମସ୍ତ ବିଭାଗର ପ୍ରମୁଖ ଶାସନ ସଚିବ, କମିଶନର ତଥା ଶାସନ ସଚିବମାନେଉ ପସ୍ଥିତ ଥିଲେ।