• ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମର ଉଲ୍ଲେଖନୀୟ ସଫଳତା ଏବଂ ଜନ ସଚେତନତା ସଂପର୍କରେ ହେବ ସମାରୋହ।
• ବିଭିନ୍ନ ବିଭାଗ ଓ ଜିଲ୍ଲାରେ ବିକାଶମୂଳକ କାର୍ଯ୍ୟକୁ ତ୍ୱରାନ୍ୱିତ ଲକ୍ଷ୍ୟ।
• ଜନତା ମଇଦାନରେ ଜୁନ୍ ୧୧ରୁ୧୩ ତାରିଖ ପର୍ଯ୍ୟନ୍ତ ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମ।
ଭୁବନେଶ୍ୱର: ଆଗାମୀ ଜୁନ ମାସରେ ନୂଆସରକାରଗଠନହେବାରଏକବର୍ଷପୂର୍ତ୍ତିପାଳନକରାଯିବ। ଏହି ପରିପ୍ରେକ୍ଷୀରେ ବର୍ଷକ ମଧ୍ୟରେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମରଉଲ୍ଲେଖନୀୟ ସଫଳତା ସଂପର୍କରେ ଜନସାଧାରଣଙ୍କୁ ଅବଗତ କରାଇବା, ବିଭିନ୍ନ ବିଭାଗରେ ବିକାଶ ମୂଳକକାର୍ଯ୍ୟକୁ ତ୍ୱରାନ୍ୱିତ କରି ରାଜ୍ୟର ବିକାଶର ଧାରାକୁ ଆଗକୁ ନେବା ଲକ୍ଷ୍ୟ ରଖି ସରକାରଙ୍କ ତରଫରୁ ଆଗାମୀ ଜୁନ୍ ୧୧ ରୁ୧୩ ତାରିଖ ପର୍ଯ୍ୟନ୍ତ ୩ଦିନ ଧରି ରାଜ୍ୟ, ଜିଲ୍ଲା ଓ ବ୍ଲକ ସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମ ଗ୍ରହଣ କରାଯିବା ସଂପର୍କରେ ପ୍ରଶାସନିକ ସ୍ତରରେ ଦ୍ୱିତୀୟ ପ୍ରସ୍ତୁତି ବୈଠକ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଖାରବେଳ ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି।
ଏହି ବୈଠକରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁଗର୍ଗ, ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାରଙ୍କ ସହିତ ଅନ୍ୟ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ, କମିଶନର ତଥା ଶାସନ ସଚିବମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।
ଏ ସଂପର୍କରେ ଗତ ୨୫ ଅପ୍ରେଲରେ ଅନୁଷ୍ଠିତ ପ୍ରଥମ ପ୍ରସ୍ତୁତି ବୈଠକର ନିଷ୍ପତ୍ତିଆଧାରରେ ବିଭିନ୍ନ କାର୍ଯ୍ୟକ୍ରମକୁ ସୁଚାରୁରୂପେ ସଂପାଦନ ପାଇଁ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା ଗୃହ ବିଭାଗ ତରଫରୁ ଆହୂତ ଏହି ବୈଠକର ପ୍ରାରମ୍ଭରେ ମୁଖ୍ୟ ଶାସନ ସଚିବ ଶ୍ରୀ ଆହୁଜା କାର୍ଯ୍ୟକ୍ରମର ଆଭିମୁଖ୍ୟ ସଂପର୍କରେ ପ୍ରାରମ୍ଭିକ ବକ୍ତବ୍ୟ ରଖିଥିଲେ।
ସୂଚନା ଓ ଲୋକ ସଂପର୍କ ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂ ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇଥିଲେ। ରାଜ୍ୟ ସରକାରଙ୍କ ଦ୍ୱାରା ବିଭିନ୍ନ ଯୋଜନାର ଫଳ ପ୍ରସୂ ପଦକ୍ଷେପ, ପ୍ରଣୀତ ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ କାର୍ଯ୍ୟାନ୍ୱୟନ ଏବଂ ବହୁବିଧ କଲ୍ୟାଣକାରୀ ଯୋଜନାରେ ସଂପର୍କରେ ଜନସଚେତନତା ସୃଷ୍ଟି ଉପରେ ଏହି କାର୍ଯ୍ୟକ୍ରମ ସବୁ ଅନୁଷ୍ଠିତ ହେବ।
ରାଜ୍ୟସ୍ତରୀୟ ସାଧାରଣ ସଭା ଏବଂ ବିକାଶ ମେଳା ପ୍ରଦର୍ଶନୀ ଜୁନ୍ ୧୧ରୁ ୧୩ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବା ସଙ୍ଗେ ସଙ୍ଗେ ଜିଲ୍ଲା ସ୍ତରରେ ତିନି ଦିନିଆ ସଭା ଓ କାର୍ଯ୍ୟକ୍ରମ ଏବଂ ଜିଲ୍ଲା ପ୍ରଶାସନ ଏବଂ ଓରମାସ ସହଯୋଗରେ ୫ ଦିନ ଧରି ପ୍ରଦର୍ଶନୀ ଅନୁଷ୍ଠିତ ହେବ।ଭୁବନେଶ୍ୱର ଜନତା ମଇଦାନ ଠାରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ପୂର୍ତ୍ତ ବିଭାଗ, ଓଡିଶା ଖଣି ନିଗମ(ଓଏମସି) ସମେତ ଓଡ଼ିଆ ଭାଷା. ସାହିତ୍ୟ ଓ ସଂସ୍କୃତି ବିଭାଗ, ସୂଚନା ଓ ଲୋକ ସଂପର୍କ, ମହିଳା ଓ ଶିଶୁବିକାଶ, ମିଶନ ଶକ୍ତି, ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ପଂଚାୟତିରାଜ ଓ ପାନୀୟ ଜଳ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ,ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ, ସ୍ୱାସ୍ଥ୍ୟ, ଉଚ୍ଚ ଶିକ୍ଷା, ଗଣଶିକ୍ଷା, ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା, ହସ୍ତତନ୍ତ ଓ ବୟନ ଶିଳ୍ପ, ଆଦି ସଂପୃକ୍ତ ବିଭିନ୍ନ ବିଭାଗକୁ କାର୍ଯ୍ୟକ୍ରମର ଆୟୋଜନ କରିବାକୁ ସହଯୋଗ ପାଇଁ ପରାମର୍ଶ ଦିଆଯାଇଛି। ପ୍ରତି କାର୍ଯ୍ୟକ୍ରମରେ ବିଷୟଭିତ୍ତିକ ଆଲୋଚନା, ସାଂସ୍କୃତିକକାର୍ଯ୍ୟକ୍ରମ, ବ୍ଲକ ସ୍ତରରେ ସୂଚନା, ଶିକ୍ଷା ଓ ଯୋଗଯୋଗ କାର୍ଯ୍ୟକ୍ରମ ଆଦି ଅନୁଷ୍ଠିତହେବ।
ସରକାରଙ୍କ ୧ବର୍ଷ ପୂର୍ତ୍ତି ଉପଲକ୍ଷେ ବିଭିନ୍ନ ବିଭାଗର ଉଲ୍ଲେଖନୀୟ କାର୍ଯ୍ୟ ସଫଳତାକୁ ସ୍ଥାନିତ କରି ସୂଚନା ଓ ଲୋକ ସଂପର୍କ ବିଭାଗ ତରଫରୁ ଏକ ପୁସ୍ତିକା ପ୍ରକାଶ ପାଇବ। ଏହା ବ୍ୟତୀତ ବିଭିନ୍ନ ବିଭାଗମାନେ ମଧ୍ୟ ନିଜ ନିଜ ସ୍ତରରେ ବିଭାଗୀୟ ସଫଳତାକୁ ନେଇ ପୁସ୍ତିକା ପ୍ରକାଶନ କରିବାକୁ ପରାମର୍ଶ ଦିଆଯାଇଛି।ପ୍ରକାଶ ପାଇବାକୁ ଥିବା ଏହି ପୁସ୍ତିକାରେ ମହିଳା ସଶକ୍ତି କରଣ ଓ ମିଶନ ଶକ୍ତି, କୃଷି, କୃଷକ ଓ ଜଳ ସେଚନ, ଶିଳ୍ପ ତଥା ଶିଳ୍ପଭିତ୍ତିକ ନିଯୁକ୍ତି, ଓଡ଼ିଆ ଅସ୍ମିତା ଓ ଶ୍ରୀମନ୍ଦିର, ଜନକୈନ୍ଦ୍ରିକ ଶାସନ ପରିଚାଳନା, ସ୍ୱାସ୍ଥ୍ୟ, ଶିକ୍ଷା ଆଦି ସଂପର୍କରେ ଗୁରୁତ୍ୱ ରହିବ।ରାଜ୍ୟରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନ କଲ୍ୟାଣକାରୀ କାର୍ଯ୍ୟକ୍ରମର ଉଲ୍କେଖନୀୟ ସଫଳତା ସଂପର୍କରେ ମଧ୍ୟ ଏଥିରେ ସ୍ଥାନିତ ହେବ। ଅନୁସୂଚିତ ଜନଜାତି, ଭିନ୍ନକ୍ଷମ ଓ ସମାଜର ଅବହେଳିତ ଲୋକମାନଙ୍କ ଉନ୍ନତି ପାଇଁ ରାଜ୍ୟସରକାରଙ୍କ ପ୍ରତିବଦ୍ଧିତା, ପୃଷ୍ଟିହୀନତା ଦୂରୀକରଣ ଆଦି ସଂପର୍କିତ ସଫଳ କାର୍ଯ୍ୟକାରିତା ମଧ୍ୟ ଏହି ପୁସ୍ତକରେ ପ୍ରକାଶ ପାଇବ।ଗ୍ରାମ୍ୟ ଉନ୍ନୟନରେ ଗ୍ରାମ ପଞ୍ଚାୟୟତ କିପରି ଗୁରୁତ୍ୱପୂର୍ଣ୍ଣ ଭୂମିକା ରହୁଛି, ତାହାକୁ ଫୋକସ କରାଯିବ।
ବିଭିନ୍ନ ବିଭାଗର ଯୋଜନା ଓ କାର୍ଯ୍ୟକ୍ରମ ସଂପର୍କିତ ସଫଳ କାହାଣୀକୁ ନେଇ ବିଭାଗମାନଙ୍କୁ ସମ୍ବାଦପତ୍ର ଓ ଗଣ ମାଧ୍ୟମରେ ପ୍ରକାଶନ, ପ୍ରଚାର ପ୍ରସାର ସଂଗେ ସଂଗେ ପ୍ରାମାଣିକ ଭିଡିଓ ଚିତ୍ର ପ୍ରସ୍ତୁତି ପାଇଁ ପରାମର୍ଶ ଦିଆଯାଇଛି। ଏହିଅବସରରେ ରାଜ୍ୟ ସରକାରଙ୍କ ବିକାଶ ମୂଳକ କାର୍ଯ୍ୟକ୍ରମକୁ ନେଇ “ପ୍ରଗତି ପ୍ରବାହ” ପୁସ୍ତିକାର ପ୍ରଥମ ସଂସ୍କରଣ ପ୍ରକାଶ ପାଇବ।ଏଥିରେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାରୁ ଜନସାଧାରଣ କିପରି ଉପକୃତ ହୋଇଛନ୍ତି, ସେଥିରେ ମୁଖ୍ୟତଃ ସ୍ଥାନିତ ହେବ।ପ୍ରତ୍ୟେକ ବିଭାଗକୁ ଏଥିପାଇଁ ସଫଳ କାହାଣୀ ଦେବାକୁ ପରାମର୍ଶ ଦିଆଯାଇଛି। ସଂସ୍କୃତି ବିଭାଗ ପକ୍ଷରୁ ଲଳିତ କଳା ଏକାଡେମୀ ସହଯୋଗରେ ଏକ ଆର୍ଟିଷ୍ଟ କ୍ୟାମ୍ପ(ଚିତ୍ରକଳା ଶିବିର) ଅନୁଷ୍ଠିତ ହେବ।
୨୦୩୬ ସୁଦ୍ଧା ବିକଶିତ ଓ ଡ଼ିଶା ଓ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ ପରିପ୍ରେକ୍ଷୀରେ ବିଭିନ୍ନ ଓ କଲେଜରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ କି କି ସ୍ୱପ୍ନ ରହିଛି, ସେ ସଂପର୍କରେ ସେମାନଙ୍କ ମଧ୍ୟରେ ପ୍ରତିଯୋଗିତା କରାଯାଇ ପୁରସ୍କୃତ କରିବାକୁ ମୁଖ୍ୟଶାସନ ସଚିବ ପରାମର୍ଶ ଦେଇଥିଲେ। ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମରୁ ଜନ ସାଧାରଣ କିପରି ସୁଫଳ ପାଉଛନ୍ତି ଏବଂ ଉନ୍ନୟନ ମୂଳକ କାର୍ଯ୍ୟକ୍ରମରେ ସେମାନଙ୍କ ସଂପୃକ୍ତି ପ୍ରତିଫଳିତ ହେବା ଉପରେ ମୁଖ୍ୟ ଶାସନ ସଚିବ ଗୁରୁତ୍ୱ ଦେଇଥିଲେ।
ଏହିସବୁ କାର୍ଯ୍ୟକ୍ରମ ପାଇଁ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେଏକ କମିଟି କରାଯାଇ କାର୍ଯ୍ୟ ତଦାରଖ ଓ ସମନ୍ୱୟ କରିବାକୁ ପରାମର୍ଶ ଦିଆଯାଇଛି।ଏଥି ସହିତ ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ କରାଯିବାକୁ ଥିବା ବିଭିନ୍ନଉଦ୍ଘାଟନ, ଶିଳାନ୍ୟାସ ଆଦି କାର୍ଯ୍ୟକ୍ରମର ପ୍ରସ୍ତୁତିକୁ ଅଗ୍ରାଧିକାର ଭିତ୍ତିରେ କରାଯିବା ସଂପର୍କରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା।