BREAKING
‘ଯୁଧିଷ୍ଠିର ଥିଏଟର’ର ଦ୍ୱିତୀୟ ବାର୍ଷିକ ନାଟ୍ୟୋତ୍ସବରେ ମଞ୍ଚସ୍ଥ ହେଲା ‘ଶୁକ ଶାରୀ କଥା’ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର

ସରକାରୀ ସ୍କୁଲ ପିଲାମାନଙ୍କୁ ଶୃଙ୍ଖଳିତ ଓ ସ°ଯମ କରିବାକୁ ପଦକ୍ଷେପ

ଭୁବନେଶ୍ୱର :ଏବେ ସରକାରୀ ସ୍କୁଲରେ ପିଲାମାନଙ୍କୁ ଅଧିକ ଶୃଙ୍ଖଳିତ ତଥା ସଂଯମ କରିବା ପାଇଁ ବିଭିନ୍ନ ପଦକ୍ଷେପ ନିଅଯାଇଛି ।
ଏଣିକି ସରକାରୀ ସ୍କଲକୁ ପିଲା ଆଉ ବିଶୃଙ୍ଖଳିତ ହୋଇ ସ୍କଲକୁ ଆସିବେ ନାହିଁ । ଝିଅପିଲାମାନେ ଚୁଟି ଖୋଲା କରିବେନି । ମୁଣ୍ଡରେ ରିବନ ଫିତା ବାନ୍ଧିବେ ନଚେତ ହେୟାର କ୍ଲିପ ଲଗାଇବେ । ଛାତ୍ରମାନେ ସାଇଡ କଟ ଚୁଟି ରଖିବେ । ଭୁବନେଶ୍ୱର ଗୋଷ୍ଠୀ ଶିକ୍ଷା ଅଧିକାରୀ (ବିଇଓ)ଙ୍କ ପକ୍ଷରୁ ନିଆଯାଇଛି ଏପରି ପଦକ୍ଷେପ ।
ନୂଆ ନିୟମ ଅନୁଯାୟୀ, ପ୍ରାଥମିକ ବିଦ୍ୟାଳୟର ଛାତ୍ରୀମାନେ ଗୋଲାପି ଏବଂ ଉଚ୍ଚପ୍ରାଥମିକ ବିଦ୍ୟାଳୟ(ହାଇସ୍କୁଲ)ର ପିଲାମାନେ ଧଳା ରଙ୍ଗର ରିବନ ବାନ୍ଧିବେ । ନଚେତ ସମାନ ରଙ୍ଗର ହେୟାର କ୍ଲିପ ମଧ୍ୟ ବ୍ୟବହାର କରିପାରିବେ । ପଟିଆ ସରକାରୀ ବିଦ୍ୟଳୟ, ଗଡମଳିପଡା ପରି ଏକାଧିକ ସ୍କୁଲରେ ଏହି ନିୟମ କାର୍ଯ୍ୟକାରୀ ହୋଇଗଲାଣି । ତେବେ ଯେଉଁଠି ଏହି ନିୟମ କାର୍ଯ୍ୟକାରୀ ହୋଇନାହିଁ ୨୦୨୩-୨୪ ଶିକ୍ଷାବର୍ଷରେ କଡାକଡି ଭାବେ ପାଳିତ ହେବ ।  ପୂର୍ବରୁ ସରକାରୀ ସ୍କୁଲରେ ଡ୍ରେସକୋଡ ବାଧ୍ୟତାମୂଳକ କରାଯାଇଥିଲା । ଏବେ ପିଲାମାନଙ୍କୁ ଅଧିକ ଶୃଙ୍ଖଳିତ ତଥା ସଂଯମ କରିବା ପାଇଁ ଏପରି ପଦକ୍ଷେପ ନିଅଯାଇଛି ।

ବିଭାଗୀୟ ସୂତ୍ର ଅନୁଯାୟୀ, ପିଲାଙ୍କୁ ଆତ୍ମଶୃଙ୍ଖଳିତ କରିବା ପାଇଁ ଏପରି ପଦକ୍ଷେପ ନିଆଯାଇଛି । ବିଏମସି ଅଞ୍ଚଳରେ ୧୫୨ ଏବଂ ଭୁବନେଶ୍ୱର ବ୍ଲକ ଅଞ୍ଚଳରେ ୧୦୨ଟି ବିଦ୍ୟାଳୟରେ ଏହାକୁ କାର୍ଯ୍ୟକାରୀ କରାଯିବ  । ପ୍ରାଥମିକ ପର୍ଯ୍ୟାୟରେ କିଛି ସ୍କୁଲରେ ଏହା କାର୍ଯ୍ୟକାରୀ କରାଗଲାଣି । ପିଲାଙ୍କ ବ୍ୟବହାରରେ ପରିବର୍ତ୍ତନ ଆଣିବା ପାଇଁ ବିଏମସି ପକ୍ଷରୁ ଏପରି ନିୟମ ଲାଗୁ କରାଯାଇଛି