BREAKING
‘ଯୁଧିଷ୍ଠିର ଥିଏଟର’ର ଦ୍ୱିତୀୟ ବାର୍ଷିକ ନାଟ୍ୟୋତ୍ସବରେ ମଞ୍ଚସ୍ଥ ହେଲା ‘ଶୁକ ଶାରୀ କଥା’ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର

ଆଜି ଠାରୁ ସ୍କୁଲରେ ଗ୍ରୀଷ୍ମ ଛୁଟି

ଭୁବନେଶ୍ୱର,୬।୬(ବ୍ୟୁରୋ): ସୋମବାରଠାରୁ ସ୍କୁଲ୍‌ରେ ଗ୍ରୀଷ୍ମ ଛୁଟି ଆରମ୍ଭ ହେଉଛି। ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସ୍କୁଲ୍‌ ଛୁଟି ରହିବ। ପ୍ରତିବର୍ଷ ଦେଢ଼ମାସରୁ ଊର୍ଦ୍ଧ୍ୱ ଗ୍ରୀଷ୍ମ ଛୁଟି ଦିଆଯାଉଥିଲା। ଏଥର ସରକାର ଛୁଟିକୁ କାଟଛାଣ୍ଟ କରିଛନ୍ତି। କରୋନା ପାଇଁ ୨ବର୍ଷ ସ୍କୁଲ ବନ୍ଦ ଯୋଗୁ ପାଠପଢ଼ା ପ୍ରଭାବିତ ହୋଇଥିଲା। ଯଦିଓ ଅନ୍‌ଲାଇନ୍‌ରେ କ୍ଲାସ୍‌ ହେଉଥିଲା, କିନ୍ତୁ ଇଣ୍ଟରନେଟ୍‌ ସଂଯୋଗ ଓ ସ୍ମାର୍ଟ ଫୋନ୍‌ ଅଭାବରୁ ୬୦% ପିଲା ସେଥିରୁ ବଞ୍ଚତ୍ତ ହୋଇଥିଲେ। ତେଣୁ ସବୁ ପିଲା ପାଠ ପଢ଼ିବାର ସୁଯୋଗ ପାଇ ନ ଥିଲେ। କରୋନା ସ୍ଥିତି ସୁଧୁରିବା ପରେ ରାଜ୍ୟ ସରକାର ପର୍ଯ୍ୟାୟକ୍ରମେ ସ୍କୁଲ ଖୋଲିଥିଲେ। ପାଠପଢ଼ା କ୍ଷତି ଭରଣା ପାଇଁ ଗ୍ରୀଷ୍ମ ଛୁଟିକୁ କମାଇ ଦିଆଯିବା ସହ ଶ୍ରେଣୀଗୃହ ପାଠପଢ଼ାକୁ ଅଧିକ ଗୁରୁତ୍ୱ ଦିଆଯାଇଥିଲା।