BREAKING
‘ଯୁଧିଷ୍ଠିର ଥିଏଟର’ର ଦ୍ୱିତୀୟ ବାର୍ଷିକ ନାଟ୍ୟୋତ୍ସବରେ ମଞ୍ଚସ୍ଥ ହେଲା ‘ଶୁକ ଶାରୀ କଥା’ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର

ଦୀପାବଳି ପରେ ଖୋଲିବ ଷଷ୍ଠ, ସପ୍ତମ ଶ୍ରେଣୀ

ଭୁବନେଶ୍ୱର ୪।୧୧(ବ୍ୟୁରୋ): ଦୀପାବଳି ପରେ ପ୍ରାଥମିକ ସ୍କୁଲ ଖୋଲିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ତେବେ ପ୍ରଥମ ପର୍ଯ୍ୟାୟରେ ଷଷ୍ଠ ଓ ସପ୍ତମ ଶ୍ରେଣୀ ଖୋଲିବାକୁ ଚିନ୍ତା କରାଯାଉଛି। ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଖୋଲିବା ଉପରେ ବିଚାର କରାଯିବ। ତେବେ ନୂଆବର୍ଷ ସୁଦ୍ଧା ରାଜ୍ୟର ସବୁ ସ୍କୁଲ ଖୋଲିଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି।
ବୁଧବାର ସମ୍ବଲପୁର ଗସ୍ତବେଳେ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି, କୋଭିଡ୍‌ର ତୃତୀୟ ଲହର ପ୍ରଭାବ କମ୍‌ ରହିଛି। ତେଣୁ ବିଭିନ୍ନ ଦିଗକୁ ଦେଖି ପୂର୍ବରୁ ଅଷ୍ଟମ, ନବମ ଓ ଦଶମ ଶ୍ରେଣୀ ସହ କଲେଜ ଖୋଲାଯାଇଛି। ଏବେ ଷଷ୍ଠ ଓ ସପ୍ତମ ଶ୍ରେଣୀ ପିଲାଙ୍କୁ ଶ୍ରେଣୀଗୃହରେ ପାଠପଢା ହେବ। ଏଥିପାଇଁ ବିଭାଗ ସ୍ତରରେ ପ୍ରସ୍ତୁତି ଶେଷ ହୋଇଛି। କୋଭିଡ୍‌ କଟକଣା ଲାଗୁ କରି ସ୍କୁଲଗୁଡିକ ଖୋଲାଯିବ। ପ୍ରଥମରୁ ପଞ୍ଚମ ଶ୍ରେଣୀ ପିଲାଙ୍କୁ ସାମାଜିକ ଦୂରତା ଓ କଟକଣା ଉପରେ ବୁଝାଇବା କଷ୍ଟକର। ନୂଆବର୍ଷ ଅର୍ଥାତ୍‌ ଜାନୁୟାରୀରୁ ଏମାନଙ୍କ ପାଇଁ ଶ୍ରେଣୀଗୃହ ପାଠପଢା ଆରମ୍ଭ ହୋଇଯିବ। ସେହିଭଳି ଶିକ୍ଷକଙ୍କ ସମସ୍ୟା ଆଉ ରହିବ ନାହିଁ। ୧୬ ହଜାର ଶିକ୍ଷକ ନିଯୁକ୍ତ ହେବେ। ଏହି ପ୍ରକ୍ରିୟା ନଭେମ୍ବର ଶେଷ କିମ୍ବା ଡିସେମ୍ବର ପୂର୍ବରୁ ଶେଷ ହେବ। ଯେଉଁ ପରିକ୍ଷାର୍ଥୀମାନେ କମ୍ପ୍ୟୁଟର ବେସ୍‌ଡ ଟେଷ୍ଟରେ ଉତ୍ତୀର୍ଣ୍ଣ ହୋଇଥିଲେ, ସେମାନଙ୍କର ଡକ୍ୟୁମେଣ୍ଟ ଯାଞ୍ଚ କରାଯାଉଛି। ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଏହି ଯାଞ୍ଚ ପ୍ରକ୍ରିୟା ଚାଲିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିକ୍ଷା କ୍ଷେତ୍ରକୁ ଗୁରୁତ୍ୱ ଦେଇଛନ୍ତି। ସ୍ମାର୍ଟ ସ୍କୁଲ ନିର୍ମାଣ କରାଯାଉଛି। ଅତ୍ୟାଧୁନିକ ସୁବିଧା ସହ ଛାତ୍ରୀଛାତ୍ରଙ୍କୁ ଶିକ୍ଷାଦାନ କରାଯିବ। ପ୍ରଥମ ପର୍ଯ୍ୟାୟରେ ରାଜ୍ୟରେ ୧୧ଶହ ସ୍କୁଲକୁ ସ୍ମାର୍ଟ ସ୍କୁଲ ଭାବେ ନିର୍ମାଣ କରାଯାଇଛି। ପିଲାମାନେ ମଧ୍ୟ ପାଠ ପଢା ଆରମ୍ଭ କରିଦେଇଛନ୍ତି। ଦ୍ୱିତୀୟ ପର୍ଯ୍ୟାୟରେ ଆଉ ୨୫ଶହ ସ୍କୁଲ ନିର୍ମାଣ ପାଇଁ ଯୋଜନା କରାଯାଇଛି। ସ୍କୁଲଗୁଡିକରେ ଛାତ୍ରୀଛାତ୍ରଙ୍କ ଉପସ୍ଥାନ ଦେଖି ସ୍ମାର୍ଟ ସ୍କୁଲ ନିର୍ମାଣ କରାଯିବ ବୋଲି ମନ୍ତ୍ରୀ ଦାଶ କହିଛନ୍ତି। ଏହି ଅବସରରେ ମନ୍ତ୍ରୀ ଲେଡି ଲୁଇସ ସ୍କୁଲ ପରିଦର୍ଶନ କରିବା ସହ ଛାତ୍ରୀଛାତ୍ର ଓ ଶିକ୍ଷୟିତ୍ରୀ ଶିକ୍ଷକଙ୍କ ସହ ଆଲୋଚନା କରିଥିଲେ।
ସୂଚନାଯୋଗ୍ୟ, ୟୁନେସ୍କୋ ପକ୍ଷରୁ ଗତ ମାସରେ ପ୍ରକାଶ ପାଇଥିବା ‘ନୋ ଟିଚର, ନୋ କ୍ଲାସ୍‌: ଷ୍ଟେଟ୍‌ ଅଫ୍‌ ଏଜୁକେଶନ ରିପୋର୍ଟ ଫର୍‌ ଇଣ୍ଡିଆ-୨୦୨୧’ରେ ଓଡ଼ିଶାର ୩,୧୯୭ ସରକାରୀ ଓ ଘରୋଇ ସ୍କୁଲରେ ଜଣେ ଲେଖାଏ ଶିକ୍ଷକ ରହିଛନ୍ତି। ଏଥି ମଧ୍ୟରେ ୮୮% ସ୍କୁଲ ଗ୍ରାମାଞ୍ଚଳରେ ରହିଛି। ରାଇଟ୍‌ ଟୁ ଏଜୁକେଶନ ହିସାବରେ ଛାତ୍ରୀଛାତ୍ର ଓ ଶିକ୍ଷକଙ୍କ ଅନୁପାତ ଅନୁଯାୟୀ ଓଡ଼ିଶାରେ ୨ଲକ୍ଷରୁ ଅଧିକ ଶିକ୍ଷକ ଆବଶ୍ୟକ ରହିଛି।