BREAKING
‘ଯୁଧିଷ୍ଠିର ଥିଏଟର’ର ଦ୍ୱିତୀୟ ବାର୍ଷିକ ନାଟ୍ୟୋତ୍ସବରେ ମଞ୍ଚସ୍ଥ ହେଲା ‘ଶୁକ ଶାରୀ କଥା’ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର

ଏମଓୟୁ ଅନୁଯାଇ ଫୀ ଛାଡ଼ ଦlବୀରେ ଭେଙ୍କଟେଶ୍ୱର ସ୍କୁଲ ଆଗରେ ଅଭିଭାବକମାନଙ୍କ ଧାରଣା

ଭୁବନେଶ୍ୱର,୨୮/୩(ଓଡ଼ିଆ ନ୍ୟୁଜ): ମହାମାରୀ ପାଇଁ ମାନ୍ୟବର ହାଇକୋର୍ଟଙ୍କ ନିର୍ଦେଶରେ ଏମ ଓ ୟୁ ଅନୁଯାଇ ସମସ୍ତ ଘରୋଇ ସ୍କୁଲରେ ଫୀ ଛାଡ଼ କରି ଆଦାୟ କରିବା କଥା l ହେଲେ କେତେକ ସ୍କୁଲ ଏହି ନିର୍ଦେଶ କୁ ନ ମାନି ପିଲାମାନଙ୍କୁ ପାଠ ପଢ଼ା ଓ ପରୀକ୍ଷା ରୁ ବଞ୍ଚିତ କରିବା ଆଦି ଘଟଣା ସାମ୍ନାକୁ ଆସୁଛି l ଆଜି ଏପରି ମନାମାନୀ ବିରୋଧ ରେ ଓଡିଶା ଅଭିଭାବକ ମହାସଂଘ ର ସାଧାରଣ ସମ୍ପାଦକ ଅଶୋକ ପାଇକରାୟଙ୍କ ନେତୃତ୍ୱ ରେ ଦୁଇଶହ ରୁ ଅଧିକ ଅଭିଭାବକ ଚନ୍ଦ୍ରଶେଖରପୁର ପଟିଆ ଭେଙ୍କଟେଶ୍ୱର ସ୍କୁଲ ଆଗରେ ଧାରଣା ଦେଇଥିଲେ l ସ୍କୁଲର ସୁରକ୍ଷା କର୍ମୀ ଓ ଅଭିଭାବକ ମାନଙ୍କ ମଧ୍ୟରେ ଆନ୍ଦୋଳନ ସମୟର ଫୋଟୋ ଓ ଭିଡିଓ କରିବାକୁ ନେଇ ବଚସା ଓ ଧସ୍ତାଧସି ହୋଇଥିଲା l ପରିସ୍ଥିତି ଏପରି ହୋଇଥିଲା ଯେ କଥା ଚନ୍ଦ୍ରଶେଖରପୁର ଥାନାରେ ପହଂଚିଥିଲା l ଥାନାଧିକାରୀ ଉଭୟ ସ୍କୁଲ କର୍ତ୍ତୃପକ୍ଷ ଓ ଅଭିଭାବକ ପକ୍ଷଙ୍କୁ ମଙ୍ଗଳବାର ଡକାଇ ଆଲୋଚନା କରିବାକୁ ନିଷ୍ପତ୍ତି ହେବା ପରେ ଆନ୍ଦୋଳନ ସ୍ଥଗିତ ରହିଛି l ପ୍ରକାଶ ଥାଉକି ସ୍କୁଲ ମାନଙ୍କର ଏହି ମନୋମୁଖୀ,ମୁନlଫାଖୋରୀ ଓ କୋର୍ଟ ଆଦେଶ ଅବମାନନା ବିରୁଦ୍ଧରେ ଏବଂ ବିଭାଗୀୟ ଉଦାସୀନତା, ନିଷ୍କ୍ରିୟତା ପରିପ୍ରେକ୍ଷୀରେ ଭୁବନେଶ୍ୱର ବି ଇ ଓ ଅଫିସ ଆଗରେ ମଙ୍ଗଳବାର ଧାରଣା କାର୍ଯ୍ୟକ୍ରମ ରହିଛି l ଆଜିର ଏହି ଧାରଣାରେ ଓଡିଶା ଅଭିଭାବକ ମହାସଂଘ ଓ ଭେଙ୍କଟେଶ୍ୱର ସ୍କୁଲ ଅଭିଭାବକ ସଙ୍ଘର ଶତାଧିକ ଅଭିଭାବକ ମାନେ ଯୋଗ ଦେଇଥିଲେ l