BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଏସସିବିରେ ଖୋଲିଲା ଯକୃତ ପ୍ରତିରୋପଣ ବିଭାଗ।

କଟକ , ୨୬।୧୦: ଶ୍ରୀରାମଚନ୍ଦ୍ର ଭଞ୍ଜ (ଏସ୍‌ସିବି) ମେଡିକାଲ କଲେଜ ଆଣ୍ଡ୍‌ ହସ୍ପିଟାଲର ବିକାଶରେ ଆଉ ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି। ଜନସାଧାରଣଙ୍କୁ ଉନ୍ନତମାନର ଚିକିତ୍ସା ସେବା ଯୋଗାଇଦେବା ନିମନ୍ତେ ସୋମବାର ଏଠାରେ ୨ଟି ନୂତନ ବିଭାଗ ଉଦ୍‌ଘାଟିତ ହୋଇଛି। ଲିଭର ଟ୍ରାନ୍ସପ୍ଲାଣ୍ଟ (ଯକୃତ ପ୍ରତିରୋପଣ କେନ୍ଦ୍ର) ଏବଂ ଶିଶୁ ଆଲର୍ଜି, ଶ୍ୱାସ ଓ ଫୁସ୍‌ଫୁସ୍‌ ରୋଗ ବହିର୍ବିଭାଗକୁ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ଉଦ୍‌ଘାଟନ କରିଛନ୍ତି। ଏଥିସହ ହସ୍ପିଟାଲ ପରିସରରେ ଯାନବାହନ ରହଣି ଲାଗି ପାର୍କିଂସ୍ଥଳ ମଧ୍ୟ ଉଦ୍‌ଘାଟିତ ହୋଇଛି। ଏହି ଅବସରରେ ମନ୍ତ୍ରୀ ଦାସ କହିଛନ୍ତି, ଏସ୍‌ସିବିକୁ ବିଶ୍ୱସ୍ତରୀୟ ସ୍ବାସ୍ଥ୍ୟକେନ୍ଦ୍ରରେ ପରିଣତ କରିବା ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଇଛନ୍ତି। ଏବେ ଏଠାରେ ଲିଭର ଟ୍ରାନ୍ସପ୍ଲାଣ୍ଟ, ଶିଶୁ ଆଲଜର୍ର୍ି, ଶ୍ୱାସରୋଗ ଓ ଫୁସ୍‌ଫୁସ୍‌ ରୋଗ ବହିର୍ବିଭାଗ ଖୋଲାଯିବା ଦ୍ୱାରା ରୋଗୀଙ୍କୁ ଆଉ ଅଯଥା ଖର୍ଚ୍ଚାନ୍ତ ହୋଇ ରାଜ୍ୟ ବାହାରକୁ ଯିବାକୁ ପଡ଼ିବ ନାହିଁ ବୋଲି ମନ୍ତ୍ରୀ ଦାସ ପ୍ରକାଶ କରିଛନ୍ତି।
ଉଦ୍‌ଘାଟନ ପରେ ସ୍ବାସ୍ଥ୍ୟ ମନ୍ତ୍ରୀ ନିଜେ ପ୍ରଥମ ରୋଗୀଙ୍କ ନାମ ପଞ୍ଜୀକରଣ କରିଛନ୍ତି। ରୋଗୀ ଜଣକ ରାଉରକେଲା ଅଞ୍ଚଳର ବିଚିତ୍ରାନନ୍ଦ ଖଟୁଆ। ତାଙ୍କର ପୁତ୍ର ଯକୃତ ଦାନ କରିବେ। ରାଜ୍ୟରେ ଯକୃତ ରୋଗୀଙ୍କୁ ଉନ୍ନତ ଚିକିତ୍ସା ସେବା ଯୋଗାଇ ଦେବାକୁ ସରକାର ୨୨କୋଟି ଟଙ୍କା ଖର୍ଚ୍ଚ କରି ଏସ୍‌ସିବି ମେଡିକାଲରେ ଏହି ସ୍ବତନ୍ତ୍ର ୟୁନିଟ୍‌ ଖୋଲିଛନ୍ତି। ଲିଭର ଟ୍ରାନ୍ସପ୍ଲାଣ୍ଟ ପାଇଁ ୨୫ରୁ ୩୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ। ପୂର୍ବରୁ ଓଡ଼ିଶାରେ ଏଭଳି ସୁବିଧା ନ ଥିଲା। ଫଳରେ ରୋଗୀଙ୍କୁ ଚେନ୍ନାଇ, କୋଲକାତା, ବେଙ୍ଗାଲୁରୁ, ହାଇଦ୍ରାବାଦ, ଅହମ୍ମଦାବାଦ ଓ ନୂଆଦିଲ୍ଲୀ ପ୍ରଭୃତି ସ୍ଥାନକୁ ଯିବାକୁ ପଡୁଥିଲା। ମାତ୍ର ଏବେ ଏସ୍‌ସିବିରେ କମ୍‌ ଖର୍ଚ୍ଚରେ ଏହି ସେବା ମିଳିପାରିବ। ସେହିପରି ଏସ୍‌ସିବି ପାଇଁ ୧୨ କୋଟି ଟଙ୍କା ବ୍ୟୟରେ ଯନ୍ତ୍ରପାତି କ୍ରୟ କରାଯାଇଥିବାବେଳେ ମେଡିକାଲ ଭିିତ୍ତିଭୂମି ବିକାଶରେ ୧୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି ବୋଲି ଏସ୍‌ସିବି ପକ୍ଷରୁ ସୂଚନା ଦିଆଯାଇଛି। ଉଦ୍‌ଘାଟନୀ ଉତ୍ସବରେ ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳ, ଏସ୍‌ସିବି ଅଧ୍ୟକ୍ଷ ପ୍ରଫେସର ଡାକ୍ତର ଦତ୍ତେଶ୍ୱର ହୋତା, ଅଧୀକ୍ଷକ ପ୍ରଫେସର ଡା. ଲୁସି ଦାସ, ମେଡିସିନ ବିଭାଗ ମୁଖ୍ୟ ପ୍ରଫେସର ଡା. ଜୟନ୍ତ କୁମାର ପଣ୍ଡା, ପ୍ରଶାସନିକ ଅଧିକାରୀ କଳ୍ପତରୁ ବେହେରା, ଯକ୍ଷ୍ମା ଓ ଛାତି ରୋଗ ବିଭାଗ ମୁଖ୍ୟ ପ୍ରଫେସର ଡା. ମନୋରଞ୍ଜନ ପଟ୍ଟନାୟକ, ସର୍ଜରି ବିଭାଗ ମୁଖ୍ୟ ପ୍ରଫେସର ଡା. ବନବିହାରୀ ମିଶ୍ର, ଜରୁରିକାଳୀନ ଅଧିକାରୀ ଡା. ଭୁବନାନନ୍ଦ ମହାରଣା, ଦନ୍ତବିଭାଗ ମୁଖ୍ୟ ପ୍ରଫେସର ଡା. ଇନ୍ଦୁଭୂଷଣ କର, ହସ୍ପିଟାଲ ମ୍ୟାନେଜର ସୌମ୍ୟା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।