BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ସତ୍ୟନଗର ଲେଡିଜ୍ ଫୋରମ ସଦସ୍ୟାଙ୍କୁ ନ୍ୟାୟ ପ୍ରଦାନ ପାଇଁ ଦାବି

ଭୁବନେଶ୍ବର: ଆଜକୁ ଦୀର୍ଘ ୧୨ ବର୍ଷ ଧରି ସତ୍ୟନଗର ଲେଡିଜ୍ ଫୋରମ୍ ସମାଜ ସେବା କାର୍ଯ୍ୟରେ ନିଜକୁ ନିୟୋଜିତ କରିଆସିଅଛି। ବିଶେଷ କରି ଶିଶୁ ଏବଂ ମହିଳାମାନଙ୍କର ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ନିରନ୍ତର କାର୍ଯ୍ୟ ଜାରି ରଖିଛି। ଏହିସବୁ କାର୍ଯ୍ୟ କରିବାକୁ ହେଲେ ଗୋଟେ ସ୍ଥାନରେ ବସିବାକୁ ପଡ଼ିବ। କିନ୍ତୁ ଭୁବନେଶ୍ବର ସତ୍ୟନଗର ଲେଡିଜ୍ ଫୋରମର ସଦସ୍ୟାମାନଙ୍କ ବସିବା ପାଇଁ ପ୍ରକୃତ ସ୍ଥାନ ନାହିଁ। ସେମାନଙ୍କୁ ବସିବା ପାଇଁ ସ୍ଥାନ ଦିଆଯାଉ ଏବଂ ନ୍ୟାୟ ପ୍ରଦାନ ପାଇଁ ପଦକ୍ଷେପ ନିଆଯାଉ ବୋଲି ସେମାନେ ଦାବି କରିଛନ୍ତି।

ସତ୍ୟନଗର ଲେଡିଜ୍ ଫୋରମର ସଦସ୍ୟାମାନେ ବସିବା ପାଇଁ ସତ୍ୟନଗରରେ ଅବସ୍ଥିତ ଏକ ପାର୍କ ମଧ୍ୟରେ ଏକ ପ୍ରକୋଷ୍ଠରେ ବସିବାକୁ ସ୍ଥାନ ଥିବା ସତ୍ବେ କିଛି ବ୍ୟକ୍ତି ବିଶେଷ ସେହି ପ୍ରକୋଷ୍ଠକୁ ତାଲା ପକାଇ ରଖିଛନ୍ତି। ଏଥିପାଇଁ ସତ୍ୟନଗର ଲେଡିଜ୍ ଫୋରମର ସଦସ୍ୟାମାନେ ଭୁବନେଶ୍ବର ମେୟରଙ୍କ ଦ୍ବାରସ୍ଥ ହୋଇଥିଲେ।ମେୟର ମଧ୍ୟ ସତ୍ୟନଗର ପାର୍କ ଠାରେ ଥିବା ପ୍ରକୋଷ୍ଠରେ ବସିବାକୁ ଅନୁମତି ଦେଇଥିଲେ। କିନ୍ତୁ ମେୟରଙ୍କ ଅନୁମତି ଥିବା ସତ୍ବେ ସେହି ପ୍ରକୋଷ୍ଠକୁ କିଛି ବ୍ୟକ୍ତି ତାଲା ପକାଇ ରଖିଥିଲେ। ବାଧ୍ୟହୋଇ ସତ୍ୟନଗର ଲେଡିଜ୍ ଫୋରମର ସଦସ୍ୟା ମାନେ ପ୍ରକୋଷ୍ଠ ବାହାରେ ବସିଥିଲେ।

ମହିଳାଙ୍କୁ ଏତେ ଅସମ୍ମାନ କଣ ପାଇଁ?ଆମେ କଣ ଏହାର ପ୍ରତିବାଦ କରିପାରିବୁ ନାହିଁ? ଆମକୁ କଣ ବସିବାକୁ ଖଣ୍ଡେ ଜାଗା ମିଳିବ ନାହିଁ? ଆମକୁ କଣ ନ୍ୟାୟ ମିଳିବ ନାହିଁ? ଏଭଳି ଅନେକ ପ୍ରଶ୍ନ କରିଛନ୍ତି ସତ୍ୟନଗର ଲେଡିଜ୍ ଫୋରମର ସଦସ୍ୟାମାନେ। ସେମାନଙ୍କୁ ନ୍ୟାୟ ପ୍ରଦାନ ପାଇଁ ଉଚ୍ଚ କର୍ତ୍ତୃପକ୍ଷ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ନିବେଦନ କରିଛନ୍ତି।